ଲୋକଙ୍କ ସ୍ବର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ଭାରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ ବସୁଥିବା ଅତିଥିମାନଙ୍କୁ ସହଜରେ କହିବାକୁ ଦିଆଯାଉ ନାହିଁ। ବିଶେଷଜ୍ଞମାନେ କହୁଥିବା ବେଳେ ଉପସ୍ଥାପକମାନେ ଯେଭଳି ହସ୍ତକ୍ଷେପ କରୁଛନ୍ତି ତାହା ଦ୍ୱାରା ଦର୍ଶକ ବିରକ୍ତ ହୋଇଯାଉଥିବା ଅନୁଭବ ହେଉଛି। ସାଧାରଣରେ କୁହାଯାଉଛି, ଏଭଳି କରି ଉପସ୍ଥାପକମାନେ ସତେଯେମିତି ସମସ୍ତଙ୍କଠାରୁ ଅଧିକ ଜାଣିଛନ୍ତି ବୋଲି ଦେଖେଇ ହୋଇଥାଆନ୍ତି। ହେଲେ କେତେକ ଉପସ୍ଥାପକ ଅଛନ୍ତି, ଯେଉଁମାନେ ବହୁ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଅତି ଭଦ୍ର ଭାବେ ଅତିଥିଙ୍କ ସହ ଆଲୋଚନା କରିବାରେ ଆନନ୍ଦ ପାଇଥାଆନ୍ତି। ଏମାନଙ୍କ ମଧ୍ୟରୁ ‘ଏନ୍‌ଡିଟିଭି ଇଣ୍ଡିଆ’ର ରବୀଶ କୁମାର ଅନ୍ୟତମ। ତାଙ୍କ ତଥ୍ୟଭିତ୍ତିକ ଉପସ୍ଥାପନା ସାମ୍ବାଦିକତାର ବୃତ୍ତିଗତ ମୂଲ୍ୟବୋଧ ବଜାୟ ରଖିବାରେ ନୂଆ ଦିଗ ଦେଖାଇଛି। ବୋଧହୁଏ ସେଥିପାଇଁ ରବୀଶ ୨୦୧୯ ରେମନ୍‌ ମାଗ୍‌ସେସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ନାମ ଚୟନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ‘ଲୋକଙ୍କ ସ୍ବର’ ଭାବେ ଅଭିହିତ କରିଛନ୍ତି। ସତ ବିଷୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ରବୀଶ ଯେଭଳି ନୈତିକ ସାହସ ଦେଖାଇପାରିଛନ୍ତି, ତାହା ଅନନ୍ୟ ବୋଲି କୁହାଯାଇଛି। ଏସିଆର ନୋବେଲ ପୁରସ୍କାର ଭାବେ ବିବେଚିତ ହେଉଥିବା ରେମନ୍‌ ମାଗ୍‌ସେସେ ୨ ଅଗଷ୍ଟରେ ଘୋଷଣା କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ରବୀଶ ମନୋନୀତ ହେବା ପରେ ତାଙ୍କୁ ସମାଜର ପ୍ରତ୍ୟେକ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ବିହାର ମୋତିହାରିରେ ୫ ଡିସେମ୍ବର ୧୯୭୪ରେ ରବୀଶ ଜନ୍ମଗ୍ରହଣ କରିଥିଲେ। ପାଟନାର ଲୟଲା ହାଇସ୍କୁଲରୁ ପଢ଼ା ସାରିବା ପରେ ସେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦେଶବନ୍ଧୁ କଲେଜକୁ ଯାଇଥିଲେ। ତେବେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ହିନ୍ଦୀ ସାମ୍ବାଦିକତାରେ ଡିଗ୍ରୀ ଅର୍ଜନ କରିବା ପରେ ଏହି ବୃତ୍ତିରେ ନିଜକୁ ସେ ନିୟୋଜିତ କରିଥିଲେ। ସୌଭାଗ୍ୟକ୍ରମେ ଏନ୍‌ଡିଟିଭି ଇଣ୍ଡିଆ ତାଙ୍କ ପାଇଁ ପାଲଟିଯାଇଥିଲା ଉତ୍ତମ ମଞ୍ଚ। ୧୯୯୬ ମସିହାରୁ ସେ ଏହି ଚ୍ୟାନେଲରେ କାର୍ଯ୍ୟ କରିଆସୁଛନ୍ତି। ଅସହାୟଙ୍କ ପାଇଁ ସ୍ବର ପାଲଟିଥିବା ଏହି ସାମ୍ବାଦିକ ଅନ୍ୟାୟ ବିରୋଧରେ ରିପୋର୍ଟ ଉପସ୍ଥାପନ କରି ଅନେକଙ୍କ ଧମକର ସମ୍ମୁଖୀନ ହୋଇଛନ୍ତି। ତଥାପି ନିଜ ଆଭିମୁଖ୍ୟ ବଦଳାଇ ନାହାନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’, ‘ହମ୍‌ ଲୋଗ୍‌’ ଏବଂ ‘ରବୀଶ କୀ ରିପୋର୍ଟ’ରେ ତଥ୍ୟଭିତ୍ତିକ ଓ ମାର୍ମିକ ଉପସ୍ଥାପନା ଯୋଗୁ ସେ ଅସଂଖ୍ୟ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି।
ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ରବୀଶ ଯେଉଁଭଳି ନିର୍ଭୀକ ବୃତ୍ତିଧାରୀ ପାଲଟି ନୂଆ ଫର୍ଦ୍ଦ ଯୋଡ଼ି ଚାଲିଛନ୍ତି, ତାହା ଏହି ପେସାକୁ ଆଦରି ନେଉଥିବା ପିଢ଼ି ପାଇଁ ନିଶ୍ଚିତ ଦିଗବାରିଣୀ ପାଲଟିବ। ସିଧା ସିଧା କହିବାରେ ପ୍ରତିବଦ୍ଧତା ତାଙ୍କୁ ଆଜି ଅନେକ ସ୍ବୀକୃତି ଦେଇଛି। କେବଳ ଜଣେ ସାମ୍ବାଦିକ ନୁହନ୍ତି, ଲେଖକ ଭାବେ ମଧ୍ୟ ତାଙ୍କ ପରିଚୟ ସୁସ୍ପଷ୍ଟ। ତାଙ୍କ ‘ଦି ଫ୍ରି ଭଏସ୍‌-ଅନ୍‌ ଡେମୋକ୍ରାସି, କଲ୍‌ଚର ଆଣ୍ଡ୍‌ ନେଶନ୍‌’ ପୁସ୍ତକ ବହୁ ପାଠିକାପାଠକ ସୃଷ୍ଟି କରିପାରିଛି। ପୁରସ୍କାର ଓ ସମ୍ମାନ ଦିଗକୁ ଦେଖିଲେ ଅନେକ ଅନୁଷ୍ଠାନ ତାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ୨୦୧୦ରେ ହିନ୍ଦୀ ସାମ୍ବାଦିକତା ଲାଗି ଗଣେଶ ଶଙ୍କର ବିଦ୍ୟାର୍ଥୀ ସମ୍ମାନ ଓ ୨୦୧୪ରେ ସୃଜନଶୀଳ ସାହିତ୍ୟ ଲାଗି ସେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସେହିପରି ସାମ୍ବାଦିକତାରେ ଉତ୍କର୍ଷ ସକାଶେ ୨୦୧୩ ଓ ୨୦୧୭ରେ ରାମନାଥ ଗୋଏଙ୍କା ଏକ୍ସଲେନ୍ସ ଇନ୍‌ ଜର୍ନାଲିଜମ୍‌ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ ପକ୍ଷରୁ ୨୦୧୬ରେ କରାଯାଇଥିବା ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ମୁମ୍ବାଇ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ୨୦୧୬ରେ ତାଙ୍କୁ ‘ବେଷ୍ଟ ଜର୍ନାଲିଷ୍ଟ ଅଫ୍‌ ଦି ଇୟର’ ଓ ୨୦୧୭ରେ ପ୍ରଥମ ‘କୁଲଦୀପ୍‌ ନାୟାର ଜର୍ନାଲିଜମ୍‌ ଆଓ୍ବାର୍ଡ’ରେ ଭୂଷିତ କରାଯାଇଥିଲା। ତେବେ ରେମନ୍‌ ମାଗ୍‌ସେସେ ପୁରସ୍କାର ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି।
ରବୀଶଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ସ୍ତ୍ରୀ ନୟନା ଦାସଗୁପ୍ତ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର।
-ଜିତେନ୍ଦ୍ର କୁମାର ନାୟକ ରତର ଅଧିକାଂଶ ଟେଲିଭିଜନ ନ୍ୟୁଜ୍‌ ଚ୍ୟାନେଲରେ ଉପସ୍ଥାପକମାନେ ସମଗ୍ର କାର୍ଯ୍ୟକ୍ରମକୁ ନିଜ ଅକ୍ତିଆରକୁ ନେଇଯାଉଥିବା ଆଲୋଚନା ହେଉଛି। ଏପରି କି ପ୍ୟାନେଲରେ ବସୁଥିବା ଅତିଥିମାନଙ୍କୁ ସହଜରେ କହିବାକୁ ଦିଆଯାଉ ନାହିଁ। ବିଶେଷଜ୍ଞମାନେ କହୁଥିବା ବେଳେ ଉପସ୍ଥାପକମାନେ ଯେଭଳି ହସ୍ତକ୍ଷେପ କରୁଛନ୍ତି ତାହା ଦ୍ୱାରା ଦର୍ଶକ ବିରକ୍ତ ହୋଇଯାଉଥିବା ଅନୁଭବ ହେଉଛି। ସାଧାରଣରେ କୁହାଯାଉଛି, ଏଭଳି କରି ଉପସ୍ଥାପକମାନେ ସତେଯେମିତି ସମସ୍ତଙ୍କଠାରୁ ଅଧିକ ଜାଣିଛନ୍ତି ବୋଲି ଦେଖେଇ ହୋଇଥାଆନ୍ତି। ହେଲେ କେତେକ ଉପସ୍ଥାପକ ଅଛନ୍ତି, ଯେଉଁମାନେ ବହୁ ବିଷୟରେ ଜ୍ଞାନ ଅର୍ଜନ କରିଥିଲେ ମଧ୍ୟ ଅତି ଭଦ୍ର ଭାବେ ଅତିଥିଙ୍କ ସହ ଆଲୋଚନା କରିବାରେ ଆନନ୍ଦ ପାଇଥାଆନ୍ତି। ଏମାନଙ୍କ ମଧ୍ୟରୁ ‘ଏନ୍‌ଡିଟିଭି ଇଣ୍ଡିଆ’ର ରବୀଶ କୁମାର ଅନ୍ୟତମ। ତାଙ୍କ ତଥ୍ୟଭିତ୍ତିକ ଉପସ୍ଥାପନା ସାମ୍ବାଦିକତାର ବୃତ୍ତିଗତ ମୂଲ୍ୟବୋଧ ବଜାୟ ରଖିବାରେ ନୂଆ ଦିଗ ଦେଖାଇଛି। ବୋଧହୁଏ ସେଥିପାଇଁ ରବୀଶ ୨୦୧୯ ରେମନ୍‌ ମାଗ୍‌ସେସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିପାଇଁ ନାମ ଚୟନ କରାଯିବା ବେଳେ ବିଚାରକମଣ୍ଡଳୀ ତାଙ୍କୁ ‘ଲୋକଙ୍କ ସ୍ବର’ ଭାବେ ଅଭିହିତ କରିଛନ୍ତି। ସତ ବିଷୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ ରବୀଶ ଯେଭଳି ନୈତିକ ସାହସ ଦେଖାଇପାରିଛନ୍ତି, ତାହା ଅନନ୍ୟ ବୋଲି କୁହାଯାଇଛି। ଏସିଆର ନୋବେଲ ପୁରସ୍କାର ଭାବେ ବିବେଚିତ ହେଉଥିବା ରେମନ୍‌ ମାଗ୍‌ସେସେ ୨ ଅଗଷ୍ଟରେ ଘୋଷଣା କରାଯାଇଛି। ସାମ୍ବାଦିକତା କ୍ଷେତ୍ରରେ ରବୀଶ ମନୋନୀତ ହେବା ପରେ ତାଙ୍କୁ ସମାଜର ପ୍ରତ୍ୟେକ ବର୍ଗରୁ ଶୁଭେଚ୍ଛା ମିଳିବାରେ ଲାଗିଛି।
ବିହାର ମୋତିହାରିରେ ୫ ଡିସେମ୍ବର ୧୯୭୪ରେ ରବୀଶ ଜନ୍ମଗ୍ରହଣ କରିଥିଲେ। ପାଟନାର ଲୟଲା ହାଇସ୍କୁଲରୁ ପଢ଼ା ସାରିବା ପରେ ସେ ଉଚ୍ଚଶିକ୍ଷା ଲାଗି ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ଦେଶବନ୍ଧୁ କଲେଜକୁ ଯାଇଥିଲେ। ତେବେ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି)ରୁ ହିନ୍ଦୀ ସାମ୍ବାଦିକତାରେ ଡିଗ୍ରୀ ଅର୍ଜନ କରିବା ପରେ ଏହି ବୃତ୍ତିରେ ନିଜକୁ ସେ ନିୟୋଜିତ କରିଥିଲେ। ସୌଭାଗ୍ୟକ୍ରମେ ଏନ୍‌ଡିଟିଭି ଇଣ୍ଡିଆ ତାଙ୍କ ପାଇଁ ପାଲଟିଯାଇଥିଲା ଉତ୍ତମ ମଞ୍ଚ। ୧୯୯୬ ମସିହାରୁ ସେ ଏହି ଚ୍ୟାନେଲରେ କାର୍ଯ୍ୟ କରିଆସୁଛନ୍ତି। ଅସହାୟଙ୍କ ପାଇଁ ସ୍ବର ପାଲଟିଥିବା ଏହି ସାମ୍ବାଦିକ ଅନ୍ୟାୟ ବିରୋଧରେ ରିପୋର୍ଟ ଉପସ୍ଥାପନ କରି ଅନେକଙ୍କ ଧମକର ସମ୍ମୁଖୀନ ହୋଇଛନ୍ତି। ତଥାପି ନିଜ ଆଭିମୁଖ୍ୟ ବଦଳାଇ ନାହାନ୍ତି। ଲୋକପ୍ରିୟ କାର୍ଯ୍ୟକ୍ରମ ‘ପ୍ରାଇମ୍‌ ଟାଇମ୍‌’, ‘ହମ୍‌ ଲୋଗ୍‌’ ଏବଂ ‘ରବୀଶ କୀ ରିପୋର୍ଟ’ରେ ତଥ୍ୟଭିତ୍ତିକ ଓ ମାର୍ମିକ ଉପସ୍ଥାପନା ଯୋଗୁ ସେ ଅସଂଖ୍ୟ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି।
ଭାରତୀୟ ସାମ୍ବାଦିକତା କ୍ଷେତ୍ରରେ ରବୀଶ ଯେଉଁଭଳି ନିର୍ଭୀକ ବୃତ୍ତିଧାରୀ ପାଲଟି ନୂଆ ଫର୍ଦ୍ଦ ଯୋଡ଼ି ଚାଲିଛନ୍ତି, ତାହା ଏହି ପେସାକୁ ଆଦରି ନେଉଥିବା ପିଢ଼ି ପାଇଁ ନିଶ୍ଚିତ ଦିଗବାରିଣୀ ପାଲଟିବ। ସିଧା ସିଧା କହିବାରେ ପ୍ରତିବଦ୍ଧତା ତାଙ୍କୁ ଆଜି ଅନେକ ସ୍ବୀକୃତି ଦେଇଛି। କେବଳ ଜଣେ ସାମ୍ବାଦିକ ନୁହନ୍ତି, ଲେଖକ ଭାବେ ମଧ୍ୟ ତାଙ୍କ ପରିଚୟ ସୁସ୍ପଷ୍ଟ। ତାଙ୍କ ‘ଦି ଫ୍ରି ଭଏସ୍‌-ଅନ୍‌ ଡେମୋକ୍ରାସି, କଲ୍‌ଚର ଆଣ୍ଡ୍‌ ନେଶନ୍‌’ ପୁସ୍ତକ ବହୁ ପାଠିକାପାଠକ ସୃଷ୍ଟି କରିପାରିଛି। ପୁରସ୍କାର ଓ ସମ୍ମାନ ଦିଗକୁ ଦେଖିଲେ ଅନେକ ଅନୁଷ୍ଠାନ ତାଙ୍କ କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଛନ୍ତି। ୨୦୧୦ରେ ହିନ୍ଦୀ ସାମ୍ବାଦିକତା ଲାଗି ଗଣେଶ ଶଙ୍କର ବିଦ୍ୟାର୍ଥୀ ସମ୍ମାନ ଓ ୨୦୧୪ରେ ସୃଜନଶୀଳ ସାହିତ୍ୟ ଲାଗି ସେ ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି। ସେହିପରି ସାମ୍ବାଦିକତାରେ ଉତ୍କର୍ଷ ସକାଶେ ୨୦୧୩ ଓ ୨୦୧୭ରେ ରାମନାଥ ଗୋଏଙ୍କା ଏକ୍ସଲେନ୍ସ ଇନ୍‌ ଜର୍ନାଲିଜମ୍‌ ସମ୍ମାନର ଅଧିକାରୀ ହୋଇପାରିଛନ୍ତି। ‘ଦି ଇଣ୍ଡିଆନ୍‌ ଏକ୍ସପ୍ରେସ’ ପକ୍ଷରୁ ୨୦୧୬ରେ କରାଯାଇଥିବା ୧୦୦ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକାରେ ସେ ସ୍ଥାନ ପାଇଥିଲେ। ମୁମ୍ବାଇ ପ୍ରେସ୍‌ କ୍ଲବ୍‌ ପକ୍ଷରୁ ୨୦୧୬ରେ ତାଙ୍କୁ ‘ବେଷ୍ଟ ଜର୍ନାଲିଷ୍ଟ ଅଫ୍‌ ଦି ଇୟର’ ଓ ୨୦୧୭ରେ ପ୍ରଥମ ‘କୁଲଦୀପ୍‌ ନାୟାର ଜର୍ନାଲିଜମ୍‌ ଆଓ୍ବାର୍ଡ’ରେ ଭୂଷିତ କରାଯାଇଥିଲା। ତେବେ ରେମନ୍‌ ମାଗ୍‌ସେସେ ପୁରସ୍କାର ତାଙ୍କୁ ଅନ୍ତର୍ଜାତୀୟ ଖ୍ୟାତି ଆଣି ଦେଇଛି।
ରବୀଶଙ୍କ ବ୍ୟକ୍ତିଗତ ଜୀବନ ଦେଖିଲେ ସ୍ତ୍ରୀ ନୟନା ଦାସଗୁପ୍ତ ଓ ଗୋଟିଏ ଝିଅକୁ ନେଇ ତାଙ୍କ ସଂସାର।

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?