ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି ହାତୀ

ଚମ୍ପୁଆ, ୧୬।୬ (ଡି.ଏନ.ଏ.)- କେନ୍ଦୁଝର ଜିଲାର ଉପାନ୍ତ ଚମ୍ପୁଆ ସେକ୍ସନ ଅଧୀନ ବନାଞ୍ଚଳରେ ମାସେ ହେବ ହାତୀ ଉପଦ୍ରବ ଜାରିିରହିଛି। ସେମାନେ ଦିନରେ ଝାଡଖଣ୍ଡ ବନାଞ୍ଚଳରେ ରହି ରାତିରେ ଓଡିଶା ସୀମାକୁ ଆସି ଆମ୍ବ ବଗିଚା ସମେତ ବିଭିନ୍ନ ଫସଲ ଉଜାଡି ଦେଉଛନ୍ତି। ବନ ବିଭାଗ ହାତୀଙ୍କୁ ଘଉଡାଇବା ଉଦ୍ୟମ କରି ଫେଲ୍‌ ମାରୁଛି। ପୂର୍ବରୁ ହାତୀପଲ ଧାନ ଓ ଅନ୍ୟ ଫସଲ ନଷ୍ଟ କରୁଥିବା ବେଳେ ଏବେ ଆମ୍ବ ଚାଷୀଙ୍କ ବଇରି ସାଜିଛନ୍ତି। ପାଚିଲା ଆମ୍ବ ଆକର୍ଷଣରେ ହାତୀପଲ ବୈତରଣୀ ନଦୀ ପାର ହୋଇ ଅଢଙ୍ଗାପାଳ ଓ ଏହା ଆଖପାଖ ଅଞ୍ଚଳକୁ ଆସି ଧାନ ଫସଲ ସମେତ ବହୁ ଆମ୍ବ ବଗିଚା ଉଜାଡି ଦେଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅଢଙ୍ଗାପାଳ ଗାଁର ୭ରୁ ଊର୍ଦ୍ଧ୍ୱ ଆମ୍ବ ଚାଷୀଙ୍କ ବଗିଚାରେ ହାତୀପଲ ରାତିସାରା ରହି ଆମ୍ବ ଖାଇ ଗଛ ନଷ୍ଟ କରି ଦେଇଛନ୍ତି। ଚମ୍ପୁଆ ଅଞ୍ଚଳରେ ବହୁ ଚାଷୀ ବିଭିନ୍ନ କିସମର ମିଠା ଆମ୍ବ ଚାଷ କରୁଥାନ୍ତି। ହାତୀ ଉପଦ୍ରବ ଯୋଗୁ ସେମାନେ ବହୁକ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri