ଏଇ ଭାରତରେ

ଜଣେ ଉତ୍ତମ ଶିକ୍ଷକ ହିଁ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିପାରନ୍ତି। ଏଭଳି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଅବସରପ୍ରାପ୍ତ ସଂସ୍କୃତ ପ୍ରାଧ୍ୟାପିକା ଚିତ୍ରଲେଖା ମଲ୍ଲିକ। କୋଲକାତା ନିବାସୀ ମଲ୍ଲିକ ନିଜ ସୁଖ ତ୍ୟାଗକରି ଶିକ୍ଷାର ପରିବର୍ତ୍ତନ ପାଇଁ ତାଙ୍କ ଦରମା ଓ ପେନ୍‌ସନ ଟଙ୍କା ସଞ୍ଚୟ କରି ବିଭିନ୍ନ ଶିକ୍ଷାନୁଷ୍ଠାନକୁ ୧କୋଟି ଟଙ୍କା ଦାନ କରିଛନ୍ତି। ଚିତ୍ରଲେଖାଙ୍କ ବୟସ ୭୨। ସେ ଶିକ୍ଷା କ୍ଷେତ୍ରରେ ୪୦ ବର୍ଷ ରହି ପିଲାମାନଙ୍କ ମେଧା ବିକାଶରେ ରହିଥିବା ବାଧାକୁ ଭଲଭାବେ ଉପଲବ୍ଧି କରିଥିଲେ। ସେଥିପାଇଁ ସଞ୍ଚତ୍ତ ଟଙ୍କା ସ୍କଲାରଶିପ୍‌ ଓ ଗବେଷଣା ଉଦ୍ଦେଶ୍ୟରେ ବ୍ୟୟ କରିବା ଲାଗି ଶିକ୍ଷାନୁଷ୍ଠାନଗୁଡିକୁ ଦାନ କରିଛନ୍ତି ବୋଲି କୁହନ୍ତି ମଲ୍ଲିକ। ସେ ତାଙ୍କ କ୍ୟାରିୟର ମଧ୍ୟରେ କୋଲକାତାର ମଥାଭାଙ୍ଗ କଲେଜ, କୁଚବିହାର କଲେଜ, କଲେଜ ସର୍ଭିସ କମିଶନ, ଦେଶବନ୍ଧୁ ମହିଳା କଲେଜ ଏବଂ ଶେଷରେ ଭିକ୍ଟୋରିଆ ଇନ୍‌ଷ୍ଟିଚ୍ୟୁଶନରେ ଶିକ୍ଷାଦାନ କରିବା ପରେ ଅବସର ନେଇଛନ୍ତି। କୋଲକାତା ପାଖ ବିର୍ଲାପୁର ସହରରେ ତାଙ୍କ ଜନ୍ମ। ତାଙ୍କ ପିତା ଜଣେ ସ୍କୁଲ୍‌ ଶିକ୍ଷକ ଥିଲେ। ଶିକ୍ଷାଲାଗି ସମର୍ପିତ ତଥା ଅବିବାହିତ ମଲ୍ଲିକ ମାସକୁ ୫୦ ହଜାର ଟଙ୍କା ପେନ୍‌ସନ ପାଉଥିଲେ ବି ଜୀବନଶୈଳୀ ସମ୍ପୂର୍ଣ୍ଣ ନିରାଡମ୍ବର। ସେ ୩୫୦ ବର୍ଗଫୁଟ୍‌ ଘରେ ରହୁଛନ୍ତି, ସବୁବେଳେ ବସ୍‌ରେ ଯିବାଆସିବା କରୁଛନ୍ତି। ଘରକାମ କରିବା ଲାଗି କାହା ସାହାଯ୍ୟ ନେଉନାହାନ୍ତି। ସେ ଏମିତି ଟଙ୍କା ସଞ୍ଚୟ କରି ଶିକ୍ଷାନୁଷ୍ଠାନଗୁଡିକୁ ଦାନ କରୁଛନ୍ତି। ମଲ୍ଲିକ ପ୍ରଥମେ ଭିକ୍ଟୋରିଆ କଲେଜକୁ ୫୦ ହଜାର ଟଙ୍କା ଦାନ ଦେଇଥିଲେ। ୨୦୧୩ରେ ଅବସର ନେବା ପରେ ହାଓଡାସ୍ଥିତ ଇଣ୍ଡିଆନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ଫର୍‌ ଇଣ୍ଟିଗ୍ରେଟେଡ୍‌ ମେଡିସିନକୁ ୩୧ ଲକ୍ଷ ଦାନ କରିଥିଲେ। ୨୦୧୮ରେ ଯାଦବପୁର ବିଶ୍ୱବିଦ୍ୟାଳୟକୁ ରିସର୍ଚ୍ଚ ସ୍କଲାରଶିପ୍‌ ଲାଗି ୫୬ ଲକ୍ଷ ଟଙ୍କା ଦାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

ବହ୍ବାରମ୍ଭେ ଲଘୁକ୍ରିୟା

ସଂସ୍କୃତରେ ଗୋଟିଏ ଶ୍ଳୋକ ଅଛି ”ଅଜା ଯୁଦ୍ଧେ ଋଷି ଶ୍ରାଦ୍ଧେ ପ୍ରଭାତେ ମେଘ ଡମ୍ବରୁ, ଦାମ୍ପତ୍ୟ କଳହଶ୍ଚୈ ବହ୍ବାରମ୍ଭେ ଲଘୁକ୍ରିୟା’ ଏହାର ଅର୍ଥ ଦୁଇଟି ଛେଳି ଗୋଳଯୁଦ୍ଧ…

ନ୍ୟାୟ ଦେବାରେ ବିଳମ୍ବ

ଉତ୍ତରାଖଣ୍ଡ ସରକାର ହୁଇସିଲ୍‌ବ୍ଲୋୟର ତଥା ବନ ଅଧିକାରୀ ସଞ୍ଜୀବ ଚତୁର୍ବେଦୀଙ୍କୁ ଲୋକପାଳକୁ ଡେପୁଟେଶନ ପାଇଁ ମଞ୍ଜୁରୀଦେବା ଉଲ୍ଲେଖନୀୟ। କିନ୍ତୁ ଏହାଠୁ ବଡ଼ କଥା ହେଉଛି ଏହି ହୁଇସିଲ୍‌ବ୍ଲୋୟରଙ୍କ…

ଏଇ ଭାରତରେ

ମଧ୍ୟପ୍ରଦେଶ ଛତରପୁର ଜିଲାର ପାନ୍ନା ଜାତୀୟ ଉଦ୍ୟାନ ବାଘ ପାଇଁ ବେଶ୍‌ ଜଣାଶୁଣା ଥିଲା। ହେଲେ ୨୦୦୯ରେ ତାହା ବାଘ ଶୂନ୍ୟ ହୋଇଯାଇଥିବା ସରକାର ଘୋଷଣା କରିଥିଲେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri