ଇଚ୍ଛା ମୃତ୍ୟୁ ମାଗିଲେ ଦିବ୍ୟାଙ୍ଗ: ପ୍ରଶାସନ ଡକାଇ ଆଲୋଚନା କରି ସହାୟତା ପ୍ରତିଶ୍ରୁତି ଦେଲା

ଭଦ୍ରକ ଅଫିସ, ୨୧ା୮- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଇରମ ପଞ୍ଚାୟତ ରଥପଦା ଗାଁର ଦିବ୍ୟାଙ୍ଗ ଯୁବକ ଉମାକାନ୍ତ ଦାସ(୩୧) ଟୁଇଟ କରି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଭଦ୍ରକ ଜିଲାପାଳଙ୍କୁ ଇଚ୍ଛାମୃତ୍ୟୁ ଆଦେଶ ମାଗିଛନ୍ତି। ବି.କମ୍‌. ପାସ କରିବା ସତ୍ତ୍ୱେ ତାଙ୍କୁ ଚାକିରି ମିଳିନି କି ଭିନ୍ନକ୍ଷମ ଭତ୍ତା ମିଳି ନାହିଁ । ଏପରି ସ୍ଥଳେ ନିଜ ଭବିଷ୍ୟତ ନେଇ ସଂଶୟରେ ପଡିଛନ୍ତି ଉମାକାନ୍ତ । ସେ ମା’ ବାପାଙ୍କର ଏକମାତ୍ର ସନ୍ତାନ ହୋଇଥିବାରୁ ସେମାନଙ୍କ ଅନ୍ତେ ତାଙ୍କୁ ଭିକ ମାଗିବାକୁ ପଡିବ ବୋଲି ସାହିପଡିଶା ଲୋକେ କହି ଟାହିଟାପରା କରୁଥିବାରୁ ଏହା ତାଙ୍କ ଲାଗି ଅସହ୍ୟ ହୋଇ ପଡିଛି ବୋଲି ସେ ଦର୍ଶାଇଛନ୍ତି।
ଏ ସମ୍ପର୍କରେ ଉମାକାନ୍ତ ଗତ ୧୪ ତାରିଖରେ ସୋସିଆଲ ମିଡିଆରେ ଟୁଇଟ୍‌ କରି ଇଚ୍ଛାମୃତ୍ୟୁ ମାଗିବା ପରେ ଏହା ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଦୃଷ୍ଟିକୁ ଆସିଥିଲା। ସେ ରି-ଟୁଇଟ୍‌ କରି ଜିଲା ପ୍ରଶାସନକୁ ଆସି ଦେଖା କରନ୍ତୁ ବୋଲି ତାଙ୍କୁ ପରାମର୍ଶ ଦେଇଥିଲେ। ତଦନୁଯାୟୀ ଦିବ୍ୟାଙ୍ଗ ଉମାକାନ୍ତ ମଙ୍ଗଳବାର ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆସି ପହଞ୍ଚିଥିଲେ। ଜିଲାପାଳ ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ଅତିରିକ୍ତ ଉପଜିଲାପାଳ ମନୋରମା ଭୂୟାଁ, ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନ ରାୟ ପ୍ରମୁଖ ଉମାକାନ୍ତଙ୍କ ସହ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ଆବଶ୍ୟକ ସହାୟତା ସାଙ୍ଗକୁ ଭତ୍ତା ପ୍ରଦାନ ଏବଂ ମୁଖ୍ୟସ୍ରୋତରେ ତାଙ୍କୁ ସାମିଲ କରିବା ସକାଶେ ଯଥାସମ୍ଭବ ପଦକ୍ଷେପ ନିଆଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା। ଏଭଳି ପ୍ରତିଶ୍ରୁତି ପାଇ ସେ ଘରକୁ ଫେରିଯାଇଛନ୍ତି। ଉମାକାନ୍ତ ୬ ବର୍ଷର ହୋଇଥିବା ବେଳେ ପୋଲିଓରେ ଆକ୍ରାନ୍ତ ହେବା ଯୋଗୁ ତାଙ୍କ ବାମ ଗୋଡ ସରୁ ହୋଇଯାଇଛି। ସେ ଭଲରେ ଚଲାବୁଲା କରି ପାରନ୍ତି ନାହିଁ କି କଥାବାର୍ତ୍ତା କହି ପାରନ୍ତି ନାହିଁ ା ସେ ପ୍ରଶାସନଠାରୁ ପାଇଥିବା ଭିନ୍ନକ୍ଷମ ପ୍ରମାଣପତ୍ରକୁ କେବଳ ଘରେ ସାଇତି ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ ପକ୍ଷରୁ ଶିକ୍ଷା ଉପକରଣ ବଣ୍ଟନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ଗୋବିନ୍ଦ ପ୍ରଧାନ ସ୍ମୃତି ସଂସଦ (ଜିପିଏସଏସ ) ପକ୍ଷରୁ ରବିବାର ଅପରାହ୍ନରେ…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri