ଏଇ ଭାରତରେ

କର୍ନାଟକର ଏକ ମଦ୍ରାସାରେ ଅନୁଷ୍ଠିତ ହିନ୍ଦୁ ଓ ମୁସଲମାନଙ୍କ ସାମୂହିକ ବିବାହ ସାମ୍ପ୍ରଦାୟିକ ସଦ୍‌ଭାବ ବାର୍ତ୍ତା ଦେଇଛି। ଏହି ବିବାହରେ ୭୫ଟି ମୁସଲମାନ ଯୋଡି ଓ ୨୫ ଯୋଡି ହିନ୍ଦୁ ବିବାହ କରିଛନ୍ତି। ବେଲଗାଭି ଜିଲା ମୁଖ୍ୟାଳୟଠାରୁ ୫୦ କିଲୋମିଟର ଦୂର ବେଲିହଙ୍ଗଲସ୍ଥିତ ମଦ୍ରାସା ଅଲ୍‌ ଅରବିୟା ଅନଓ୍ବରୁଲ ଉଲୁମାରେ ଏହି ସାମୂହିକ ବାହାଘର ଜାମିଆ ଫୈଜାନ-ଉଲ୍‌-କୁରାନ ଓ ଇଶା ଫାଉଣ୍ଡେଶନର ମିଳିତ ଉଦ୍ୟମରେ ଆୟୋଜିିତ ହୋଇଛି। ବାହାଘରରେ ଉଭୟ ପଣ୍ଡିତ ଓ ମୌଲବୀ ଉପସ୍ଥିତ ରହିଥିଲେ। ଗୋଟିଏ ପକ୍ଷରେ ବିବାହର ଦୁଆ ପଢାଯାଉଥିବାବେଳେ ଅନ୍ୟ ପକ୍ଷରେ ବେଦମନ୍ତ୍ର ଉଚ୍ଚାରଣ ହେଉଥିଲା। ସେମାନେ ନବବିବାହିତ ହିନ୍ଦୁଯୋଡିଙ୍କୁ ଗୀତା ଓ ମୁସଲମାନ ଯୋଡିଙ୍କୁ କୋରାନ ପାଠ କରାଇଥିଲେ। ହିନ୍ଦୁ ବିବାହିତ ଯୋଡି ଓ ମୁସଲମାନ ଯୋଡି ପ୍ରତ୍ୟେକଙ୍କୁ ଯଥାକ୍ରମେ ଗୀତା ଓ କୋରାନ ପ୍ରଦାନ କରାଯାଇଥିଲା। ବିବାହ ଉତ୍ସବରେ ହିନ୍ଦୁ ଯୋଡିଙ୍କୁ ଆୟୋଜକମାନେ ମଙ୍ଗଳସୂତ୍ର ମଧ୍ୟ ଦେଇଥିଲେ। ଏହି ଅବସରରେ ୪ ହଜାରରୁ ଊର୍ଦ୍ଧ୍ୱ ଅତିଥି ଯୋଗ ଦେଇଥିଲେ। ବାହାଘର ପରେ ଆୟୋଜକ ଜାମିଆ ଫୈଜାନ-ଉଲ୍‌-କୁରାନ ତରଫରୁ ପ୍ରତ୍ୟେକ ଯୋଡିଙ୍କୁ ଉପହାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri