ଆଦର୍ଶ ସ୍କୁଲ କ୍ୟାମ୍ପସ ନିର୍ମାଣ ସରିଲାନି; ଛେଣ୍ଡିପଦା ହାଇସ୍କୁଲରେ ଶିକ୍ଷାଦାନ

ଛେଣ୍ଡିପଦା,୧।୭(ଡି.ଏନ.ଏ.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟେଣ୍ଟୁଲୋଇ ପଞ୍ଚାୟତ ଗୋପୀନାଥପୁର ଗ୍ରାମଠାରେ ଚଳିତ ବର୍ଷ ନୂତନ କରି ଆଦର୍ଶ ବିଦ୍ୟାଳୟରେ ଶିକ୍ଷାଦାନ ପାଇଁ ପ୍ରବେଶିକା ପରୀକ୍ଷା ହୋଇଥିଲା। ପ୍ରଥମ କରି କେବଳ ଷଷ୍ଠ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇଥିବାବେଳେ ମୋଟ ୮୧ ଜଣ ଏଥିରେ ନାମ ଲେଖାଇଛନ୍ତି। ହେଲେ ଶିକ୍ଷାଦାନ ଆରମ୍ଭ ହୋଇସାରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଦର୍ଶ ବିଦ୍ୟାଳୟର କ୍ୟାମ୍ପସ ନିର୍ମାଣ କାମ ଶେଷ ହୋଇପାରିନାହିଁ। ଫଳରେ ଛାତ୍ରୀଛାତ୍ରମାନେ ଛେଣ୍ଡିପଦା ସରକାରୀ ହାଇସ୍କୁଲକୁ ଯାଇ ପାଠ ପଢୁଛନ୍ତି। ଆଦର୍ଶ ପିଲାଙ୍କ ପାଇଁ ସରକାରୀ ସ୍କୁଲରେ ମାତ୍ର ଗୋଟିଏ ଶ୍ରେଣୀଗୃହ ଯୋଗାଯାଇଛି। ଏଥିଯୋଗୁ ଗୋଟିଏ ଘରେ ୮୧ ଛାତ୍ରୀଛାତ୍ର ବସି ପାଠ ପଢିବାରେ ସମସ୍ୟା ଉପୁଜୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି।
ଛେଣ୍ଡିପଦା ବ୍ଲକରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ପାଇଁ ଗଣଶିକ୍ଷା ବିଭାଗ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନ ପକ୍ଷରୁ ଗୋପୀନାଥପୁର ମୌଜାର ଏକ ସରକାରୀ ଜାଗାରେ ନୂତନ କ୍ୟାମ୍ପସର ଗତ ୧୧/୦୭/୨୦୧୮ରେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତଦନୁଯାୟୀ ବିଦ୍ୟାଳୟର ଶ୍ରେଣୀ ଗୃହ, ଅଫିସ, ଛାତ୍ରୀଛାତ୍ରଙ୍କ ପାଇଁ ହଷ୍ଟେଲ ସାଙ୍ଗକୁ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ପାଇଁ ପ୍ରଥମ ପର୍ଯ୍ୟାୟରେ ୩ କୋଟି ୧୬ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଛି। ଅନୁଗୋଳ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଏକ ଠିକାସଂସ୍ଥା ମାଧ୍ୟମରେ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏହା ମନ୍ଥର ଗତିରେ ଚାଲିଛି। ଅନ୍ୟପକ୍ଷରେ ସରକାରୀ ନିୟମାନୁଯାୟୀ ଅଦ୍ୟାବଧି ଏହି ଶିକ୍ଷାନୁଷ୍ଠାନ ପାଇଁ କୌଣସି ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହାସହିତ କୌଣସି ହଷ୍ଟେଲ ସୁବିଧା ନ ଥିବାରୁ ଛାତ୍ରୀଛାତ୍ରମାନେ ପ୍ରତିଦିନ ପ୍ରାୟ ୨୫ରୁ ୩୦ କିମି ଦୂରରୁ ଛେଣ୍ଡିପଦା ସରକାରୀ ହାଇସ୍କୁଲକୁ ଆସୁଛନ୍ତି। ତେଣୁ ତୁରନ୍ତ ନୂତନ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଛେଣ୍ଡିପଦା ବ୍ଲକ ଶିକ୍ଷା ଅଧିକାରୀ ତଥା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ସାହୁ କହିଛନ୍ତି, ନିକଟରେ ଶିକ୍ଷା ବିଭାଗର ଏକ ଟିମ୍‌ ପହଞ୍ଚି ଶିକ୍ଷାଦାନ ବ୍ୟବସ୍ଥା ତଦାରଖ କରିବା ସହ ନିର୍ମାଣାଧୀନ କ୍ୟାମ୍ପସ ପରିଦର୍ଶନ କରିଥିଲେ। ଏହାର ଅଗ୍ରଗତି ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀ ତଥା ନିୟୋଜିତ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ଅନୁଗୋଳ ଗ୍ରାମ୍ୟ ନିର୍ମାଣ ବିଭାଗ ଛେଣ୍ଡିପଦା ସେକ୍ସନ ସହକାରୀ ଯନ୍ତ୍ରୀ ଶ୍ରୀନିବାସ ପ୍ରଧାନ କହିଛନ୍ତି, କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ଚାଲିଛି। ଦାୟିତ୍ୱ ନେଇଥିବା ଠିକାସଂସ୍ଥାକୁ ନିର୍ଦ୍ଧାରିତ ସମୟରେ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri