ଇଣ୍ଡିଆନ ଆଇଡଲ୍‌ -୧୬ ଫାଇନାଲରେ ଜ୍ୟୋତିର୍ମୟୀ: ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ

ନୀଳଗିରି, ୧୦।୨(ପ୍ରଶାନ୍ତ ବିଶ୍ୱାଳ):ସୋନି ଟିଭି ରିଆଲଟି ଶୋ ‘ଇଣ୍ଡିଆନ ଆଇଡଲ୍‌ -୧୬’ର ଫାଇନାଲ ରାଉଣ୍ଡରେ ପହଞ୍ଚତ୍ଛନ୍ତି ନୀଳଗିରି ମାଟିର ସୁନାଝିଅ ଜ୍ୟୋତିର୍ମୟୀ ନାୟକ। ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜଡିଦା ପଞ୍ଚାୟତ ବାଉଁଶନାଳ ଗ୍ରାମର ଚକ୍ରଧର ନାୟକ ଓ ଗୌରୀମଣି ନାୟକଙ୍କ ଏକମାତ୍ର ଝିଅ ଜ୍ୟୋତିର୍ମୟୀ ପିଲାଟିବେଳୁ ସଙ୍ଗୀତ ପ୍ରତି ରୁଚିରଖିଥିଲେ। ଜ୍ୟୋତିର୍ମୟୀ ଓଡ଼ିଆରେ ୧ହଜାରରୁ ଊଦ୍ଧର୍‌ବ ଗୀତ ଗାଇଥିବା ବେଳେ କର୍କଟ ରୋଗରେ ପୀଡିତ ରୋଗୀଙ୍କ ପାଇଁ ମ୍ୟୁଜିକ ଥେରାପି ମାଧ୍ୟମରେ ଗୀତ ଗାଇ ଆନନ୍ଦପ୍ରଦାନ କରିଥାନ୍ତି। ଚଳିତ ଇଣ୍ଡିଆନ ଆଇଡଲ୍‌ -୧୬ରେ ଲଗାତାର ପ୍ରଭାବଶାଳୀ ପ୍ରଦର୍ଶନ କରି ବିଚାରକଙ୍କ ପ୍ରଥମପସନ୍ଦ ହୋଇପାରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ପ୍ରତି ଅନୁରକ୍ତ ଜ୍ୟୋତିର୍ମୟୀ ଅନ୍ୟ ପ୍ରତିଯୋଗୀ କଣ୍ଠଶିଳ୍ପୀଙ୍କ ତୁଳନାରେ ଚମକତ୍ାର ପ୍ରଦର୍ଶନ କରି ସର୍ବାଗ୍ରେ ରହିଥିବା ବେଳେ ଫାଇନାଲରେ ବିଜୟମୁକୁଟ ପିନ୍ଧି ରାଜ୍ୟ, ଜିଲା ଏବଂ ଜନ୍ମମାଟି ନୀଳଗିରି ପାଇଁ ଗୌରବ ଅର୍ଜନ କରନ୍ତୁ ବୋଲି ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ହଜାର ହଜାର ରାଜ୍ୟ ତଥା ନୀଳଗିରିବାସୀ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କର ମଙ୍ଗଳକାମନା କରି ଅଖଣ୍ଡ ଦୀପଦାନ କରିଥିବା ପରିବାରବର୍ଗ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାଦନ ଖଟିବାକୁ ଯାଇ କେରଳରେ ଯୁବକ ମୃତ; ମୃତଦେହ ଗାଁକୁ ଆଣିବାକୁ ଜିଲାପାଳଙ୍କୁ ନିବେଦନ

ଜି.ଉଦୟଗିରି,୧୦।୮(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, ପରିବାର ଲୋକ ବେସାହାରା

ଖଡ଼ିଆଳ,୧୦ା୮ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ସାନମହେଶ୍ୱର ପଞ୍ଚାୟତ କୁଲିଗାଁ ଗ୍ରାମରେ ଲଗାଣ ବର୍ଷାରେ ଘର ଭାଙ୍ଗିବା ପରେ ଏକ ପରିବାର ବେସାହାରା…

୮ ଫୁଟ ଲମ୍ବର ଅଜଗର ଉଦ୍ଧାର: ଜମିରେ ଚାଷ କାମ କରୁଥିବାବେଳେ…

କେସିଙ୍ଗା,୧୦।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁସ୍ଥିତ ତେଳନଦୀ ଜମି ପାର୍ଶ୍ୱରୁ ସୋମବାର ୮ ଫୁଟ ଲମ୍ବର…

ସୂର୍ଯ୍ୟ-କେତୁଙ୍କ ‘ଗ୍ରହଣ ଯୋଗ’ରେ ଚମକିବ ଭାଗ୍ୟ: ୭ ଦିନ ପରେ ଏହି ୩ ରାଶିକୁ ହଠାତ୍‌ ମିଳିବ ଧନଲାଭ!

୭ ଦିନ ପରେ ଅର୍ଥାତ୍‌ ୧୭ ଅଗଷ୍ଟ, ୨୦୨୬ ଦିନଟି ଜ୍ୟୋତିଷ ଦୃଷ୍ଟିରୁ ଅତ୍ୟନ୍ତ ବିଶେଷ ରହିବାକୁ ଯାଉଛି। କାରଣ ଏହି ଦିନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ…

ଓଲଟିଲା କୋଇଲା ବୋଝେଇ ଟ୍ରକ: ଓଡ଼ିଶା-ଆନ୍ଧ୍ର ଯାତାୟତ ଠପ୍‌

ରାୟଗଡ଼ା,୧୦।୮(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲା ପାର୍ବତୀପୁର ନିକଟରେ ସୋମବାର ଏକ କୋଇଲା ବୋଝେଇ ଏକ ଟ୍ରକ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଫଳରେ ଓଡ଼ିଶା-ଆନ୍ଧ୍ରକୁ ସଂଯୋଗ…

୧୨ ଅଗଷ୍ଟରେ ଆକାଶରେ ବଡ଼ ମହାଜାଗତିକ ଘଟଣା: ଏହି ରାଶି ଉପରେ ମାଡ଼ିଆସୁଛି ବଡ଼ ସଙ୍କଟ! ରୁହନ୍ତୁ ସତର୍କ

୧୨ ଅଗଷ୍ଟ ୨୦୨୬ ରାତିରେ ଆକାଶରେ ଏକ ବଡ଼ ଖଗୋଳୀୟ ଘଟଣା ଘଟିବାକୁ ଯାଉଛି। ଚନ୍ଦ୍ର କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ବିଶ୍ୱର ଅନେକ…

ନାକ ଫୁଲ ଗିଳି ଦେଲେ ଶେହନାଜ: ଶୁଟି ସେଟ୍‌ରେ ଘଟିଲା…

ଚୁଲବୁଲି ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଏକ ଦୁର୍ଘଟଣା ଘଟିଛି। ଶୁଟିଂ କରୁଥିବା ସମୟରେ ସେ ଭୁଲବଶତଃ ତାଙ୍କ ନାକ ଫୁଲ ଗିଳିଦେଇଛନ୍ତି। ଏହି ଘଟଣା ସେଟରେ…

କୂଳ ଲଙ୍ଘୁଛି ଆର୍ଯ୍ୟପଲ୍ଲୀ ସମୁଦ୍ର: ବଢୁଛି ଲୋକଙ୍କ ମଧ୍ୟରେ ଭୟ, ବର୍ଷାରେ ଉପଜିଲାପାଳ…

ଛତ୍ରପୁର,୧୦।୮ (ଦିଲ୍ଲୀପସାମଲ /ଦ୍ୱାରିକା ପଟ୍ଟନାୟକ ): ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବା ଯୋଗୁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri