ଆବର୍ଜନାରେ ପୋତି ହୋଇଛି ଡ୍ରେନ୍‌ : ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ଖଣ୍ଡପଡ଼ା,୨୭ା୫(ସ୍ବ.ପ୍ର.): ସମ୍ପ୍ରତି କଣ୍ଟିଲୋ ଅଞ୍ଚଳର ବିଭିନ୍ନ ସାହି, ବସ୍ତି ଓ ମୁଖ୍ୟ ରାସ୍ତାକଡ଼ରେ ଥିବା ଡ୍ରେନଗୁଡିକ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଆବର୍ଜନାରେ ପୋତି ହୋଇପଡ଼ିଛି। କେତେକ ଡ୍ରେନ୍‌ର ନର୍ଦ୍ଦମା ପାଣି ରାସ୍ତା ଉପରେ ଭାସିବା ଫଳରେ ଦୂଷିତ ପରିବେଶ ସୃଷ୍ଟିହେଉଛି ା ଏଥିଯୋଗୁ ମଶାମାଛିଙ୍କ ବଂଶବୃଦ୍ଧି ହେବାରେ ଲାଗିଛି ା ଏଣୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୋକାନ, ବଜାରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳର ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣିକୁ ଠିକ୍‌ ଭାବେ ନିଷ୍କାସନ ନ କରିବା ଯୋଗୁ ଡ୍ରେନ୍‌ଗୁଡିକ ଭାରି ବର୍ଜ୍ୟବସ୍ତୁରେ ପୋତି ହୋଇଗଲାଣି ା ଏହି ଦୂଷିତ ଜଳ ଜମାହୋଇ ଏବେ ଲୋକଙ୍କ ବାସଗୃହ ସମ୍ମୁଖସ୍ଥ ଅତି ନିକଟରେ ପ୍ରବାହିତ ହେବାରେ ଲାଗିଛି, ଯାହା ସାଧାରଣ ଜୀବନ ଯାତ୍ରାରେ ଘୋର ସମସ୍ୟା ସୃଷ୍ଟି ହୋଇଛି ା
ବିଭିନ୍ନ ମହଲରେ ଅଭିଯୋଗ ହେଉଛି ଯେ , କଣ୍ଟିଲୋ ଗ୍ରାମ ପଞ୍ଚାୟତ ଅଧୀନ ସାହି, ବସ୍ତି ଅଞ୍ଚଳର ଡ୍ରେନ୍‌ଗୁଡ଼ିକୁ ଠିକ୍‌ ସମୟରେ ସଫା କରାଯାଉନାହିଁ। ବିଶେଷ କରି ହାଟମୁଣ୍ଡପାଟଣା ଜନକଲ୍ୟାଣ କ୍ଲବ୍‌ ତଥା ୨ ଓ ୩ ନମ୍ବର ୱାର୍ଡ ପଛପାଖ ଡ୍ରେନଟି ଅଳିଆ ଆବର୍ଜନାରେ ପୋତିହେବା ଫଳରେ ଜମା ହୋଇଥିବା ନର୍ଦ୍ଦମା ପାଣି ରାସ୍ତା ଉପର ଦେଇ ପ୍ରବାହିତ ହେଉଛି ା ଘରୋଇ ଡ୍ରେନରୁ ନିର୍ଗତ ମଇଳା ପାଣି ଓ ବର୍ଜ୍ୟବସ୍ତୁ ଭାସି ଆସି ରାସ୍ତା କଡ଼ରେ ଥିବା ଡ୍ରେନରେ ପଡି ପଚିଶଢି ଦୂଷିତ ପରିବେଶ ସୃଷ୍ଟିକରୁଛି। ଏହି ଦୂଷିତ ପାଣିରେ ମଶା ବଂଶ ବୃଦ୍ଧି କରୁଥିବାରୁ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଡେଙ୍ଗୁ ଭଳି ବିଭିନ୍ନ ରୋଗ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହେଉଛି। ଉଲ୍ଲେଖଯୋଗ୍ୟ, କଣ୍ଟିଲୋ କଂସା ପିତ୍ତଳ ବାସନ ଶିଳ୍ପ, ଶ୍ରୀନୀଳମାଧବଜୀଙ୍କ ଭଳି ଠାକୁରଙ୍କ ପୀଠ ଭାବେ ସ୍ବୀକୃତ ପର୍ଯ୍ୟଟନ କ୍ଷେତ୍ର ପାଇଁ ବେଶ୍‌ ପ୍ରସିଦ୍ଧ। ଦୁର୍ଗନ୍ଧ ତଥା ଆବର୍ଜନାପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ତଥା ଲୋକଙ୍କ ମନରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଉଥିବା ଅଭିଯୋଗ ହେଉଛି। ତେଣୁ ପଞ୍ଚାୟତରେ ଆବର୍ଜନା ସଫେଇ ଦିଗରେ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ ପକ୍ଷରୁ ସ୍ଥାୟୀ ପଦକ୍ଷେପ ଗ୍ରହଣ ନିମନ୍ତେ ବିଭିନ୍ନ ମହଲରେ ଦାବି କରାଯାଇଛି। ଡ୍ରେନ୍‌ ସଫେଇ କାର୍ଯ୍ୟ ପଞ୍ଚାୟତ କାର୍ଯ୍ୟାଳୟର ସୀମିତ ଅର୍ଥରେ ସହଜ ମନେ ହେଉ ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ଏ ଦିଗରେ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ା ସୂଚନାଯୋଗ୍ୟ କି, ନାଏବ ସରପଞ୍ଚ ଗୀତାଞ୍ଜଳି ବେହେରାଙ୍କ ବାସଗୃହ ନିକଟରେ ମଧ୍ୟ ନର୍ଦ୍ଦମା ଜଳ ଭାସୁଛି। ସେ କହିଥିଲେ ଯେ ଆମେ ଏ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରିବା ପରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବ୍ଲକ କନିଷ୍ଠ ଯନ୍ତ୍ରୀ ସମ୍ପୃକ୍ତ ଅଞ୍ଚଳର ଡ୍ରେନ୍‌ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଏ ଦିଗରେ ସେମାନେ ପଦକ୍ଷେପ ଗ୍ରହଣ କରିବେ ବୋଲି ସୂଚନା ଦେଇଥିବା ନାଏବ ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ଦିବସ ପାଳନ କଲେ ଟାଟା ପାୱାର ସେକ୍ସନ କର୍ମଚାରୀ, ସମାନ କାମକୁ ସମାନ ଦରମା ଦାବି କରି…

ଭଞ୍ଜନଗର,୧।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭେଜିପୁଟ ଟାଟା ପାୱାର ସେକ୍ସନ କର୍ମଚାରୀ ଶୁକ୍ରବାର ଶ୍ରମିକ ଦିବସ ପାଳନ କରିଛନ୍ତି। ଲାଇନମ୍ୟାନ ବିନୋଦ କୁମାର ସାହୁ, ରାଜା…

୭ ତାରିଖ ଯାଏ କାଳବୈଶାଖୀ, ଅଶାନ୍ତ ରହିବ ସମୁଦ୍ର

ଭୁବନେଶ୍ୱର,୧ା୫: ରାଜ୍ୟରେ ୭ ତାରିଖ ଯାଏ କାଳବୈଶାଖୀ ପ୍ରଭାବ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ପୂର୍ବାନୁମାନ କରାଯାଇଛି। ଶନିବାର ୨୩ ଜିଲା ବିଜୁଳି,…

କାଳବୈଶାଖୀ ତାଣ୍ଡବରେ ଏକାଧିକ ଘର ଭାଙ୍ଗିଲା, ୩୬ ଘଣ୍ଟା ପରେ ବି ଅନ୍ଧାରରେ ସିମନବାଡ଼ି ଫିଡର

ଦାରିଙ୍ଗବାଡ଼ି,୧ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଫିଡରର ୮ ପଞ୍ଚାୟତ ଦୀର୍ଘ ୩୬ ଘଣ୍ଟା ବିତିଲା ଅନ୍ଧାରରେ ରହିଛନ୍ତି। ଗୁରୁବାର ସକାଳୁ ବିଦ୍ୟୁତ ଅଚଳ…

‘ପଣ୍ଡିତ ରଘୁନାଥ ମୁର୍ମୁଙ୍କ ବ୍ୟାକରଣ, ଧର୍ମଶାସ୍ତ୍ର ଶିକ୍ଷାଦାନ ଅତୁଳନୀୟ’

ମହାକାଳପଡ଼ା,୧ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ଆଦିବାସୀ ଅଧ୍ୟୁଷିତ ଗାଁ ଲୁଣିମାଠିଆ ଆଦିବାସୀ ଖେଳପଡ଼ିଆଠାରେ ପଣ୍ତିତ ରଘୁନାଥ ମୁର୍ମୁଙ୍କ ୧୨୧ ବାର୍ଷିକ…

‘ମମତା ଯାହା କରିଛନ୍ତି ଏକଦମ୍‌ ଠିକ୍‌ କରିଛନ୍ତି’, କିଏ ଆଉ କାହିଁକି କହିଲେ ଏମିତି? ଜାଣନ୍ତୁ…

କୋଲକାତା,୧।୫: ଗତକାଲି ରାତିରେ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ‘ଷ୍ଟ୍ରଙ୍ଗ ରୁମ’ ପରିଦର୍ଶନ କରିବା ପରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଥିଲା। ଗୁରୁବାର,…

ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିବେଳେ ଓଡ଼ିଆ ଯବାନଙ୍କ ଜୀବନ ଗଲା, ଆଜି ଗାଁରେ ମରଶରୀର ପହଞ୍ଚିବା ପରେ…

ଆନନ୍ଦପୁର,୧ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ପୁଟୁଝରି ଗାଁର ବିଏସ୍‌ଏଫ୍‌ ଯବାନ ଅଜୟ କୁମାର ସୋରେନ (୩୭) ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ନିର୍ବାଚନ ଡ୍ୟୁଟି…

ବଂଶଧାରା ଉପରମୁଣ୍ଡରେ ଆନିକଟ ପାଇଁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର, ନିର୍ଭର ପ୍ରତିଶ୍ରୁତି ଦେଇ…

ଗୁଣପୁର,୧ା୫(ସୁଜାତା ପାଢ଼ୀ): ବଂଶଧାରା ନଦୀ ଉପରମୁଣ୍ଡରେ ଆନିକଟ ନିର୍ମାଣ ପାଇଁ ବଂଶଧାରା ଅବବାହିକା ସୁରକ୍ଷା ସମିତି ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ାଗସ୍ତରେ ଥିବା କେନ୍ଦ୍ର ଗ୍ରାମୀଣ ଉନ୍ନୟନ…

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri