ଆନନ୍ଦ ବଜାର ଶୃଙ୍ଖଳା ଭେଳିକି: ଖୋଲିଲାନି ଅଭିଯୋଗ ପ୍ରକୋଷ୍ଠ

ପୁରୀ ଅଫିସ,୨୬ା୭: ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛିି। ହେଲେ ଏହି ନିଷ୍ପତ୍ତି ମଧ୍ୟରୁ ଅନେକ ବାସ୍ତବତାର ରୂପ ନେଇପାରୁନିି। ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଲାଗି ମନ୍ଦିର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ପାଖାପାଖି ବର୍ଷେ ପୂରିବାକୁ ବସିଛିି। ହେଲେ ଏ ପର୍ଯ୍ୟନ୍ତ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିପାରିଲା ନାହିଁି। ପୂର୍ବପରି ଏବେ ବି ଅନେକ ସମୟରେ ଭକ୍ତ ହଇରାଣ ହେଉଛନ୍ତିି। କେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି ତ ପୁଣି କେତେବେଳେ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ହେଉଛିି। କ’ଣ ପାଇଁ ପ୍ରଶାସନ ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ପଛଘୁଞ୍ଚା ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଭକ୍ତ। କେବଳ ଅଭିଯୋଗ ପ୍ରକୋଷ୍ଠ ନୁହେଁ ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ଲାଗି ମହାପ୍ରସାଦ ଦର ତାଲିକା ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁି।
ଗତବର୍ଷ ଅଗଷ୍ଟ ୨୯ରେ ଆନନ୍ଦ ବଜାରରେ ଶୃଙ୍ଖଳା ଏବଂ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। ଏଥିରେ ଆନନ୍ଦ ବଜାରକୁ ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ କରିବା ଲାଗି ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ଆନନ୍ଦ ବଜାରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ। ଏହା ସହିତ ସମ୍ପୃକ୍ତ ସମସ୍ତ ସେବକ ଏ ଦିଗରେ ପ୍ରାଥମିକତା ଦେବେ। ଏଣିକି ଆନନ୍ଦ ବଜାର ପରିସରରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ସ୍ପଷ୍ଟ ଭାବେ ଲାଗିବ। ସେହିପରି ଭକ୍ତମାନଙ୍କ ସୁବିଧା ପାଇଁ ତିନିପ୍ରକାର ଅର୍ଥାତ୍‌ ୭୦ ଟଙ୍କା, ୮୦ ଟଙ୍କା ଏବଂ ୧୨୦ ଟଙ୍କା ଦରରେ ମହାପ୍ରସାଦ ପାଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା। ଯଦି କୌଣସି ଭକ୍ତ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ କିଣିବା ସମୟରେ ଦରକୁ ନେଇ କେହି ଦୁର୍ବ୍ୟବହାର କିମ୍ବା ଅନ୍ୟ କୌଣସି କାରଣରୁ ଗାଳିମନ୍ଦ କରନ୍ତି ତେବେ ସେମାନେ ଏହି ଅଭିଯୋଗ ପ୍ରକୋଷ୍ଠରେ ଜଣାଇବେ। ତୁରନ୍ତ ଏହି ଅଭିଯୋଗର ଅନୁଧ୍ୟାନ କରାଯାଇ ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ଏହି ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ନିଷ୍ପତ୍ତିକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁି।
ବୁଧବାର କେନ୍ଦ୍ରାପଡ଼ାର ସମୀର ସାହୁ ଆନନ୍ଦ ବଜାରକୁ ଅବଢା ପାଇଁ ଯାଇଥିଲେ। ଜଣେ ସୁଆର ସେବକଙ୍କୁ ମହାପ୍ରସାଦ ଦର ପଚାରିଥିଲେ। ସେ ୧୦୦ ଟଙ୍କା ପଡିବ ବୋଲି କହିବା ପରେ ସମୀର ଅନ୍ୟ ଜଣଙ୍କ ପାଖକୁ ଯିବାବେଳେ ସମ୍ପୃକ୍ତ ସୁଆର ସେବକ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। କେବଳ ସମୀର ନୁହନ୍ତି ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶୋଷଣର ଶିକାର ବି ହେଉଛନ୍ତି। ମନଇଚ୍ଛା ଯିଏ ଯାହା ଦର ନେଲା। ବାହାରୁ ଆସୁଥିବା ଭକ୍ତମାନେ କାହା ସାଙ୍ଗରେ ଯୁକ୍ତିତର୍କ କରିବାକୁ ଉଚିତ ନ ମଣି ଅଧିକ ଦାମ୍‌ରେ ମହାପ୍ରସାଦ ନେଉଛନ୍ତିି। ଏମିତି ବି ଅନେକେ ଦୁର୍ବ୍ୟବହାରର ଶିକାର ହେଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନାହାନ୍ତିି। ଥାନା ଫାଣ୍ଡିକୁ ଗଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ଏହିଭଳି ମାନସିକତା ରଖି ଅନେକେ ଅଭିଯୋଗ କରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠର ବେଶ୍‌ ଗୁରୁତ୍ୱ ବହନ କରୁଥିବା ବେଳେ ଏହି ନିଷ୍ପତ୍ତି ଏବେ ଭେଳିକି ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IAS ସ୍ତରରେ ବଡ଼ଧରଣର ଅଦଳବଦଳ: ବଦଳିଲେ ନବରଙ୍ଗପୁର ଓ ନୂଆପଡ଼ା ଜିଲାପାଳ, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର,୭ା୧୦: ରାଜ୍ୟ ପ୍ରଶାସନିକ ସ୍ତରକୁ ଅଧିକ କ୍ରିୟାଶୀଳ ଓ ବ୍ୟବସ୍ଥିତ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟରେ IAS ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ନବରଙ୍ଗପୁର…

ଚିଲିକା ମଝିରେ ଅଟକିଲା ଡଙ୍ଗା: ଭୟରେ ଥରିଲେ ଯାତ୍ରୀ, ଆଉ ତା’ପରେ…

କୃଷ୍ଣପ୍ରସାଦ,୭।୧୦(କୈଳାଶ ଚନ୍ଦ୍ର ପଟ୍ଟନାୟକ):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା- ଜହ୍ନିକୁଦା ଚିଲିକା ମଝିରେ ଘଟିଛି ଅଘଟଣ। ବୁଧବାର ସକାଳ ୭ଟାରେ ଏକ ଯାତ୍ରୀବାହୀ ଡ଼ଙ୍ଗା ୫୦ରୁ ଉର୍ଦ୍ଧ୍ୱ…

ଆସନ୍ତା ୮ରେ ଓଡ଼ିଶା ବନ୍ଦ ଡାକରା: ଡିଇଏଲ୍‌ଇଡି ପରୀକ୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

କଟକ,୭।୧୦(କାର୍ତ୍ତିକ ସାହୁ):ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ଏଜୁକେଶନ (ଡିଇଏଲ୍‌ଇଡି) ପରୀକ୍ଷା ଗତ ୩ ତାରିଖରୁ ଆରମ୍ଭ ହୋଇଛି। ଅଦ୍ୟାବଧି ଏହି…

ଝଡବର୍ଷା ସମ୍ଭାବନା: ୯ ଜିଲାକୁ ଆଲର୍ଟ ଜାରି

ଭୁବନେଶ୍ୱର, ୭ା୧୦ (ବନ୍ଦନା ସେଠୀ):ଆଶ୍ବିନରେ ଅନୁଭୂତ ହେଉଛି ବୈଶାଖ ତାତି। ବର୍ଷା ଛାଡ଼ୁ ଛାଡ଼ୁ ତାପମାତ୍ରାରେ ଲଗାତର ବୃଦ୍ଧି ଘଟି ୩୭ ଡିଗ୍ରୀ ପାଖାପାଖି ହୋଇଛି। ଫଳରେ…

୧୩ରେ ରାଜ୍ୟ କ୍ୟାବିନେଟ୍‌: ୯ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୭ା୧୦(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଚଳିତମାସ ୧୩ରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?