Posted inUncategorized

ଆବର୍ଜନାରେ ପୋତି ହୋଇଛି ଡ୍ରେନ୍‌ : ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର.): ସମ୍ପ୍ରତି କଣ୍ଟିଲୋ ଅଞ୍ଚଳର ବିଭିନ୍ନ ସାହି, ବସ୍ତି ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନଗୁଡିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆବର୍ଜନାରେ ପୋତି ହୋଇପଡ଼ିଛି। କେତେକ ଡ୍ରେନ୍‌ର ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସିବା ଫଳରେ ଦୂଷିତ ପରିବେଶ ସୃଷ୍ଟିହେଉଛି ା ଏଥିଯୋଗୁ ମଶାମାଛିଙ୍କ ବଂଶବୃଦ୍ଧି ହେବାରେ ଲାଗିଛି ା ଏଣୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନ, ବଜାରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣିକୁ ଠିକ୍‌ ଭାବେ ନିଷ୍କାସନ ନ କରିବା ଯୋଗୁ ଡ୍ରେନ୍‌ଗୁଡିକ ଭାରି ବର୍ଜ୍ୟବସ୍ତୁରେ ପୋତି ହୋଇଗଲାଣି ା ଏହି ଦୂଷିତ ଜଳ ଜମାହୋଇ ଏବେ ଲୋକଙ୍କ ବାସଗୃହ ସମ୍ମୁଖସ୍ଥ ଅତି ନିକଟରେ ପ୍ରବାହିତ ହେବାରେ ଲାଗିଛି, ଯାହା ସାଧାରଣ ଜୀବନ ଯାତ୍ରାରେ ଘୋର ସମସ୍ୟା ସୃଷ୍ଟି ହୋଇଛି ା
ବିଭିନ୍ନ ମହଲରେ ଅଭିଯୋଗ ହେଉଛି ଯେ , କଣ୍ଟିଲୋ ଗ୍ରାମ ପଞ୍ଚାୟତ ଅଧୀନ ସାହି, ବସ୍ତି ଅଞ୍ଚଳର ଡ୍ରେନ୍‌ଗୁଡ଼ିକୁ ଠିକ୍‌ ସମୟରେ ସଫା କରାଯାଉନାହିଁ। ବିଶେଷ କରି ହାଟମୁଣ୍ଡପାଟଣା ଜନକଲ୍ୟାଣ କ୍ଲବ୍‌ ତଥା ୨ ଓ ୩ ନମ୍ବର ୱାର୍ଡ ପଛପାଖ ଡ୍ରେନଟି ଅଳିଆ ଆବର୍ଜନାରେ ପୋତିହେବା ଫଳରେ ଜମା ହୋଇଥିବା ନର୍ଦ୍ଦମା ପାଣି ରାସ୍ତା ଉପର ଦେଇ ପ୍ରବାହିତ ହେଉଛି ା ଘରୋଇ ଡ୍ରେନରୁ ନିର୍ଗତ ମଇଳା ପାଣି ଓ ବର୍ଜ୍ୟବସ୍ତୁ ଭାସି ଆସି ରାସ୍ତା କଡ଼ରେ ଥିବା ଡ୍ରେନରେ ପଡି ପଚିଶଢି ଦୂଷିତ ପରିବେଶ ସୃଷ୍ଟିକରୁଛି। ଏହି ଦୂଷିତ ପାଣିରେ ମଶା ବଂଶ ବୃଦ୍ଧି କରୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଡେଙ୍ଗୁ ଭଳି ବିଭିନ୍ନ ରୋଗ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଉଲ୍ଲେଖଯୋଗ୍ୟ, କଣ୍ଟିଲୋ କଂସା ପିତ୍ତଳ ବାସନ ଶିଳ୍ପ, ଶ୍ରୀନୀଳମାଧବଜୀଙ୍କ ଭଳି ଠାକୁରଙ୍କ ପୀଠ ଭାବେ ସ୍ବୀକୃତ ପର୍ଯ୍ୟଟନ କ୍ଷେତ୍ର ପାଇଁ ବେଶ୍‌ ପ୍ରସିଦ୍ଧ। ଦୁର୍ଗନ୍ଧ ତଥା ଆବର୍ଜନାପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ତଥା ଲୋକଙ୍କ ମନରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଉଥିବା ଅଭିଯୋଗ ହେଉଛି। ତେଣୁ ପଞ୍ଚାୟତରେ ଆବର୍ଜନା ସଫେଇ ଦିଗରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭିନ୍ନ ମହଲରେ ଦାବି କରାଯାଇଛି। ଡ୍ରେନ୍‌ ସଫେଇ କାର୍ଯ୍ୟ ପଞ୍ଚାୟତ କାର୍ଯ୍ୟାଳୟର ସୀମିତ ଅର୍ଥରେ ସହଜ ମନେ ହେଉ ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ା ସୂଚନାଯୋଗ୍ୟ କି, ନାଏବ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କ ବାସଗୃହ ନିକଟରେ ମଧ୍ୟ ନର୍ଦ୍ଦମା ଜଳ ଭାସୁଛି। ସେ କହିଥିଲେ ଯେ ଆମେ ଏ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳର ଡ୍ରେନ୍‌ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ଦିଗରେ ସେମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ନାଏବ ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?