ଆନ୍ଦୋଳନର ପଞ୍ଚମ ଦିନରେ ଚାଷୀଙ୍କ ନିଆରା ପ୍ରତିବାଦ

ତରଭା, ୨୯ା୨(ଡି.ଏନ.ଏ.)
ସୁବର୍ଣ୍ଣପୁର ଜିଲା ତରଭା ବ୍ଲକ ଆଞ୍ଚଳିକ କୃଷକ ସଂଗଠନ ଆନୁକୂଲ୍ୟରେ ଚାଲିଥିବା ଚାଷୀ ଆନ୍ଦୋଳନ ପଞ୍ଚମ ଦିନରେ ପହଞ୍ଚିଛି ା ଶୁକ୍ରବାର ପ୍ରଶାସନର ଦୃଷ୍ଟି ଆକର୍ଷଣ ପାଇଁ ତରଭା ବ୍ଲକର ଚାଷୀମାନେ ନିଆରା ଢଙ୍ଗରେ ପ୍ରତିବାଦ କରିଥିଲେ। ଶେଷ ଚାଷୀଠାରୁ ଶେଷ ବସ୍ତା ଧାନ ନ ଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚାଷୀମାନେ ବ୍ଲକ ସମ୍ମୁଖରେ ଏକ କୁଶପୁତ୍ତଳିକା କରି ତାହାକୁ ପ୍ରଶାସନର ଆଖ୍ୟାଦେଇ ଶୋଭାଯାତ୍ରାରେ ନଗର ପରିକ୍ରମା କରିଥିଲେ ା ପରେ ପୁଣି ବ୍ଲକ ଅଫିସ ସମ୍ମୁଖକୁ ଆସି ସେଠାରେ ସେହି କୁଶପୁତ୍ତଳିକାରେ ଅଗ୍ନ୍ନି ସଂଯୋଗ କରି ପ୍ରଶାସନର ସଂସ୍କାର କରିଥିଲେ ା ଅଞ୍ଚଳର ଚାଷୀ ସରକାରଙ୍କ ମାରଣା ନୀତିରେ ଟୋକନ ଲାପ୍‌ସ ହୋଇଯିବା ଯୋଗୁଁ ସେମାନଙ୍କର ଧାନବିକ୍ରି କରିପାରି ନାହାନ୍ତି। ଆଉ କେତେକ ଅନଲାଇନରେ ପଞ୍ଜିକୃତ ହୋଇଥିଲେ ମଧ୍ୟ ଟୋକନ ପାଇନାହାନ୍ତି। ଫଳରେ ଧାନ ଚାଷୀ ନିଜଘରେ ରଖିବାକୁ ବାଧ୍ୟ ହୋଇଛନ୍ତି ା ସଂସ୍କାର କାର୍ଯ୍ୟକ୍ରମ ପରେ ଜିଲା ପ୍ରଶାସନ ପକ୍ଷରୁ ସିଏସଓ ବିବେକାନନ୍ଦ କେର୍କେରା ଘଟଣାସ୍ଥଳରେ ପହଞ୍ଚି ଯେତେ ଚାଷୀ ଧାନ ବାହାରେ ରଖିଛନ୍ତି ତାଙ୍କର ତାଲିକା ଦେଲେ, ଉଠିବାର ବ୍ୟବସ୍ଥା ମୁଁ ନିଜେ କରିବି ବୋଲି ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ା ପ୍ୟାକ୍ସରେ ଥିବା ଧାନଗୁଡିକ ଗୁରୁବାରଠାରୁ ବିଭିନ୍ନ ମିଲ୍‌କୁ ଯାଉଥିବା ଜଣାପଡିଛି ା ଚାଷୀ ମାନେ ସିଏସଓ କେର୍କେରାଙ୍କ ଆଗରେ ଶେଷ ଚାଷୀଠାରୁ ଶେଷ ବସ୍ତା ଧାନ ନ ଉଠିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ପୁଣି ଦୋହରାଇଥିଲେ ା ଏହି ଶୋଭାଯାତ୍ରାରେ ଜିଲା କୃଷକ ସଂଘଠନ ସଭାପତି ରାଜେନ୍ଦ୍ର ନାଏକ, ଉଲୁଣ୍ଡା ବ୍ଲକ ଉପସଭାପତି ସୁଧିର ବଘାର, ସମ୍ପାଦକ ସତ୍ୟ ପଧାନ, ଉପେନ୍ଦ୍ର ଡାଙ୍ଗ, ବୀରମହାରାଜପୁର ଉପଖଣ୍ଡ କୋଷାଧ୍ୟକ୍ଷ ନରୋତ୍ତମ ପଧାନ, ମିତ୍ରବ୍ରତ ମିଶ୍ର, ପୁରନ୍ଦର ବାଗ, ସଦାନନ୍ଦ ପାଣିଗ୍ରାହୀ, ମନୋଜ ମନହୀରା, କାର୍ତ୍ତିକ ନାଗ, ପରମାନନ୍ଦ ମିଶ୍ରଙ୍କ ସମେତ ସଂଗଠନର ଉପସଭାପତି କଙ୍ଗାଲୁ ବରାଡ, ଭବାନୀଶଙ୍କର ମିଶ୍ର, ନିଳାଦ୍ରି ମେହେର ପ୍ରମୁଖ ଅନେକ ଚାଷୀ ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କଲା ପ୍ରଶାସନ, ସ୍କୁଲ ନଯାଇ ମଦ ପିଇ କରୁଥିଲେ…

ଚାନ୍ଦବାଲି,୨।୭(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ରାମପୁର ବୀଣାପାଣି ନୋଡାଲ UPME ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀନାଥ ଦାସ ନିଲମ୍ବିତ । ବିଇଓ ଗୁରୁବାର ଦିନ…

ରାସ୍ତା ଉପରେ ଜମୁଛି ନର୍ଦ୍ଦମା ପାଣି, ସ୍ଥାୟୀ ସମାଧାନ ଦାବିରେ ଜିଲାପାଳଙ୍କୁ ଭେଟି…

ଅମରପାଲି,୨ା୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ଦୁର୍ଦ୍ଦଶାର…

କୂଳ ଲଂଘୁଛି ସମୁଦ୍ର ଜୁଆର, ଜିଲାପାଳ ଅଫିସ ଘେରାଉ କରିବାକୁ ଅଞ୍ଚଳବାସୀ ସଜବାଜ

ଗଞ୍ଜାମ,୨ା୭(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୂଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ମାସ ହେଲା ବେଳାଭୂମି ଦ୍ରୁତଗତିରେ ଅବକ୍ଷୟ…

ସ୍କୁଟି ଚାଳକଙ୍କୁ ଚାପିଦେଲା ମୋରମ ବୋଝେଇ ହାଇଓ୍ବା, ଲୋକେ ଚକାତଳୁ ମୃତଦେହ କାଢ଼ି…

ପୁରୁଷୋତ୍ତମପୁର,୨ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ଭାଟକୁମରଡ଼ା କଲେଜ ନିକଟରେ ଏକ ହାଇଓ୍ବା ଦ୍ରୁତଗତିରେ ଆସି ସ୍କୁଟିକୁ ଧକ୍କାଦେଇଥିଲା। ଫଳରେ…

ମା-ମାମୁ ମୋବାଇଲ ଛଡ଼ାଇ ନେବାରୁ ବିଷ ପିଇଦେଲେ ନାବାଳିକା

ଉଦଳା,୨ା୭(ସନ୍ତୋଷ କୁମାର ବାଛିନି): ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଲେ ବୋଲି ବିଷ ପିଇଦେଇଛନ୍ତି ଜଣେ ନାବାଳିକା। ଏଭଳି ଘଟଣା ଘଟିଛି ରାଜ ବରହମପୁର ଥାନା ଗଗପାଳ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପାଣିପାଗ କେନ୍ଦ୍ର କହିଲା ୩ ଦିନ ପର୍ଯ୍ୟନ୍ତ…

ଭୁବନେଶ୍ୱର,୨ା୭: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ତତ୍‌ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଆଇଏମ୍‌ଡି…

ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଅନିୟମିତତା ଅଭିଯୋଗ, ବିଧାୟକଙ୍କ ଅନୁରୋଧ ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା): ୪୨ ମୌଜା ଅନ୍ତର୍ଗତ ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଷ୍ଟାଫ କ୍ୱାର୍ଟର ନିର୍ମାଣରେ ବ୍ୟାପକ ଅନିୟମିତା ନେଇ ଅଭିଯୋଗ ହୋଇ ଆସୁଥିଲା ।…

ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା, ଏସବୁ ସ୍ଥାନରେ ଅଧିକ

ଭୁବନେଶ୍ୱର,୨ା୭: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ବିଶେଷକରି ୫ଟି ସ୍ଥାନରେ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୦ ମି.ମି ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ୱରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri