ଉଦ୍ଧାର ତୀରବିଦ୍ଧ ସମ୍ବର ମୃତ

ବାରିପଦା ଅଫିସ,୩ା୧୨- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ଅଧୀନ ବାରିପଦା ରେଞ୍ଜର କାଦୁଆଳବନ୍ଧ ଗ୍ରାମ ନିକଟରୁ ସୋମବାର ଏକ ତୀରବିଦ୍ଧ ସମ୍ବର ଉଦ୍ଧାର ହୋଇଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ବାରିପଦା ରେଞ୍ଜ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ସମ୍ବରକୁ ଉଦ୍ଧାର କରିଥିଲା। ତେବେ ଚିକିତ୍ସା ପାଇଁ ଆଣିବା ବାଟରେ ସମ୍ବରର ମୃତ୍ୟୁ ଘଟିଥିଲା। ଏହି ସମ୍ବର ପ୍ରାୟ ୬ ବର୍ଷ ବୟସର ହୋଇଥିବା ବେଳେ ଓଜନ ୯୦ କି.ଗ୍ରା ବୋଲି ଜଣାପଡ଼ିଛି। ସମ୍ବରର ମୃତଦେହ ବ୍ୟବଚ୍ଛେଦ କରାଯିବା ପରେ ମଞ୍ଚାବନ୍ଧା ନର୍ସରି ନିକଟରେ ପୋତି ଦିଆଯାଇଛି। ଏନେଇ ବାରିପଦା ରେଞ୍ଜରେ ଏକ ମାମଲା(ନଂ.୧୦ ବିଏ/୨୦୧୯-୨୦) ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ସେବା ସମ୍ପୂର୍ଣ୍ଣ ଠପ: ଓମସାର କାର୍ଯ୍ୟବନ୍ଦ ଆନ୍ଦୋଳନ

ବାରିପଦା, ୧।୭ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ଓଡ଼ିଶା ମେଡିକାଲ ସର୍ଭିସେସ ଆସୋସିଏସନ (ଓମସା)ର କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ରାଜ୍ୟ ସମେତ ମୟୂରଭଞ୍ଜ ଜିଲା ମୁଖ୍ୟ ଚିକିତ୍ସାଳୟରେ  …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri