Posted inଖେଳ

ଆର୍ମିରେ କାର୍ଯ୍ୟ କରିବାରେ ଏକମାତ୍ର ଭାରତୀୟ କ୍ରିକେଟର ନୁହନ୍ତି ଧୋନୀ

ମୁମ୍ବାଇ,୩୧।୭(ପିଟି)- ଭାରତୀୟ ଆର୍ମିରେ ସମ୍ମାନଜନକ ଲ୍ୟୁଟ୍‌ନାଣ୍ଟ କଲୋନେଲ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବୁଧବାରଠାରୁ ଜମ୍ମୁ-କଶ୍ମୀରରେ ଭଲ୍ୟୁଣ୍ଟାରି କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ପାଟ୍ରୋଲିଂ ମଧ୍ୟ କରିବେ। ତେବେ ଆର୍ମି ଯବାନ ଭାବେ ଦେଶ ସେବା କରୁଥିବା ଧୋନୀ ପ୍ରଥମ କ୍ରିକେଟର ନୁହନ୍ତି। ତାଙ୍କ ପୂର୍ବରୁ ବହୁ ଭାରତୀୟ ଟେଷ୍ଟ ଖେଳାଳି ଆର୍ମିରେ କାର୍ଯ୍ୟ କରିସାରିଛନ୍ତି। ସେମାନଙ୍କ ମଧ୍ୟରେ ସି.କେ. ନାୟୁଡୁ (୧୯୮୫-୧୯୬୭) ପ୍ରଥମ କ୍ରିକେଟର ଭାବେ ଭାରତୀୟ ଆର୍ମିରେ କାର୍ଯ୍ୟ କରିଥିଲେ। ୧୯୩୨ରେ କ୍ୟାରିୟର ଆରମ୍ଭ କରିଥିବା କ୍ରିକେଟର ମୋଟ ଉପରେ ୭ ଟେଷ୍ଟ ଖେଳି ୩୫୦ ରନ୍‌ କରିବା ସହ ୮ ଉଇକେଟ ନେଇଥିଲେ। ସ୍ବାଧୀନତା ପରେ ତାଙ୍କୁ କଲୋନେଲ ପଦବୀରେ ସମ୍ମାନିତ କରାଯାଇଥିଲା। ଲ୍ୟୁଟ୍‌ନାଣ୍ଟ କଲୋନେଲ ହେମୁ ଅଧିକାରୀ (୧୯୧୯-୨୦୦୩) ଅଲରାଉଣ୍ଡର ଓ ଦେଶର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଭାବେ ପରିଚିତ। ୧୨ ବର୍ଷର ଲମ୍ବା ଟେଷ୍ଟ କ୍ୟାରିୟରରେ ୨୧ ମ୍ୟାଚ୍‌ ଖେଳିଥିଲେ। ଗୋଟିଏ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଥିଲେ। ୧୯୭୧ ଇଂଲଣ୍ଡରେ ପ୍ରଥମ ବିଜୟ ହାସଲ କରିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ମେଜର ଭେଙ୍କେଟରମଣ ନାରାୟଣ ସ୍ବାମୀ (୧୯୨୪-୧୯୮୩) ଜଣେ ମିଡିୟମ ପେସର ଥିଲେ। ସେ ୧୯୬୫ରେ ନ୍ୟୁଜିଲାଣ୍ଡ ବିପକ୍ଷରେ କ୍ୟାରିୟରର ଏକମାତ୍ର ଟେଷ୍ଟ ଖେଳିଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ଅଲରାଉଣ୍ଡର ଚନ୍ଦ୍ରଶେଖର ଗଡ୍‌କରୀ (୧୯୮୨-୧୯୯୮) ୧୯୫୩ରେ ୬ ଟେଷ୍ଟ ଖେଳିଥିଲେ। ଓ୍ବିଙ୍ଗ କମାଣ୍ଡର ଭି.ଏମ୍‌. ମୁଦ୍ଦିହ (୧୯୨୯-୨୦୦୯) ଅଫ ସ୍ପିନର ୨ ଟେଷ୍ଟ ଖେଳି ୧୯୬୦ରେ ପାକିସ୍ତାନ ବିପକ୍ଷରେ ୩ ଉଇକେଟ ନେଇଥିଲେ। ଲ୍ୟୁଟ୍‌ନାଣ୍ଟ କଲୋନେଲ ରମଣ ସୁରେନ୍ଦ୍ରନାଥ (୧୯୩୭-୨୦୧୨) ସୁଇଂ ବୋଲର ଭାବେ ୧୧ ଟେଷ୍ଟରୁ ୨୬ ଉଇକେଟ ନେଇଥିଲେ। ଦୁଇ ଥର ଇନିଂସରେ ୫ ଉଇକେଟ ହାତେଇଥିଲେ। ଲ୍ୟୁଟନାଣ୍ଟ ଜେନେରାଲ ଅପୂର୍ବ ସେନଗୁପ୍ତା (୧୯୩୮-୨୦୧୩) ଏକମାତ୍ର ଟେଷ୍ଟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୧୯୫୯ରେ ଖେଳିଥିଲେ। ଏହି ତାଲିକାରେ ରହିଛନ୍ତି କ୍ରିକେଟର ପ୍ରାୟ ସମସ୍ତ ବ୍ୟାଟିଂ ରେକର୍ଡର ଅଧିକାରୀ ସଚିନ ତେନ୍ଦୁଲକର। ତାଙ୍କୁ ୨୦୧୦ ଇଣ୍ଡିଆନ ଏୟାର ଫୋର୍ସର ଗ୍ରୁପ କ୍ୟାପଟେନ ପଦବୀରେ ସମ୍ମାନିତ କରାଯାଇଥିଲା। ୧୦୦ ଅନ୍ତର୍ଜାତୀୟ ଶତକ ଲଗାଇଥିବା ଏକମାତ୍ର କ୍ରିକେଟର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଦିନିକିଆ ମ୍ୟାଚ୍‌ରେ ୨୦୦ ରନ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ: ପର୍ଯ୍ୟଟକଙ୍କ ମଧ୍ୟରେ ଆନନ୍ଦ

ରାଜନଗର, ୧ା୮(ଭାସ୍କର ରାଉତରାୟ):ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ୩ ମାସ ଧରି ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ତାରିଖ ଶନିବାର ଖୋଲାଯିବ।…

ପାଟଶାଢ଼ିରେ ସମ୍ବଲପୁରୀ ଦିନ୍‌: ଚର୍ଚ୍ଚାରେ ହେମାଞ୍ଚଳ

ସୋନପୁର,୧।୮(ମୃତ୍ୟୁଞ୍ଜୟ ଶତପଥୀ):ସୂକ୍ଷ୍ମ କାରିଗରି ପାଇଁ ସୁବର୍ଣ୍ଣପୁର ଜିଲାର ବୁଣାକାରଙ୍କ ଦେଶ ବିଦେଶରେ ସୁନାମ ରହିଛି। ସେମିତି ଜଣେ ଯୁବ ବୁଣାକାର ହେଲେ ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri