Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ପରାଜୟରୁ ଓଡ଼ିଶା ଏଫ୍‌ସିର ଅଭିଯାନ

ଜାମସେଦପୁର,୨୩।୧୦: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ଆଇଏସ୍‌ଏଲ)ରେ ଓଡ଼ିଶା ଏଫ୍‌ସି ପରାଜୟରୁ ଅଭିଯାନ ଆରମ୍ଭ କରିଛି। ଲିଗ୍‌ରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ଜାମସେଦପୁର ଏଫସି ଠାରୁ ପରାସ୍ତ ହୋଇଛି। ଜେଆରଡି ସ୍ପୋଟର୍‌ସ କମ୍ପ୍ଲେକ୍ସ ଠାରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଓଡିଶା ଏଫସିକୁ ୨-୧ ଗୋଲରେ ହରାଇ ଜାମେସଦପୁର ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ସହ ଘରୋଇ ଦଳ ପୂରା ତିନି ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍‌ରେ ଜବରଦସ୍ତ ସଂଘର୍ଷ ଦେଖିବାକୁ ମିଳିଥିଲା।
ଜଣେ ଖେଳାଳିଙ୍କୁ ନାଲି କାର୍ଡ ପ୍ରଦର୍ଶନ ପରେ ଏକ ଘଣ୍ଟାରୁ ଅଧିକ ସମୟ ୧୦ ଜଣିଆ ଦଳ ନେଇ ଖେଳିଥିବା ଘରୋଇ ଜାମସେଦପୁର ଦଳ ଲଢୁଆ ଖେଳ ଜାରି ରଖି ସର୍ଜିଓ କାଷ୍ଟେଲଙ୍କ ଗୋଲ ବଳରେ ଏହି ବିଜୟ ହାସଲ କରିଛି। ଜାମସେଦପୁର ଦଳ ମ୍ୟାଚ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରି ଓଡିଶା ଏଫସି ଉପରେ ଚାପ ପକାଇଥିଲା। ସପ୍ତମ ମିନିଟରେ ଘରୋଇ ଦଳକୁ ଗୋଲ ଦେବାର ପ୍ରଥମ ସୁଯୋଗ ମିଳିଥିଲା I କିନ୍ତୁ ଫାରୁକ ଚୌଧରୀ ମାରିଥିବା ଶଟ୍‌ ଓଡିଶା ଗୋଲପୋଷ୍ଟ ଉପରେ ଚାଲିଯାଇଥିଲା। ଖେଳରେ କିଛିଟା ନିୟନ୍ତ୍ରଣ ପାଇବା ପରେ ଓଡିଶା ଦଳ ମଧ୍ୟ ପ୍ରତି ଆକ୍ରମଣ କରିଥିଲା I ଚତୁର୍ଦ୍ଦଶ ମିନିଟରେ ଜେରୀ ମହମିଙ୍ଗଥାଙ୍ଗା ଗୋଲ ଦେବାର ସୁଯୋଗ ହାତଛଡା କରିଥିଲେ I ତେବେ ୧୭ତମ ମିନିଟ୍‌ରେ ଫାରୁକ ଚୌଧୁରୀ ଏକ ସୁନ୍ଦର ଗୋଲ ଦେଇ ଜାମସେଦପୁର କୁ ୧-୦ରେ ଅଗ୍ରଣୀ କରିଥିଲେ।
ଓଡିଶା ଦଳ ଏହାପରେ ଗୋଲ ପରିଶୋଧ କରିବାକୁ ଜୋରଦାର ଉଦ୍ୟମ କରିଥିଲା I ଅନ୍ୟପକ୍ଷରେ ଫାଉଲ ପାଇଁ ଜାମସେଦପୁରର ବିକାଶ ଜାଇରୁ ୩୫ତମ ମିନିଟରେ ନାଲି କାର୍ଡ ପାଇ ପଡ଼ିଆରୁ ବାହାରିଯିବାରୁ ଦଳ ଏହାପରେ ୧୦ଜଣ ଖେଳାଳିଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା I ଏହାର ପାଞ୍ଚ ମିନିଟ ପରେ ଓଡିଶା ଏଫସିର ଆରିଡେନ ସାଣ୍ଟାନା ଗୋଟିଏ ଚମତ୍କାର ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସମାନ ସ୍ଥିତିକୁ ନେଇ ଆସିଥିଲେ I
ପ୍ରଥମାର୍ଦ୍ଧ ଖେଳ ୧-୧ ଗୋଲରେ ଶେଷ ହେବାପରେ ଉଭୟ ଦଳ ଦ୍ୱିତୀୟାର୍ଦ୍ଧରେ ପ୍ରାଧାନ୍ୟ ବିସ୍ତାର ଲାଗି ପ୍ରୟାସ କରିଥିଲେ I ୬୮ତମ ମିନିଟରେ ଓଡିଶା ଦଳର ବଦଳ ଖେଳାଳି ବିକ୍ରମଜିତ ସିଂଙ୍କ ଜୋର୍‌ଦାର ଶଟ୍‌କୁ ପ୍ରତିପକ୍ଷ ଗୋଲରକ୍ଷକ ସୁବ୍ରତ ପଲ ଅଟକାଇବାରେ ସମର୍ଥ ହୋଇଥିଲେ। ଦଶ ଜଣ ଖେଳାଳିଙ୍କୁ ନେଇ ଲଢେଇ କରିବା ସତ୍ତ୍ୱେ ଘରୋଇ ଦଳ ମ୍ୟାଚ ଜିତିବାର ଆଶା ହରାଇ ନ ଥିଲା I ଖେଳର ୮୫ତମ ମିନିଟରେ ପିଟିଙ୍କ ଠାରୁ ପାସ୍‌ ପାଇ ସର୍ଜିଓ କାଷ୍ଟେଲ ଏକ ଦର୍ଶନୀୟ ଗୋଲ ଦେବା ସହ ଜାମସେଦପୁର ଏଫସିକୁ ୨-୧ ଗୋଲରେ ବିଜୟୀ କରିଥିଲେ I ଏହି ନିର୍ଣ୍ଣାୟକ ଗୋଲ ଦେଇ କାଷ୍ଟେଲ ମ୍ୟାଚର ଉଦୀୟମାନ ଖେଳାଳି ପୁରସ୍କାର ଲାଭ କରିଥିଲେ। ସେହିପରି ଫାରୁକ ଚୌଧରୀଙ୍କୁ ହିରୋ ମ୍ୟାନ ଅଫ ଦି ପୁରସ୍କାର ପ୍ରଦାନ କରାଯାଇଥିଲା I


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri