ବିଳମ୍ବ ହେଉଛି ରିଂ ରୋଡ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ

ସୋନପୁର,୨୯।୨(ନି.ପ୍ର.) – ସୁବର୍ଣ୍ଣପୁର ସହରର ବହୁ ପ୍ରତୀକ୍ଷିତ ରିଂ ରୋଡ ନିର୍ମାଣ କାର୍ଯ୍ୟ ବିଳମ୍ବିତ ହେଉଛି। ସରକାରଙ୍କ ଅନୁଦାନ ସତ୍ତ୍ୱେ କାର୍ଯ୍ୟ ଧିମେଇ ଚାଲିଛି। ଅବଧି ସରିଥିଲେ ମଧ୍ୟ ରିଂରୋଡର ଉଭୟ ପାର୍ଶ୍ୱ ପିଚୁ କାମ ସରିନି। ପ୍ରକଳ୍ପର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ନିର୍ମାଣ ଆରମ୍ଭ ହୋଇପାରୁନି। ବିଳମ୍ବକୁ ନେଇ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଚୀନ ସହରର ତିନିପାର୍ଶ୍ୱକୁ ଘେରି ରହିଛି ମହାନଦୀ ଓ ତେଲନଦୀ। ବର୍ଷାଋତୁରେ ଏହି ସହରକୁ ବନ୍ୟାଦାଉରୁ ରକ୍ଷା କରିବା ପାଇଁ ନଦୀବନ୍ଧ ତଥା ରିଂ ରୋଡ ନିର୍ମାଣ ସକାଶେ ମହାରାଜା ବୀରମିତ୍ରୋଦୟ ସିଂହଦେବ ସଙ୍କଳ୍ପ ନେଇଥିଲେ। ଏଥିପାଇଁ ସେହି ସମୟରେ ପାଣ୍ଠିର ବ୍ୟବସ୍ଥା କରିଥିଲେ। ଉଭୟ ନଦୀରେ ପଥର ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ତାହା ସମ୍ପୂର୍ଣ୍ଣ ହୋଇ ପାରିନଥିଲା। ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଓ ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରିଂ ରୋଡ ନିର୍ମାଣ ପାଇଁ ବିଧିବଦ୍ଧ ନିଷ୍ପତ୍ତି ନେଇଥିଲେ। ସ୍ଥାନୀୟ ବିଧାୟକ ତଥା ବର୍ତ୍ତମାନର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଉଦ୍ୟମକ୍ରମେ ୨୦୧୧ ମସିହାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମଝିରେ ସରକାର ଅନୁଦାନ ନ ଦେବା ଓ ପୋର୍ଟାଲ ବ୍ରିଜ୍‌ର ଡିଜାଇନିଂ ହୋଇ ନ ପାରିବା କାରଣରୁ ୩ବର୍ଷ କାମ ବନ୍ଦ ଥିଲା। ସହରର ଲାଇଫ ଲାଇନ୍‌ କୁହାଯାଉଥିବା ଏହି କାର୍ଯ୍ୟର ମନ୍ଥରତା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ରିଂ ରୋଡର ମହାନଦୀ ବ୍ରିଜ୍‌ରୁ ୧୫୦୦ ମିଟର ରାସ୍ତା ପିଚୁ ପାଇଁ ୩ କୋଟି ୩ ଲକ୍ଷ ୯୭ ହଜାର ଟଙ୍କାର ଟେଣ୍ଡର ହୋଇଛି। ୨୦୧୮ ଡିସେମ୍ବର ୨୪ ତାରିଖରେ ଠିକାଦାର ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିଛନ୍ତି। ୨୦୧୯ ନଭେମ୍ବର ୨୩ ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା। ଅବଧିର ୩ମାସ ଅତିକ୍ରାନ୍ତ ହୋଇଥିଲେ ହେଁ ପିଚୁ କାମ ତ ଦୂର ମାଟି ସମତଳରେ ହିଁ କାମ ଅଟକିଛି। ସେହିପରି ୫କୋଟି ୯୧ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ତେଲ ନଦୀ ବ୍ରିଜ୍‌ରୁ ବଡବଜାର ପର୍ଯ୍ୟନ୍ତ ୨୪୦୦ମିଟର ରାସ୍ତା ପିଚୁ, ରିଟେନିଂ ଓ୍ବାଲ ଓ ୨ଟି ପୋଲ ନିର୍ମାଣ ହେବ। ଟେଣ୍ଡର ପ୍ରକ୍ରିୟା ପରେ ଠିକାଦାର ୨୦୧୯ ଫେବୃୟାରୀ ୬ ତାରିଖରେ ଚୁକ୍ତିନାମା କରିଛନ୍ତି । ଜୁନ୍‌ ୫ ତାରିଖ ସୁଦ୍ଧା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଥା । କିନ୍ତୁ ପିଚୁ କାମ ଆଦୌ ଆରମ୍ଭ ହୋଇନି । କାମ ମନ୍ଥର ଗତିରେ ଚାଲିଛି । ଜିଲା ପ୍ରଶାସନ ଏହି କାର୍ଯ୍ୟର ସମୀକ୍ଷା କରୁ ନଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷେ ରିଂ ରୋଡର ମିସିଂ ଲିଙ୍କ କୁମ୍ଭାରପଡାରୁ ଦଶମତି ଘାଟ ୩୯୩ ମିଟର ଲମ୍ବ ରାସ୍ତା ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ହେବ। ନଦୀପାର୍ଶ୍ୱରେ କଂକ୍ରିଟ୍‌ ରିଟେନିଂ ଓ୍ବାଲ ନିର୍ମାଣ କରାଯିବ। ଏଥିପାଇଁ ୫୬ କୋଟି ୯ ଲକ୍ଷ ୮୩ ହଜାର ଟଙ୍କାର ଟେଣ୍ଡର ହୋଇଛି। ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ନଭେମ୍ବର ମାସ ଦ୍ୱିତୀୟ ସପ୍ତାହରୁ ଟେଣ୍ଡର ପାଇଲାଣି। କିନ୍ତୁ ଏହି ଠିକା ସଂସ୍ଥା କାର୍ଯ୍ୟ କରିବା ପାଇଁ ଇଏମଡି ଓ ଆଇଏସଡି ଏବଂ ଏପିଏସ(ଆଡିଶନାଲ ପରଫର୍ମାନ୍ସ ସିକ୍ୟୁରିଟି) ଜମା କରୁନି। ପୂର୍ତ୍ତ ବିଭାଗ ସହିତ ଚୁକ୍ତିନାମା କରିବା ପାଇଁ ସମୟ ଗଡାଇ ଚାଲିଛି। ଏଭଳି ସ୍ଥିତିରେ ଏହି ପ୍ରକଳ୍ପ କାର୍ଯ୍ୟ ବହୁ ବିଳମ୍ବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ଅସିତ କୁମାର ବଡପଣ୍ଡା କୁହନ୍ତି, ପୋର୍ଟାଲ ଫ୍ରେମ୍‌ ବ୍ରିଜ୍‌ ଠିକା ପାଇଥିବା ଏଆରଏସଏସ ଇନ୍‌ଫ୍ରାଷ୍ଟ୍ରକ୍‌ଚର ପ୍ରାଇଭେଟ ଲିମିଟେଡ ଆମ ସହିତ ଚୁକ୍ତିନାମା କରିନି। ଏ ସମ୍ପର୍କରେ ନାବାର୍ଡର ମୁଖ୍ୟଯନ୍ତ୍ରୀଙ୍କୁ ଆମେ ଅବଗତ କରି ସାରିଛୁ । ସରକାର ଏ ଦିଗରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାଣି ରାସ୍ତାରେ ୨ ବସ୍‌ ମୁହାଁମୁହିଁ: ଡ୍ରାଇଭରଙ୍କ ଜୀବନ ଗଲା, ୩୫ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ

ସୋନପୁର,୧୦।୫(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ଉଲୁଣ୍ଡା ବ୍ଲକସ୍ଥିତ ଡୁଡୁପାଲି ଛକରେ ଶୁକ୍ରବାର ରାତିରେ ସଡକ ଦୁର୍ଘଟଣା ଘଟିଛି। ବୁଲାଣି ରାସ୍ତାରେ ୨ ଯାତ୍ରୀବାହୀ ବସ୍‌ ମଧ୍ୟରେ...

ୟୁଜିସି-ଏନ୍‌ଇଟି ଆବେଦନ ଅବଧି ବଢ଼ିଲା

ଭୁବନେଶ୍ୱର, ୧୦।୫(ଅସମାପିକା ସାହୁ) – ଆସନ୍ତା ମାସରେ ୟୁଜିସି-ଏନ୍‌ଇଟି ଅନୁଷ୍ଠିତ ହେବ। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଏହି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ...

ମେଣ୍ଟକୁ ନେଇ ସଫାସଫା କହିଦେଲେ ମୋଦି, ଜାତୀୟ ଗଣମାଧ୍ୟମରେ ଚହଳ

ଭୁବନେଶ୍ୱର,୧୦।୪: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ମେଣ୍ଟକୁ ନେଇ ଜାତୀୟ ଗଣମାଧ୍ୟମରେ...

ଜାତୀୟ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ମୋଦିଙ୍କ ବଡ଼ ବୟାନ, କହିଲେ ଏଥର…

ଭୁବନେଶ୍ୱର, ୧୦।୫: ରାଜଧାନୀ ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଏହି ରୋଡ ଶୋ’ ପରେ ଓଡ଼ିଶାକୁ ନେଇ ଜାତୀୟ...

ଏଥର ହ୍ବାଟ୍ସଆପ୍‌ରେ ମିଳିବ ମାଟ୍ରିକ୍‌ ପରୀକ୍ଷାଫଳ

କଟକ,୧୦ା୫ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାଫଳ ଆସନ୍ତା ୨୦ ତାରିଖ ପରେ ପ୍ରକାଶ ପାଇବ। ଛାତ୍ରୀଛାତ୍ରମାନେ ପୂର୍ବରୁ...

ବିଶାଳ ରାଲି ନୁହେଁ, ପ୍ରାର୍ଥିପତ୍ର ଦାଖଲ ପାଇଁ ସାଇକେଲରେ ପହଞ୍ଚିଲେ ସୁରଙ୍କ ପୁଅ ସିଦ୍ଧାର୍ଥ

ନିମାପଡ଼ା,୧୦ା୫: ପ୍ରାର୍ଥୀପତ୍ର ଦାଖଲ ସମୟରେ ସମସ୍ତ ପ୍ରାର୍ଥୀ ବିଶାଳ ରାଲି କରି ଯାଉଥିବା ନଜର ଆସିଥାଏ। ହେଲେ ନିମାପଡ଼ା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସିଦ୍ଧାର୍ଥ...

କୋର୍ଟ ଆସିଲେନି ଅନୁଭବ

କଟକ,୧୦ା୫ (କାର୍ତ୍ତିକ ସାହୁ) ବର୍ଷାଙ୍କୁ ନିର୍ଯାତନା ଦେବା ନେଇ ରୁଜୁ ମାମଲାରେ ଅନୁଭବ ମହାନ୍ତି ଶୁକ୍ରବାର କୋର୍ଟ ଆସିଲେ ନାହିଁ। ଚାର୍ଜ ଫ୍ରେମ ପାଇଁ ଶୁକ୍ରବାର...

କମ୍ପିଲା ରାଜଧାନୀ, ଆରମ୍ଭ ହେଲା ମୋଦି ଶୋ’

ଭୁବନେଶ୍ୱର,୧୦।୫: ଆରମ୍ଭ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ ଶୋ’। ଭୁବନେଶ୍ୱର ସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟରୁ ଆରମ୍ଭ ହୋଇଛି ମୋଦିଙ୍କ ରୋଡ ଶୋ’।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri