ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଏକ ନିଆରା ଉପାୟରେ। ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଦେକାନୀମାନଙ୍କୁ ସେମାନେ ପେପର୍‌ ବ୍ୟାଗ୍‌ ବାଣ୍ଟିଛନ୍ତି। ଇନ୍ଦୋର ନଗର ନିଗମ ଅଧ୍ୟକ୍ଷ ଆଶିଷ ସିଂ ଓ ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିି। ସ୍କୁଲ୍‌ ପରିସରରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଉପସ୍ଥିତ ରହି ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ମଧ୍ୟ ଶପଥ ନେଇଛନ୍ତି। ଛାତ୍ରୀମାନେ ୮୦ ହଜାର ପେପର୍‌ ବ୍ୟାଗ ତିଆରି କରି ତାହାକୁ ସହରର ୧୩ଟି ମୁଖ୍ୟ ବଜାରରେ ଦୋକାନୀ ଓ ଫୁଟ୍‌ପାଥ୍‌ ବିକ୍ରେତାଙ୍କୁ ବାଣ୍ଟିଛନ୍ତି। ଏହି ଅଭିଯାନରେ ୧ ହଜାର ଛାତ୍ରୀ ସାମିଲ ହୋଇ ପଲିଥିନ୍‌ ଓ ପା୍ଲଷ୍ଟିକ୍‌ ବ୍ୟାଗ ପରିବର୍ତ୍ତେ ଏହାକୁ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି। ଛାତ୍ରୀମାନେ ଶିକ୍ଷକଙ୍କ ସହ ଦୁଇଟି ବସ୍‌ରେ ପେପର୍‌ ବ୍ୟାଗଗୁଡିକୁ ନେଇ ବାଣ୍ଟିଥିଲେ। ‘ପ୍ଲାଷ୍ଟିକ୍‌ ଫ୍ରି ଇନ୍ଦୋର’ ସନ୍ଦେଶ ଦେବା ଲାଗି କେତେ ଜଣ ବିଦ୍ୟାର୍ଥୀ ଗାନ୍ଧିଜୀଙ୍କ ବେଶରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଇନ୍ଦୋରକୁ ପଲିଥିନମୁକ୍ତ ସହର କରିବା ଲକ୍ଷ୍ୟ ନେଇ ଏହିି କାର୍ଯ୍ୟକ୍ରମ କରାଯାଇଛି ବୋଲି ସ୍କୁଲ୍‌ର ଅଧ୍ୟକ୍ଷ ଜାନ୍‌ସୀ ଜୋଶେଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri