ଉପଜିଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ଏକତା ପରିଷଦ କଳାହାଣ୍ଡି ଶାଖା

ଭବାନୀପାଟଣା,୩୧।୮(ଡି.ଏନ.ଏ.)
ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ବ୍ୟକ୍ତିଗତ ଓ ସାମୂହିକ ଅଧିକାର ପ୍ରମାଣପତ୍ର ଏବଂ ମୋ ଜମି ମୋ ଡିହ ଯୋଜନା ଦ୍ୱାରା ହିତାଧିକାରୀମାନଙ୍କୁ ଘରଡିହ ପଟ୍ଟ ପ୍ରଦାନ କରାଯିବା ଆଦି ୭ଦଫା ଦାବି ନେଇ ଶୁକ୍ରବାର ଭବାନୀପାଟଣା ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏକତା ପରିଷଦ କଳାହାଣ୍ଡି ଶାଖା ରାଜ୍ୟ ସଂଯୋଜକ ଭାରତ ଭୂଷଣ ଠାକୁର ଓ ଜିଲା ସଂଯୋଜକ ସରୋଜ ବାଗଙ୍କ ନେତୃତ୍ୱରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ, ଭବାନୀପାଟଣା ବ୍ଲକ ଯୁଗସାଏପାଟଣା, ଶଗଡା, ଚାଞ୍ଚେର, ତଲବେଲଗାଁ, ଦୁଆରସୁନୀ, ଭଟାଙ୍ଗପଦର ଓ ଗୁଣ୍ଡରି ଗ୍ରାମର ଶତାଧିକ ଗ୍ରାମବାସୀ ଭବାନୀପାଟଣା ଆସି ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଦିବାସୀ ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ପୁରୁଷାନୁକ୍ରମେ ପାରମ୍ପରିକ ଭାବେ ଚାଷ କରି ତଥା ଜଙ୍ଗଲ ଉପରେ ନିର୍ଭର କରିବା ସହ ବିଭିନ୍ନ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ତଥା ବିକ୍ରୟ କରି ଜୀବନ ଜିବିକା ନିର୍ବାହ କରିଥାନ୍ତି। କିନ୍ତୁ ଜଙ୍ଗଲ ବିଭାଗ ଜଙ୍ଗଲରୁ ଲଘୁ ବନଯାତ ସଂଗ୍ରହ ତଥା ଛୋଟ ଛୋଟ ଆବଶ୍ୟକ ସାମଗ୍ରୀ ଆଣିବାକୁ ବାରଣ କରାଯାଉଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଙ୍ଗଲ ଅଧିକାର କମିଟି ଦ୍ୱାରା ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ଦାବିପତ୍ର ଉପଖଣ୍ଡସ୍ତରୀୟ କମିଟିକୁ ପଠାଯାଇଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏଥିଯୋଗୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ନିଜ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ଏପରିକି ବହୁ ପରିବାର ପାଖରେ ଜମିପଟା ନ ଥିବାରୁ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
୭ ଦଫା ଦାବି ମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ୍‌ ଭାବେ କାର୍ଯ୍ୟନ୍ବୟନ କରିବା ସହ ହୀତାଧିକାରୀମାନଙ୍କୁ ବ୍ୟକ୍ତିଗତ ଓ ସାମୂହିକ ଅଧିକାରପତ୍ର ପ୍ରଦାନ କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧି ଓ ଜଙ୍ଗଲ ଅଧିକାର କମିଟି ସଦସ୍ୟାସଦସ୍ୟମାନଙ୍କୁ ତାଲିମ୍‌ ପ୍ରଦାନ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଆବେଦନ ପ୍ରକ୍ରୀୟାରେ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ଗ୍ରାମପଞ୍ଚାୟତର ସହଯୋଗ ପାଇଁ ପଦକ୍ଷେପ ନିଆଯିବା, ଯେଉଁ ଗ୍ରାମବାସୀ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପାଇଁ ଆବେଦନ କରିସାରିଛନ୍ତି ସେମାନଙ୍କୁ ତୁରନ୍ତ ଅଧିକାର ପତ୍ର ପ୍ରଦାନ, ଜିଲାରେ କାର୍ଯ୍ୟରତ ଉପଖଣ୍ଡସ୍ତରୀୟ କମିଟି, ଜିଲାସ୍ତରୀୟ କମିଟିକୁ ପୁଣିଥରେ ସକ୍ରୀୟ କରାଯାଇ ଜଙ୍ଗଳ ଅଧିକାର ଆଇନକୁ ତ୍ୱରାନ୍ବିତ କରାଯିବା, ଘରଡିହ ହୀନ ଓ ଚାଷଜମି ହିନ ପରିବାରକୁ ଚିହ୍ନଟ କରାଯାଇ ‘ମୋ ଜମି ମୋ ଡିହ’ ଯୋଜନାରେ ପଟ୍ଟା ପ୍ରଦାନ, ଯେଉଁ ହୀତାଧିକାରୀମାନେ ଆଗରୁ ଚାଷ ଜମି ଓ ଘରଡିହ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଓ ‘ମୋ ଜମି ମୋ ଡିହ’ ଯୋଜନାରେ ପୂର୍ବରୁ ଦିଆଯାଇ ଥିବା ଘରଡିହ ଜମିର ଚିହ୍ନଟିକରଣ କରାଯାଇ ହିତାଧରକାରୀମାନଙ୍କୁ ସେହି ସ୍ଥାନରେ ଥଇଥାନ କରାଯିବା ଆଦି ଦାବି ଅର୍ନ୍ତଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

୭୨ତମ ବନ୍ୟପ୍ରାଣୀ ସପ୍ତାହ ପୂର୍ବରୁ ଭଞ୍ଜନଗରରେ ଆଲୋଚନାଚକ୍ର: ବନ୍ୟପ୍ରାଣୀ ସୁରକ୍ଷା ପାଇଁ ସାମୂହିକ ସହଭାଗିତା ଉପରେ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ପୂର୍ବରୁ ମଙ୍ଗଳବାର ଭଞ୍ଜନଗର ଲାଲସିଂ ନର୍ସରୀଠାରେ ଘୁମୁସର ଉତ୍ତର ଓ ଦକ୍ଷିଣ ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସୁରକ୍ଷା ଉପରେ…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ: ଅକ୍ଟୋବର ୧୭ରୁ ଆରମ୍ଭ ହେବ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ପବିତ୍ର ଶାରଦୀୟ ଯାତ୍ରା ମହୋତ୍ସବ ନିମନ୍ତେ ବଜାର ସାହି…

ବିଦ୍ୟାଳୟ ପରିଦର୍ଶନ କଲେ ସରପଞ୍ଚ: ମୁଖ୍ୟ ଫାଟକ ନିର୍ମାଣ ପାଇଁ ପ୍ରଧାନଶିକ୍ଷୟତ୍ରୀଙ୍କୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡ଼ି,୨୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ରାପଡ଼ାବାଡ଼ି ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ବିଭିନ୍ନ ଅବ୍ୟବସ୍ଥା ଓ ସମସ୍ୟାର ସମାଧାନ ପାଇଁ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?