ଏଇ ଭାରତରେ

ଝାଡ଼ଖଣ୍ଡର ଝିଅ ଶିଳ୍ପୀ ସିହ୍ନା । ଛାତ୍ର ଜୀବନରେ ସମସ୍ୟାକୁ ସାମ୍‌ନା କରି ତା’ ସମାଧାନର ବାଟ ଖୋଜୁ ଖୋଜୁ ଜଣେ ବ୍ୟବସାୟୀ ପାଲଟିଯାଇଛନ୍ତି। ମାତ୍ର ୧୧ ହଜାର ଟଙ୍କାରେ ଆରମ୍ଭ କରିଥିବା ବ୍ୟବସାୟର କାରବାର ଏବେ ୨ କୋଟି ଟଙ୍କା ଛୁଇଁଛି। ଡାଲ୍‌ଟନଗଞ୍ଜନିବାସୀ ଶିଳ୍ପୀ ୨୦୧୨ରେ ବେଙ୍ଗାଲୁରୁ ପଢିବା ପାଇଁ ଯାଇଥିଲେ। ସେଠାରେ ଶୁଦ୍ଧ ଗାଈ କ୍ଷୀର ପାଇବା ଲାଗି ସମସ୍ୟା ହେବାରୁ ପଢିବା ସମୟରେ ସେ କ୍ଷୀର ବ୍ୟବସାୟ ଲାଗି ନିଷ୍ପତ୍ତି ନେଇଥିଲେ। କିନ୍ତୁ ସେତେବେଳେ କନ୍ନଡ କି ତାମିଲ ଭାଷା ଜଣା ନ ଥିଲା। ତଥାପି ସେ କୃଷକଙ୍କ ପାଖକୁ ଯାଇ ଶୁଦ୍ଧ କ୍ଷୀର ପାଇବାର ଉପାୟ ସମ୍ପର୍କରେ ସେମାନଙ୍କୁ ଅବଗତ କରିଥିଲେ। ଆରମ୍ଭରୁ କ୍ଷୀର ସଂଗ୍ରହ କରିବା ଲାଗି ତାଙ୍କୁ କର୍ମଚାରୀ ମିଳି ନ ଥିଲେ। ନିଜେ ରାତି ୩ଟାରୁ ଉଠି କୃଷକଙ୍କ ଘରେ ପହଞ୍ଚି ଯାଉଥିଲେ। ସୁରକ୍ଷା ଲାଗି ପାଖରେ ଛୁରି ଓ ଲଙ୍କାଗୁଣ୍ଡ ନେଇ ଯାଉଥିଲେ ଶିଳ୍ପୀ। ସେଠାରୁ କ୍ଷୀର ସଂଗ୍ରହ କରି ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ଧୀରେ ଧୀରେ ଗ୍ରାହକଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଥିତ୍ଲା। ପରେ ଜାନୁୟାରୀ ୨୦୧୮ରେ ସେ ୧୧ ହଜାର ଟଙ୍କା ଖର୍ଚ୍ଚ କରି ମିଲ୍କ୍‌ ଇଣ୍ଡିଆ କମ୍ପାନୀ ଖୋଲିଥିଲେ। ପ୍ରଥମ ଦୁଇବର୍ଷରେ ଏହାର କାରବାର ୧ କୋଟିରେ ପହଞ୍ଚିଛି। ଶିଳ୍ପୀ ୧ରୁ ୯ ବର୍ଷ ବୟସ ମଧ୍ୟରେ ଥିବା ପିଲାମାନେ କିଭଳି ଶୁଦ୍ଧ ଓ ସ୍ବାସ୍ଥ୍ୟକର କ୍ଷୀର ପାଇବେ ସେଥିପ୍ରତି ଧ୍ୟାନ ଦେଉଛନ୍ତି। ଭଲ କ୍ଷୀର ପାଇବା ଲାଗି କମ୍ପାନୀ ଗାଈଙ୍କଠାରେ ସୋମାଟିକ ସେଲ୍‌ ଗଣନା କରିବା ପାଇଁ ମେଶିନ ବ୍ୟବହାର କରୁଛି। ଏହି ସେଲ୍‌ ଯେତେ କମ୍‌ ରହିବ କ୍ଷୀର ସେତେ ସ୍ବାସ୍ଥ୍ୟକର ହୋଇଥାଏ ବୋଲି କହନ୍ତି ଶିଳ୍ପୀ। ସେ ଲୋକମାନଙ୍କଠାରୁ ଅର୍ଡର ଗ୍ରହଣ କରିବା ସମୟରେ ପ୍ରଥମେ ଶିଶୁଙ୍କ ବୟସ ସମ୍ପର୍କରେ ବୁଝିଥାନ୍ତି। ଶିଳ୍ପୀଙ୍କ କଥାରେ କୃଷକମାନେ ଗାଈଙ୍କୁ ସବୁଜ ଘାସ ଖୁଆଉଛନ୍ତି। ଏବେ ଗାଈଙ୍କୁ ମକା ଖାଇବାକୁ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com
Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri