ଉପଜିଲାପାଳଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ ଏକତା ପରିଷଦ କଳାହାଣ୍ଡି ଶାଖା

ଭବାନୀପାଟଣା,୩୧।୮(ଡି.ଏନ.ଏ.)
ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ ଭାବରେ କାର୍ଯ୍ୟକାରୀ କରିବା ସହ ବ୍ୟକ୍ତିଗତ ଓ ସାମୂହିକ ଅଧିକାର ପ୍ରମାଣପତ୍ର ଏବଂ ମୋ ଜମି ମୋ ଡିହ ଯୋଜନା ଦ୍ୱାରା ହିତାଧିକାରୀମାନଙ୍କୁ ଘରଡିହ ପଟ୍ଟ ପ୍ରଦାନ କରାଯିବା ଆଦି ୭ଦଫା ଦାବି ନେଇ ଶୁକ୍ରବାର ଭବାନୀପାଟଣା ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଏକତା ପରିଷଦ କଳାହାଣ୍ଡି ଶାଖା ରାଜ୍ୟ ସଂଯୋଜକ ଭାରତ ଭୂଷଣ ଠାକୁର ଓ ଜିଲା ସଂଯୋଜକ ସରୋଜ ବାଗଙ୍କ ନେତୃତ୍ୱରେ ଭବାନୀପାଟଣା ଉପଖଣ୍ଡ ଅନ୍ତର୍ଗତ ଲାଞ୍ଜିଗଡ, ଭବାନୀପାଟଣା ବ୍ଲକ ଯୁଗସାଏପାଟଣା, ଶଗଡା, ଚାଞ୍ଚେର, ତଲବେଲଗାଁ, ଦୁଆରସୁନୀ, ଭଟାଙ୍ଗପଦର ଓ ଗୁଣ୍ଡରି ଗ୍ରାମର ଶତାଧିକ ଗ୍ରାମବାସୀ ଭବାନୀପାଟଣା ଆସି ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।
ଆଦିବାସୀ ତଥା ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ପୁରୁଷାନୁକ୍ରମେ ପାରମ୍ପରିକ ଭାବେ ଚାଷ କରି ତଥା ଜଙ୍ଗଲ ଉପରେ ନିର୍ଭର କରିବା ସହ ବିଭିନ୍ନ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ ତଥା ବିକ୍ରୟ କରି ଜୀବନ ଜିବିକା ନିର୍ବାହ କରିଥାନ୍ତି। କିନ୍ତୁ ଜଙ୍ଗଲ ବିଭାଗ ଜଙ୍ଗଲରୁ ଲଘୁ ବନଯାତ ସଂଗ୍ରହ ତଥା ଛୋଟ ଛୋଟ ଆବଶ୍ୟକ ସାମଗ୍ରୀ ଆଣିବାକୁ ବାରଣ କରାଯାଉଛି। ଫଳରେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ଜଙ୍ଗଲ ଅଧିକାର କମିଟି ଦ୍ୱାରା ବ୍ୟକ୍ତିଗତ ଓ ଗୋଷ୍ଠୀ ଗତ ଦାବିପତ୍ର ଉପଖଣ୍ଡସ୍ତରୀୟ କମିଟିକୁ ପଠାଯାଇଥିଲେ ମଧ୍ୟ ସେଥିପ୍ରତି କେହି କର୍ଣ୍ଣପାତ କରୁନାହାନ୍ତି। ଏଥିଯୋଗୁ ଆଜି ପର୍ଯ୍ୟନ୍ତ ଗ୍ରାମବାସୀ ନିଜ ଅଧିକାରରୁ ବଞ୍ଚତ୍ତ ହେଉଛନ୍ତି। ଏପରିକି ବହୁ ପରିବାର ପାଖରେ ଜମିପଟା ନ ଥିବାରୁ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି ।
୭ ଦଫା ଦାବି ମଧ୍ୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଠିକ୍‌ ଭାବେ କାର୍ଯ୍ୟନ୍ବୟନ କରିବା ସହ ହୀତାଧିକାରୀମାନଙ୍କୁ ବ୍ୟକ୍ତିଗତ ଓ ସାମୂହିକ ଅଧିକାରପତ୍ର ପ୍ରଦାନ କରିବା, ଜଙ୍ଗଲ ଅଧିକାର ଆଇନ ୨୦୦୬ ସମ୍ବନ୍ଧରେ ପଞ୍ଚାୟତ ପ୍ରତିନିଧି ଓ ଜଙ୍ଗଲ ଅଧିକାର କମିଟି ସଦସ୍ୟାସଦସ୍ୟମାନଙ୍କୁ ତାଲିମ୍‌ ପ୍ରଦାନ, ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଆବେଦନ ପ୍ରକ୍ରୀୟାରେ ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଓ ଗ୍ରାମପଞ୍ଚାୟତର ସହଯୋଗ ପାଇଁ ପଦକ୍ଷେପ ନିଆଯିବା, ଯେଉଁ ଗ୍ରାମବାସୀ ଗୋଷ୍ଠୀ ଜଙ୍ଗଲ ସମ୍ବଳ ପାଇଁ ଆବେଦନ କରିସାରିଛନ୍ତି ସେମାନଙ୍କୁ ତୁରନ୍ତ ଅଧିକାର ପତ୍ର ପ୍ରଦାନ, ଜିଲାରେ କାର୍ଯ୍ୟରତ ଉପଖଣ୍ଡସ୍ତରୀୟ କମିଟି, ଜିଲାସ୍ତରୀୟ କମିଟିକୁ ପୁଣିଥରେ ସକ୍ରୀୟ କରାଯାଇ ଜଙ୍ଗଳ ଅଧିକାର ଆଇନକୁ ତ୍ୱରାନ୍ବିତ କରାଯିବା, ଘରଡିହ ହୀନ ଓ ଚାଷଜମି ହିନ ପରିବାରକୁ ଚିହ୍ନଟ କରାଯାଇ ‘ମୋ ଜମି ମୋ ଡିହ’ ଯୋଜନାରେ ପଟ୍ଟା ପ୍ରଦାନ, ଯେଉଁ ହୀତାଧିକାରୀମାନେ ଆଗରୁ ଚାଷ ଜମି ଓ ଘରଡିହ ପାଇଁ ଆବେଦନ କରିଛନ୍ତି ସେମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ଓ ‘ମୋ ଜମି ମୋ ଡିହ’ ଯୋଜନାରେ ପୂର୍ବରୁ ଦିଆଯାଇ ଥିବା ଘରଡିହ ଜମିର ଚିହ୍ନଟିକରଣ କରାଯାଇ ହିତାଧରକାରୀମାନଙ୍କୁ ସେହି ସ୍ଥାନରେ ଥଇଥାନ କରାଯିବା ଆଦି ଦାବି ଅର୍ନ୍ତଭୁକ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri