ଏଇ ଭାରତରେ

ପ୍ରତିବର୍ଷ ଅଗଷ୍ଟ ୧୫କୁ ଭାରତ ସ୍ବାଧୀନତା ଦିବସ ଭାବେ ପାଳନ କରିଥାଏ। କାରଣ ଭାରତୀୟଙ୍କ ପାଇଁ ଏହି ଦିନର ମହତ୍ତ୍ୱ ଖୁବ୍‌ ଅଧିକ। ହେଲେ ଭାରତରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ ସ୍ବାଧୀନତାର ୭୦ବର୍ଷରୁ ଊର୍ଦ୍ଧ୍ୱ ହେଲା ନିଜକୁ ପରାଧୀନ ବୋଲି ଧରି ନେଇଛନ୍ତି। କାରଣ ଏମାନେ ଆଜି ମଧ୍ୟ ପରାଧୀନ ଭଳି ରହୁଛନ୍ତି। ହରିୟାଣାର ରୋହନତ୍‌ ଗାଁରେ ସ୍ବାଧୀନତା ସହ ଜଡ଼ିତ କୌଣସି ପର୍ବ ପାଳନ କରାଯାଏ ନାହିଁ। କେବଳ ସ୍ବାଧୀନତା ଦିବସ ନୁହେଁ, ଏଠାରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳନ କରାଯାଇ ନ ଥାଏ। ଇତିହାସ କହେ ଇଂରେଜମାନେ ଏଠାରେ ଜାଲିଆନାଓ୍ବାଲାବାଗ ଭଳି ନରସଂହାର କରିବା ସହ ୧୮୫୭ କ୍ରାନ୍ତିକାରୀ ବିପ୍ଳବରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହାସହ ଗାଁରେ ତୋପ ଫୁଟାଇ ଅନେକଙ୍କୁ ମାରିଦେବା ସହ କେତେକଙ୍କୁ ରୋଲର ଚଢାଇ ଇଂରେଜମାନେ ମାରି ଦେଇଥିବା କୁହାଯାଏ। ଏମିତି ପରିସ୍ଥିତିରେ ଅନେକ ମହିଳା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ମଧ୍ୟ ଇତିହାସରେ ବର୍ଣ୍ଣନା କରାଯାଇଛି। ଏମିତି ସବୁ ଘଟଣା ଇତିହାସ ପୃଷ୍ଠାରୁ ତଥା ବୟସ୍କ ବ୍ୟକ୍ତିଙ୍କଠାରୁ ଶୁଣିବା ପରେ ଆଜିବି ରୋହନତ୍‌ ଗାଁର ଲୋକେ ନିଜକୁ ପରାଧୀନ ବୋଲି ଭାବି ଗାଁରେ ଜାତୀୟ ପତାକା ଉଡାଉ ନ ଥିଲେ। ଏବେ ସରକାରଙ୍କର ବିଭିନ୍ନ ଯୋଜନା ମାଧ୍ୟମରେ ଗାଁର ଉନ୍ନତି କରାଯାଇଥିବା ବେଳେ ଗାଁ ଲୋକଙ୍କ ମନ ଧୀରେ ଧୀରେ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି। କାରଣ ୨୦୧୮ ସ୍ବାଧୀନତା ଦିବସରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା କେତେଜଣ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ ଚଳିତବର୍ଷ ସ୍ବାଧୀନତା ଦିବସରେ ଏଠାରେ ଜାତୀୟ ପତାକା ଉତ୍ତୋଳନ କରାଯିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri