Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁ ୪-୨ରେ କେରଳକୁ ହରାଇଲା

ମାରଗାଓ,୧୩।୧୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ରାତିରେ ଅନୁଷ୍ଠିତ ମ୍ୟାଚ୍‌ରେ ବେଙ୍ଗାଲୁରୁ ଏଫ୍‌ସି ୪-୨ ଗୋଲରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ସବୁ ଦୃଷ୍ଟିକୋଣରୁ ବେଙ୍ଗାଲୁରୁ ଅପେକ୍ଷାକୃତ ଭଲ ଖେଳିଥିଲା। ଏଥି ସହ ୫ଟି ମ୍ୟାଚ୍‌ ଖେଳି ବେଙ୍ଗାଲୁରୁ ୨ ବିଜୟ, ୩ ଡ୍ର ସହ ୯ ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି। ଅନ୍ୟପଟେ କେରଳ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨ ଡ୍ର ଓ ୩ ପରାଜୟ ସହ ୨ ପଏଣ୍ଟ ପାଇ ନବମ ସ୍ଥାନରେ ରହିଛି।

ମ୍ୟାଚର ୧୭ତମ ମିନିଟ୍‌ରେ ରାହୁଲ କାନୋଲି ପ୍ରବୀଣ ପ୍ରଥମ ଗୋଲ ଦେଇ କେରଳକୁ ଅଗ୍ରଣୀ କରାଇଥିଲେ। ତେବେ ବେଙ୍ଗାଲୁରୁର ବ୍ରାଜିଲ ଓ୍ବିଙ୍ଗର କ୍ଲେଇଟନ ସିଲ୍‌ଭା ୨୯ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଫଳରେ ପ୍ରଥମାର୍ଦ୍ଧ ଶେଷ ବେଳକୁ ମ୍ୟାଚ ୧-୧ ସମାନସ୍ତରରେ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ୫୧ତମ ମିନିଟ୍‌ରେ ନର୍‌ଓ୍ବେ ଷ୍ଟ୍ରାଇକର କ୍ରିଷ୍ଟିଆନ ଓପ୍‌ସେଥ୍‌ ଗୋଲ ଦେଇ ବେଙ୍ଗାଲୁରୁକୁ ଅଗ୍ରଣୀ କରାଇଥିଲେ। ଏହାର ଠିକ ୨ ମିନିଟ୍‌ ପରେ ସ୍ପାନିଶ ମିଡ୍‌ଫିଲ୍ଡର ଡିମାସ ଡେଲଗାଡୋ ଗୋଲ ଦେଇ ବେଙ୍ଗାଲୁରୁକୁ ୩-୧ରେ ଅଗ୍ରଣୀ କରାଇଥିଲେ। ତେବେ କେରଳ ତରଫରୁ ସ୍ପାନିଶ ମିଡ୍‌ଫିଲ୍ଡର ଭିନ୍‌ସେଣ୍ଟ ଗୋମେଜ ୬୧ତମ ମିନିଟ୍‌ରେ ଗୋଲ ଦେଇଥିଲେ। ଫଳରେ ମ୍ୟାଚ ୩-୨ ସ୍ତରରେ ପହଞ୍ଚିଥିଲା। ତେବେ ଏହାର ଠିକ୍‌ ୪ ମିନିଟ୍‌ ପରେ ଅର୍ଥାତ୍‌ ୬୫ତମ ମିନିଟ୍‌ରେ ବେଙ୍ଗାଲୁରୁ ଅଧିନାୟକ ସୁନୀଲ ଛେତ୍ରୀ ଏକ ସୁନ୍ଦର ଗୋଲ ଦେଇ ଗୋଲ ବ୍ୟବଧାନରେ ବୃଦ୍ଧି ଆଣିଥିଲେ। ତେବେ ଏହା ପୂର୍ବରୁ ଛେତ୍ରୀ ଏକ ପେନାଲ୍ଟି ମିସ୍‌ କରିଥିଲେ। ଇଞ୍ଜୁରି ଟାଇମ୍‌ ବାବଦରେ ୫ ମିନିଟ୍‌ ଖେଳ ହୋଇଥିଲେ ମଧ୍ୟ ଆଉ ଗୋଲ ସମ୍ଭବ ହୋଇ ନ ଥିଲା। ଫଳରେ ବେଙ୍ଗାଲୁରୁ ୪-୨ରେ ବିଜୟୀ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହିଟ ଆଣ୍ଡ ରନ୍‌: କ୍ରିକେଟର ସୁରେଶ ରାଇନା ମାନିଲେ ୨ ଯୁବକଙ୍କର ହୋଇଛି ମୃତ୍ୟୁ

ଧର୍ମଶାଳା,୨।୫: ହିମାଚଳ ପ୍ରଦେଶର କାଙ୍ଗ୍ରା ଜିଲାରେ ଏକ ସଡ଼କ ଦୁର୍ଘଟଣାରେ ପୂର୍ବତନ ଭାରତୀୟ ଦଳର କ୍ରିକେଟ ଖେଳାଳି ସୁରେଶ ରାଇନାଙ୍କ ମାମୁଁଙ୍କ ପୁଅର ମୃତ୍ୟୁ ଘଟିଛି।...

ଚାମ୍ପିଅନ୍ସ ଟ୍ରଫି: ଲାହୋରରେ ଭାରତର ସମସ୍ତ ମ୍ୟାଚ୍ ଆୟୋଜନ କରିବାକୁ ପ୍ରସ୍ତାବ ଦେଲା ପାକିସ୍ତାନ

ଭବାନୀପାଟଣା,୧।୫: ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆସନ୍ତା ବର୍ଷ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତର ସମସ୍ତ ମ୍ୟାଚ୍କୁ ଗୋଟିଏ ସ୍ଥାନରେ ଆୟୋଜନ କରିବାକୁ...

ମୟଙ୍କ ଯାଦବଙ୍କୁ ବଡ ଉପହାର ଦେଲା ବିସିସିଆଇ, କିନ୍ତୁ ରହିଛି ଖରାପ ଖବର

ମୁମ୍ବାଇ,୧ା୫: ପେସ୍‌ ବୋଲିଂ ସେନ୍‌ସେସନ୍‌ ମୟଙ୍କ ଯାଦବ ଅବଶିଷ୍ଟ ଆଇପିଏଲ୍‌ ମ୍ୟାଚ୍‌ରେ ଅଂଶଗ୍ରହଣ କରିବା ନେଇ ସନ୍ଦେହ ଉପୁଜିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ସମୟରେ...

ସେଲିବ୍ରେସନ୍‌ ପାଇଁ ବାଣ, ମିଠା କିଣି ଘରକୁ ଆଣିଥିଲେ ରିଙ୍କୁ ସିଂ’ଙ୍କ ବାପା, ପୁଅର ହେଲାଣି ସିଲେକ୍‌ସନ୍‌

ନୂଆଦିଲ୍ଲୀ,୧ା୫: ମଙ୍ଗଳବାର ପୁରୁଷ ଟି୨୦ ବିଶ୍ୱକପ ପାଇଁ ୧୫ ଜଣ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ନିମ୍ନକ୍ରମର ଦୁର୍ଦଶ ବ୍ୟାଟର ରିଙ୍କୁ ସିଂଙ୍କୁ ଦଳରେ...

ଲକ୍ଷ୍ନୌ ଜିତିବା ପରେ ପଏଣ୍ଟ ଟେବୁଲ୍‌ରେ ହେଲା ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛି

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ଉଇକେଟରେ ପରାସ୍ତ କରିଛି। ଲକ୍ଷ୍ନୌର ଘରୋଇ ଗ୍ରାଉଣ୍ଡରେ ଖେଳାଯାଇଥିବା ମ୍ୟାଚରେ...

ପାଣ୍ଡ୍ୟାଙ୍କ ଏହି ଭୁଲ ଯୋଗୁ ମୁମ୍ବାଇକୁ ପଡ଼ିଲା ଭାରି, ଅଧିନାୟକ ସମେତ ଖେଳାଳିଙ୍କ ଉପରେ ଲାଗିଲା ମୋଟା ଅଙ୍କର ଫାଇନ୍‌

ନୂଆଦିଲ୍ଲୀ,୧।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଡବଲ ଝଟକା ଲାଗିଛି। ଟୁର୍ନାମେଣ୍ଟର ୪୮ତମ ମ୍ୟାଚରେ ମୁମ୍ବାଇକୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ୪ ଉଇକେଟ୍‌ରେ ହରାଇଛି। ଏହି...

ବିରାଟ କୋହଲି ଆମର ଜ୍ୱାଇଁ…କାହିଁକି ଏମିତି କହିଲେ ଶାହରୁଖ

କୋଲକାତା,୧।୫: ଆଇପିଏଲ ଦଳ କୋଲକାତା ନାଇଟ ରାଇଡର୍ସ ମାଲିକ ତଥା ବଲିଉଡ ଅଭିନେତା ଶାହାରୁଖ ଖାନ ବିରାଟ କୋହଲିଙ୍କ ଉପରେ ନିଜର ମତ ରଖିଛନ୍ତି। କୋହଲିଙ୍କୁ...

ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ରୁ ବିଦା! ଜାଣନ୍ତୁ କ’ଣ ରହିଛି ସମୀକରଣ

ଲକ୍ଷ୍ନୌ,୧।୫: ଆଇପିଏଲ ୨୦୨୪ର ୪୮ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ସୁପର ଜଏଣ୍ଟସ ଏହି ମ୍ୟାଚ ସହଜରେ ଜିତିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri