ଇଏମ୍‌ଆଇରେ ୩ ମାସର ଆଶ୍ୱସ୍ତି; ରେପୋ କମାଇଲା ଆର୍‌ବିଆଇ

ମୁମ୍ବାଇ,୨୮। ୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହାଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ ହୋଇଛି। ଏହାକୁ କମ୍‌ କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ଶୁକ୍ରବାର ରେପୋ ରେଟ୍‌(ଯେଉଁ ହାରରେ କେନ୍ଦ୍ରୀୟ ବ୍ୟାଙ୍କ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକୁ ଋଣ ପ୍ରଦାନ କରିଥାଏ) ବା ସୁଧହାରକୁ ୭୫ ବେସିସ୍‌ ପଏଣ୍ଟ ହ୍ରାସ କରିଛନ୍ତି। ଏହାଦ୍ୱାରା ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ପ୍ରଦାନ କରିଥିବା ରେପୋ ସଂଯୋଗୀ ଋଣ ଉପରେ ଇଏମ୍‌ଆଇ କମିବ। ଏଥିସହ କେନ୍ଦ୍ରୀୟ ବ୍ୟାଙ୍କ ସମସ୍ତ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ, ଅଣବ୍ୟାଙ୍କିଙ୍ଗ୍‌ ବିତ୍ତ ପ୍ରତିଷ୍ଠାନ(ଏନ୍‌ବିଏଫ୍‌ସି)କୁ ଟର୍ମ ଋଣ କ୍ଷେତ୍ରରେ ୩ମାସ ଲାଗି ଋଣ କିସ୍ତି ଆଦାୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। ଆର୍‌ବିଆଇର ଏହି ପଦକ୍ଷେପ ମଧ୍ୟବିତ୍ତ ଶ୍ରେଣୀ ଏବଂ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକ ଲାଗି ସହାୟକ ହେବ ବୋଲି କୁହାଯାଇଛି। ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ବର୍ତ୍ତମାନର ପ୍ରଭାବିତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ଏହା ପରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ବର୍ତ୍ତମାନ ରେପୋ ରେଟ୍‌ ୫.୧୫% ରହିଥିବା ବେଳେ ଏଥିରେ ୭୫ ବେସିସ୍‌ ପଏଣ୍ଟ ହ୍ରାସ ହେବା ଯୋଗୁ ଏହା ୪.୪%କୁ ଖସିଛି। ଏହାବାଦ ରିଭର୍ସ ରେପୋ( କେନ୍ଦ୍ରୀୟ ବ୍ୟାଙ୍କ ଯେଉଁ ହାରରେ ବାଣିଜି୍ୟକ ବ୍ୟାଙ୍କଗୁଡ଼ିକଠାରୁ ଋଣ ନେଇଥାଏ) ୯୦ ବେସିସ୍‌ ପଏଣ୍ଟ ହ୍ରାସ ହେବା ଫଳରେ ଏହା ୪%କୁ ଖସିଛି। କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରାନୀତି କମିଟି ବୈଠକ ଏପ୍ରିଲ ୩ରେ ଅନୁଷ୍ଠିତ ହେବାର ଥିଲା। ଏହି ବୈଠକରେ ସୁଧହାର ହ୍ରାସ ହେବା ନେଇ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ହେଲେ ଏହାର ଅବ୍ୟବହିତ ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ଏଭଳି ବଳିଷ୍ଠ ପଦକ୍ଷେପ ନେଇଥିବାରୁ ଏହାକୁ ଦେଶର ଶିଳ୍ପଜଗତ ପକ୍ଷରୁ ସ୍ବାଗତ କରାଯାଇଛି। ଆର୍‌ବିଆଇ ବୈଠକରେ ରେପୋ ରେଟ୍‌ ହ୍ରାସ ସପକ୍ଷରେ ୪:୨ ସଂଖ୍ୟା ଗରିଷ୍ଠତାରେ ଭୋଟ ମିଳିଥିଲା। ସେହିଭଳି ବ୍ୟାଙ୍କଗୁଡ଼ିକର କ୍ୟାଶ୍‌ ରିଜର୍ଭ ରେସିଓ(ସିଆର୍‌ଆର୍‌) ୧୦୦ ବେସିସ୍‌ ପଏଣ୍ଟ ହ୍ରାସ କରାଯିବା ଫଳରେ ଏହା ୩%କୁ ଖସିଛି। ଆର୍‌ବିଆଇର ମୁଦ୍ରାନୀତି କମିଟି ଅର୍ଥ ବ୍ୟବସ୍ଥା ଲାଗି ନଗଦ ପରିମାଣ ବଢ଼ାଇବା ପଦକ୍ଷେପ ସମ୍ପର୍କରେ ଘୋଷଣା କରିଛି। ଏହାବାଦ କରୋନାଜନିତ ପ୍ରଭାବିତ ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ବିଭିନ୍ନ ପଦକ୍ଷେପ ଧାରା ଜାରି ରହିବ ବୋଲି କେନ୍ଦ୍ରୀୟ ବ୍ୟାଙ୍କ ସ୍ପଷ୍ଟ କରିଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ସୁଧହାର ହ୍ରାସ ପଦକ୍ଷେପ ପରେ ରେପୋ ୨୦୦୪ ଅକ୍ଟୋବର ପରଠାରୁ ସବୁଠାରୁ ନିମ୍ନ ସ୍ତରର ଖସିଛି। ୨୦୧୯ରେ କେନ୍ଦ୍ରୀୟ ବ୍ୟାଙ୍କ ୧୩୫ ବେସିସ୍‌ ପଏଣ୍ଟ ସୁଧହାର ହ୍ରାସ କରିଛି। ଏହାପରେ ଗତ ଡିସେମ୍ବର ପରଠାରୁ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ଆର୍ଥତ୍କ ମାନ୍ଦାବସ୍ଥା କାରଣରୁ ସୁଧହାର ହ୍ରାସ ଉପରେ ବିରତି ଲାଗିଥିଲା।
ଏହି ଅବସରରେ ଗର୍ଭନର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଜାନୁୟାରୀ ମାର୍ଚ୍ଚ ତ୍ରୈମାସ ଲାଗି ବିକାଶ ହାର ଅନୁମାନକୁ ୪.୭% ରଖାଯାଇଛି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ୫% ଅଭିବୃଦ୍ଧି ହାସଲ ଦିଗରେ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବର୍ତ୍ତମାନର କରୋନାଜନିତ ସ୍ଥିତି ଯୋଗୁ ଏ କ୍ଷେତ୍ରରେ ଅନେକ ପ୍ରଭାବ ପରିଲକ୍ଷିତ ହୋଇଛି। ଲକ୍‌ଡାଉନ ଯୋଗୁ ଶିଳ୍ପ ୟୁନିଟ୍‌ଗୁଡ଼ିକ ବନ୍ଦ ହେବାକୁ ଥିବା ବେଳେ ଅନେକ ସଂଖ୍ୟାରେ ଲୋକ ବେକାର ହେବା ଆଶଙ୍କା ରହିଛି। ଅର୍ଥ ବ୍ୟବସ୍ଥା ଉପରେ କରୋନାର ପ୍ରଭାବକୁ ଧ୍ୟାନରେ ରଖି ତ୍ୱରିତ ହାରରେ ଏଭଳି ପଦକ୍ଷେପ ଘୋଷଣା କରାଯାଇଛି। କେନ୍ଦ୍ରୀୟ ବ୍ୟାଙ୍କର ଏହି ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ଏହାଦ୍ୱାରା ବଜାରରେ ନଗଦ ସମସ୍ୟା ହ୍ରାସହେବା ସହ ମଧ୍ୟବିତ୍ତ ଏବଂ ବାଣିଜ୍ୟ ଗୋଷ୍ଠୀକୁ ଫାଇଦା ହେବ ବୋଲି ମୋଦି ମତ ରଖିଛନ୍ତି। ଟର୍ମ ଲୋନ୍‌ ଇଏମ୍‌ଆଇ ଦେୟ ଲାଗି ୩ ମାସ କୋହଳ କରାଯାଇଥିବା ବେଳେ ଓ୍ବାର୍କିଂ କ୍ୟାପିଟାଲ ଋଣ କ୍ଷେତ୍ରରେ ପଦକ୍ଷେପ ଲୋକଙ୍କ ଲାଗି ଲାଭକାରୀ ହେବ । ମାତ୍ର ବ୍ୟାଙ୍କଗୁଡ଼ିକ ରେପୋ ହ୍ରାସ ସୁବିଧା ଶୀଘ୍ର ଲୋକଙ୍କୁ ପ୍ରଦାନ କରନ୍ତୁ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ସେହିଭଳି ସିଆର୍‌ଆର୍‌ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଯୋଗୁ ନଗଦ ସୁବିଧାକୁ ତ୍ୱରାନ୍ବିତ କରିବା ସହ ପ୍ରଭାବିତ ଚାହିଦା ଏବଂ ନିବେଶ ବଢ଼ାଇବା ଦିଗରେ ସହାୟକ ହେବ ବୋଲି କୁହାଯାଇଛି। ଭାରତୀୟ ଅର୍ଥ ବ୍ୟବସ୍ଥାର ମୌଳିକ ଢାଞ୍ଚା ଦୃଢ଼ ରହିଛି। ୨୦୦୮-୦୯ର ବିଶ୍ୱ ଆର୍ଥତ୍କ ମାନ୍ଦାବସ୍ଥାଠାରୁ ବର୍ତ୍ତମାନର ଦେଶର ସ୍ଥିତି ଉନ୍ନତ ରହିଛି ବୋଲି ଗଭର୍ନର ଦାସ କହିଛନ୍ତି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଦେଶର ବିତ୍ତୀୟ ନିଅଣ୍ଟ,ଚଳନ୍ତି ଖାତା ନିଅଣ୍ଟ ଏବଂ ମୁଦ୍ରାସ୍ଫୀତି ଅପେକ୍ଷାକୃତ ବହୁ ନିମ୍ନରେ ରହିଛି। ଷ୍ଟକ୍‌ ବଜାରର ମୂଲ୍ୟ ଖସିବା ଏବଂ ମୁଦ୍ରାର ବିନିମୟ ମୂଲ୍ୟ ସହ ତୁଳନାକରି ଦେଶର ଆର୍ଥତ୍କ ସ୍ଥିତି ଦୋହଲିଯାଇଛି ବୋଲି ଭାବିନେବା ଠିକ୍‌ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୨ ଦାଦନ ସର୍ଦ୍ଦାରଙ୍କୁ ଉଠାଇନେଲା ଛତିଶଗଡ଼ ପୋଲିସ: ଶ୍ରମିକ ଚାଲାଣ କରି ନିର୍ଯାତନା ଦେବା ଅଭିଯୋଗ

ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଉତ୍ତରପ୍ରଦେଶକୁ ଶ୍ରମିକ ଚାଲାଣ କରି ଇଟାଭାଟିରେ ଅଧିକ ସମୟ କାମ କରାଇ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ଅଭିଯୋଗରେ ଛତିଶଗଡ଼ ପୋଲିସ ନୂଆପଡ଼ା…

ବଡ଼ ଦାବି କଲେ ସୋନମ ୱାଙ୍ଗଚୁକ, କହିଲେ ପ୍ରଥମେ ଜେଲରେ ଭର୍ତ୍ତି କଲେ ଏବେ ଏନକାଉଣ୍ଟର….

ନୂଆଦିଲ୍ଲୀ,୨୫।୯: ଲଦାଖରେ ହୋଇଥିବା ହିଂସାକୁ ଗୁରୁବାର ଏକ ବର୍ଷ ପୂରିଛି । ଏହି ଅବସରରେ ଆନ୍ଦୋଳନକାରୀ ତଥା Leh Apex Body (LAB) ସହ ଜଡ଼ିତ ସୋନମ…

ଗାଁରେ ବୁଲିଲା ମହାବଳ: ଲୋକେ ଭୟଭୀତ

ବାରିପଦା,୨୫ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ଖପରାଖାଇ ଗଁାରେ ମହାବଳ ବାଘ ଆତଙ୍କ ଦେଖାଦେଇଛି। ୫ଦିନ ଦେଲା ବାଘଟି ଖାଦ୍ୟ ଅନ୍ବେଷଣରେ ଗଁା ଭିତରକୁ…

ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ

ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ…

କାଲି ୬ ଜିଲାରେ ସ୍କୁଲ ଛୁଟି, ପିଲାଙ୍କ ପାଠପଢ଼ା ନେଇ ଏମିତି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୪ା୯(ସୁଚିସ୍ମିତା ସାହୁ): ରାଜ୍ୟରେ ଗଭୀର ଅବପାତ ପ୍ରଭାବରେ ବର୍ଷା ଲାଗି ରହିଛି। ଏନେଇ ପୂର୍ବରୁ ୧୨ ଜିଲାରେ ଶିକ୍ଷାନୁଷ୍ଠାନଗୁଡିକୁ ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଥିଲା। ତେବେ…

ଟାଏକୋଣ୍ଡା ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ସୋହନ

ଛତ୍ରପୁର:୨୪।୯(ଦିଲ୍ଲୀପି ସାମଲ): ରାଜ୍ୟ ବିଦ୍ୟାଳୟ କ୍ରିଡ଼ା ସଂଗଠନ ପକ୍ଷରୁ କେନ୍ଦୁଝରଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ଟାଏକୋଣ୍ଡ ପ୍ରତିଯୋଗିତା ୨୦୨୬-୨୭ରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମର…

ହ୍ବାଇଟ ହାଉସ ବାହାରେ ଚାଇନା ଗଣମାଧ୍ୟମ, ଆମେରିକାର ସିକ୍ରେଟ ସର୍ଭିସ ମଧ୍ୟରେ ସଂଘର୍ଷ! ଭିଡିଓ ଭାଇରାଲ

ଓ୍ବାଶିଂଟନ,୨୪।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ବୈଠକ ପୂର୍ବରୁ ହ୍ବାଇଟ ହାଉସ ବାହାରେ ଉଭୟ ଦେଶର ଫଟୋଗ୍ରାଫରଙ୍କ ମଧ୍ୟରେ…

କମୁନି ବର୍ଷା, ନଦୀର ଜଳସ୍ତର ବଢୁଛି: ୨୫ରେ ଗଞ୍ଜାମ ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା, ସତର୍କ ରହିବାକୁ…

ଭଞ୍ଜନଗର,୨୪।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଗୁରୁବାର ଦିନତମାମ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ତୁହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?