ଆୟୋଜକଙ୍କ ଭାଗ୍ୟ

ରୁଦ୍ର ପ୍ରସନ୍ନ ରଥ

ଆମ ଆଖପାଖର ସମାଜରେ ପ୍ରତିଦିନ ଅନେକ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏଥିରୁ କିଛି ବଡ଼ ବଡ଼ ଷ୍ଟାର ହୋଟେଲ୍‌ରେ ଅନୁଷ୍ଠିତ ହୁଏ ତ ଆଉ କିଛି ସହରର କେଉଁ ଗୋଟିଏ ସଭାଘରେ, ତ ଆଉ କିଛି ନିପଟ ମଫସଲ ଗାଁ ପଡିଆରେ। ସଭା ଛୋଟ ହେଉ ବା ବଡ଼, ଯେଉଁଠି ବି ଅନୁଷ୍ଠିତ ହେଉ, ଯେଉଁ ଧରଣର ହେଉ, ପୁରସ୍କାର ଯିଏ ବି ପାଉ, ଏ ସବୁ ପଛରେ କିନ୍ତୁ କେହି ନା କେହି ଆୟୋଜକ ନିଶ୍ଚୟ ଥାଆନ୍ତି। ଗାଁ ହେଉ ବା ସହର, ସାହିତ୍ୟ ସଭା ହେଉ ବା ଶୋକ ସଭା, ଚିନ୍ତା କରିବାଠୁ ଆୟୋଜନ କରିବା ଯାଏ ସବୁ କରିବାର ମାନସିକତା ରଖୁଥିବା ଏହି ଅୟୋଜକମାନଙ୍କର ଭାଗ୍ୟ ସ୍ଥଳବିଶେଷରେ ସମାନ କହିଲେ ଭୁଲ୍‌ ହେବ ନାହିଁ।
ଅନୁଷ୍ଠାନର ବ୍ୟାନରରେ ଏହି ସଭା ସବୁ ଆୟୋଜନ ହେବା କଥା କୁହାଯାଉଥିଲେ ବି ପ୍ରକୃତରେ ହାତଗଣତି ଆୟୋଜକଙ୍କ ଉପରେ ହିଁ ଅଧିକାଂଶ କାର୍ଯ୍ୟଭାର ନ୍ୟସ୍ତ ଥାଏ। ଏହି କତିପୟ କରିତ୍‌କର୍ମାମାନେ ଆୟୋଜନର କର୍ମଧାର ସାଜିଥାନ୍ତି। କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ଏମାନଙ୍କୁ ପ୍ରସ୍ତୁତି ବୈଠକ ଡାକିବାକୁ ପଡିଥାଏ। ଗଳାଫଟାଇ କଥା କହିବାରେ ଧୂରୀଣ ଥିବା ଅନେକ ଲୋକ ଏହି ବୈଠକ ସବୁରେ ମତାମତ ସବୁ ଆୟୋଜକଙ୍କ ଉପରେ ଥୋପି ଦେବାକୁ ଭୁଲନ୍ତି ନାହିଁ। ଯେତେ ମୁହଁ ସେତେ ମତ। କେହି ଦେଖନ୍ତି ନାହିଁ ଯେ ଆୟୋଜକ ଜଣଙ୍କ ଏତିକି ସମ୍ବଳରେ ଏ ସବୁ ମତକୁ ଗ୍ରହଣ କରି ତାକୁ କାମରେ ଲଗାଇବାକୁ ସକ୍ଷମ ନୁହନ୍ତି ବୋଲି। କଥା କହିଲେ ଦାୟିତ୍ୱ ସରିଯାଏ। ଭଦ୍ର ବ୍ୟକ୍ତି ଉଠି ଯାଆନ୍ତି ଆଉ ଆୟୋଜକ ମତାମତକୁ ନେଇ ମୁହଁମାଡି ପଡେ।
କାର୍ଯ୍ୟକ୍ରମ ଦିନ ପାଖେଇ ଆସିଲା ବେଳକୁ ଆୟୋଜକର ମୁଣ୍ଡ ଉପରେ କାମ ସବୁ ଭୂତହୋଇ ନାଚୁଥାଆନ୍ତି। ବୈଠକସ୍ଥାନ ନିରୂପଣ କରିବା, ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ପଠାଇବା, ବାଜା, ମାଇକ୍‌ ଟେଣ୍ଟ ଆଦି ଭଡାରେ ଯୋଗାଡ କରିବା ଭିତରେ ତା’ର ସୀମିତ ସମ୍ବଳ ଶେଷ ହୋଇଯାଉଥିବା ବେଳେ କାର୍ଯ୍ୟକ୍ରମକୁ ଆଉ ଟିକେ ଭଲ କରି କରିବାର ମୋହ ତଥାପି ତାକୁ ଆଚ୍ଛନ୍ନ କରି ରଖିଥାଏ। ଅନେକ ସମୟରେ ଆୟୋଜକମାନେ ନିଜ ଅନୁଷ୍ଠାନରୁ ହିଁ ବିରୋଧର ସମ୍ମୁଖୀନ ହୁଅନ୍ତି। ପ୍ରତିଟି ମୁହୂର୍ତ୍ତ ତାକୁ ବଡ଼ କଷ୍ଟରେ କାଟିବାକୁ ପଡୁଥାଏ। ବଡ କରି ହେଉ ବା ଭଲ କରି ହେଉ କିଛି ଗୋଟିଏ କରିବା ଚକ୍କରରେ ସେ ନିଜ ଅଜାଣତରେ ଶତ୍ରୁ ତିଆରି କରି ଚାଲିଥାଏ।
ଶେଷରେ ସେଇ ବହୁ ପ୍ରତୀକ୍ଷିତ ସମୟ ଆସି ପହଞ୍ଚେ। କାହିଁ କେଉଁ କାଳରୁ କ୍ୟାଲେଣ୍ଡରରେ ଗୋଲ ବୁଲା ହୋଇଥିବା ତାରିଖ ଘରକୁ ହଠାତ୍‌ କୁଣିଆ ଆସିଲା ପରି ପହଞ୍ଚତ୍ ଯାଇଥାଏ। କାର୍ଯ୍ୟକ୍ରମ ଦିନ ବିଚରା ଆୟୋଜକ ଜଣକ ଆଖିକୁ ନିଦ ନ ଥାଏ। ସକାଳୁ ଉଠି ଫୁଲ ଦେଲାବାଲା, ଖାଇବାକୁ ଦେଲାବାଲା, ପାଣି ଦେଲାବାଲା, ବ୍ୟାନର୍‌ ଛପା ଦୋକାନ ଆଡୁ ଘେରାଏ ବୁଲି ନ ଆସିଲେ ତା’ ମନ ବୁଝେନାହିଁ। ପାଞ୍ଚ କପ୍‌ ଚା’ ଆଉ ବିନା ଜଳଖିଆରେ ତା’ର ସକାଳ ସମୟଟା କଟିଯାଏ। କାର୍ଯ୍ୟକ୍ରମ ସମୟ ପାଖେଇ ଆସିଲା ବେଳକୁ ତା’ର କେଶ ବିପର୍ଯ୍ୟସ୍ତ ହୋଇପଡିଥାଏ। ଶାର୍ଟରେ ଭାଙ୍ଗ ଲୋଚାକୋଚା ହୋଇ ସାରିଥାଏ, ବିଭିନ୍ନ ଲୋକଙ୍କ ସହ କଥା ହୋଇ ହୋଇ ମୋବାଇଲର ବ୍ୟାଟେରି ସରିଯାଇ ମୋବାଇଲ୍‌ ବନ୍ଦ ପଡିଥାଏ। ଏ ବିପର୍ଯ୍ୟସ୍ତ ବ୍ୟବସ୍ଥାରୁ ବାହାରି ନିଜକୁ ସଭା ଉପଯୋଗୀ କଲା ବେଳକୁ ଠିକ୍‌ ସଭା ଆରମ୍ଭ ହେଉଥାଏ।
ସଭା ଚାଲେ। ସଭାରେ କେହି କେହି ଆୟୋଜକଙ୍କୁ ଧନ୍ୟବାଦ ଦିଅନ୍ତି,ଆଉ କିଏ ଆୟୋଜକଙ୍କୁ ପରାମର୍ଶ ମଧ୍ୟ ଦେବାକୁ ଭୁଲନ୍ତି ନାହିଁ। ଏହି ପରାମର୍ଶ ଆଉ ଧନ୍ୟବାଦ ଭିତରେ ଆୟୋଜକ ଜଣକ କିନ୍ତୁ ଆସନ୍ତାକାଲି କଥା ଚିନ୍ତା କରୁଥାଏ। ଶୁଖିଲା ଧନ୍ୟବାଦରେ ନିଜେ ଆପ୍ଳୁତ ହେଉଥିବା ବେଳେ ଆଗାମୀ ପରିସ୍ଥିତିକୁ କିପରି ସାମ୍ନା କରିବାକୁ ହେବ ସେ ବାଟ ବାହାର କରୁଥାଏ। ଖାଲି ହୋଇଯାଇଥିବା ପକେଟରେ ହାତ ପୂରାଇଲାବେଳକୁ ମୁହଁ ଆଗରେ ବାକି ଦେଇଥିବା ଲୋକର ମୁହଁ ଦେଖାଯାଉଥାଏ।
ସଭା ସରିଲା ପରେ ଯିଏ ଯେମିତି ବାଟ ଭାଙ୍ଗନ୍ତି। କିଛିଦିନ ତଳେ ସଭ୍ୟ ଚାନ୍ଦା ଦେଇ ନ ଥିବା ଅଥଚ ସଭାରେ ସବୁଠାରୁ ଆଗଧାଡ଼ିରେ ବସୁଥିବା ଲୋକମାନେ ପୁଣି ଆୟୋଜକଙ୍କୁ ଭୁଲି ଯାଆନ୍ତି ଆଉ ଗୋଟିଏ ବର୍ଷ ପାଇଁ। ଅଥଚ ସେହିମାନେ ହିଁ ଏମିତି ହେଲେ ଭଲ ହୋଇଥାଆନ୍ତା, ଏମିତି ହେବାର ନ ଥିଲା ଆଦି କଟୁବାକ୍ୟ କହି ବିଚରା ଆୟୋଜକଙ୍କୁ ବାରମ୍ବାର ଅତିଷ୍ଠ ଆଉ କ୍ଷତାକ୍ତ କରୁଥାନ୍ତି।
ତୁମେ ପାରିବ କାରଣ ତୁମେ ଆଗରୁ ପାରିଛ ନ୍ୟାୟରେ ବାକି ଶୁଝିବା ଆଉ କାର୍ଯ୍ୟକ୍ରମକୁ ବଜେଟର ସୀମା ଭିତରେ ରଖିବାର ଦୋଛକିରେ ଆୟୋଜକ ଜଣଙ୍କ ଛିଡ଼ା ହୋଇଥାଏ। ଆଉ ଏମିତି ଆୟୋଜନରେ ମୁଣ୍ଡ ପୂରାଇବ ନାହିଁ ବୋଲି ନିଜ ପାଖରେ ରାଣ ଖାଉଥାଏ।
ଚାହୁଁ ଚାହୁଁ ଏ ଭିତରେ ବର୍ଷେ ବତିଯାଇଥାଏ। ଆଉ କେଉଁଥିରେ ମୁଣ୍ଡ ନ ପୂରାଇବାର ରାଣ ଖାଇଥିବା ଆୟୋଜକ ଜଣକ ପୁଣି ଥରେ କାର୍ଯ୍ୟକ୍ରମଟିକୁ ନୂଆ କରି କରିବାରେ ସ୍ବପ୍ନ ଦେଖେ। ଗତ ଥରର ଯନ୍ତ୍ରଣା ଅପେକ୍ଷା ଏଥରର ଆହ୍ବାନ ତାକୁ ଅଧିକ ରୋମାଞ୍ଚକର ମନେହୁଏ। ତାକୁ କରାଯାଇଥିବା ଭର୍ତ୍ସନା ଅପେକ୍ଷା ନୂଆ କିଛି କରିବାର ଆକାଂକ୍ଷା ତାକୁ ଏ ଦିଗରେ ପ୍ରୋତ୍ସାହିତ କରେ।
ଏ ଧରଣର ଆୟୋଜକମାନେ ହିଁ ଏମିତି। ନିିଜେ କଷ୍ଟ ସହିଲେ ବି ଆମ ପାଇଁ ଥିବା କର୍ତ୍ତବ୍ୟରୁ ସେମାନେ କେବେ ଓହରି ଯାଆନ୍ତି ନାହିଁ। ଖାସ୍‌ ଏମାନଙ୍କ ପାଇଁ ହିଁ ସଭାଗୃହ ପୂର୍ଣ୍ଣ ହୁଏ, ତାଳିମାଡ ପଡେ, କାର୍ଯ୍ୟକ୍ରମ ସଫଳତାର ସହ ସଂପୂର୍ଣ୍ଣ ହୁଏ। ଆଉ ଯେତେଦିନ ଯାଏ ଏମାନେ ଥିବେ ସେତେଦିନ ଯାଏ ସହର ହେଉ କିମ୍ବା ଗାଁରେ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ଚାଲିଥିବ।
ଧବଳଗିରି, ଯାଜପୁର ରୋଡ
ମୋ-୭୯୭୮୬୭୧୭୭୬


Enter your email to get our daily news in your inbox.

All Right Reserved By Dharitri.Com

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

ଏଇ ଭାରତରେ

ଆସାମର ମୋରିଗାଁ ଜିଲାର ସବୁ ସ୍କୁଲରେ ପିଲାଙ୍କୁ ଖୋ ଖୋ ପ୍ରତି ଆକୃଷ୍ଟ କରିବାରେ ପ୍ରମୁଖ ଭୂମିକା ନେଇଛନ୍ତି ଅନ୍ଧୁରାମ ଦାସ। ଏବେ ତାଙ୍କୁ ବୟସ ୮୫।…

ବିପଜ୍ଜନକ ଆହ୍ବାନ

ନିକଟରେ ସିଙ୍ଗାପୁରରେ ଅନୁଷ୍ଠିତ ଶାଙ୍ଗ୍ରି-ଲା ଡାଇଲଗ୍‌ ବା ଏସିଆ ସୁରକ୍ଷା ଶିଖର ସମ୍ମିଳନୀରେ ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗ୍‌ସେଥ୍‌ ଯୋଗଦେଇଥିଲେ। ସେ ଆମେରିକାର ଏସୀୟ ସହଯୋଗୀ…

ଗାଁ କଳି ଥାନାମୁହାଁ

ଆଉ ଗାଁ ହୋଇ ନାହିଁ। ଗାଁର ଶାନ୍ତ ସୁନ୍ଦର ପରିବେଶ ଆଜି ଅଶାନ୍ତ ଓ ବିଶୃଙ୍ଖଳିତ। ରାଜନୀତିର ପ୍ରାବଲ୍ୟ, ନିଶାଗ୍ରସ୍ତ ଲୋକଙ୍କ ଦୌରାତ୍ମ୍ୟ ସର୍ବୋପରି ଚୋର, ଖଣ୍ଟ…

ଭଲ ମଣିଷ ଖୋଜା ଚାଲିଛି

ଏକ ଓଡ଼ିଆ ମଞ୍ଚ ନାଟକର ଉପରୋକ୍ତ ନାମକରଣ ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ପୃଥିବୀରେ ମଣିଷ ସଂଖ୍ୟା ସିନା ବଢି ଚାଲିଛି ହେଲେ ଭଲ ମଣିଷଙ୍କ ସଂଖ୍ୟା କ୍ରମଶଃ ହ୍ରାସ…

ପଖିଆ

‘ପଖିଆ’ କହିଲେ କ’ଣ ଓ କାହାକୁ ବୁଝାଏ, ଏ କଥା ଆଜି କାଲିର ପିଲାମାନେ ଜାଣିପାରିବେନି କି କହିପାରିବେନି l କିନ୍ତୁ ଏହା ଏକ ଅତ୍ୟାବଶ୍ୟକ ବସ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri