ଆତଙ୍କ ଖେଳାଉଛନ୍ତି ଝାଡ଼ଖଣ୍ଡ ହାତୀ

ସଜନାଗଡ଼, ୧୭ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କୁଲଡିହା ପାଦଦେଶରେ ଥିବା ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୨୮ ଝାଡ଼ଖଣ୍ଡ ହାତୀ ଓ ୫ ଛୁଆ ହାତୀ ଆତଙ୍କ ଖେଳାଉଛନ୍ତି। ୬ଦିନ ହେଲେ ହାତୀପଲ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ ନଷ୍ଟ କରିଦେଉଛନ୍ତି। ଶନିବାର ରାତିରେ ହାତୀପଲ କୁଲଡିହା ରେଞ୍ଜ ଅଧୀନ ସଜନାଗଡ଼ ପଞ୍ଚାୟତ ତେଣ୍ଡା ଗ୍ରାମ ପାଖ ସାତଘାଟି ଏବଂ ମୁଣ୍ଡଘୁରା ଗ୍ରାମରେ ପଶି ରାମଚନ୍ଦ୍ର ସିଂ, ବୁଧୁ ସିଂ, ସୋମବାରୀ ସିଂ, ହାଡ଼ିବନ୍ଧୁ ସିଂ, ଗୁରୁବା ସିଂ, ପୁନିଆ ସିଂ, ଶ୍ୟାମସୁନ୍ଦର ସିଂ, ଦୁର୍ଗା ସିଂ, ଶ୍ୟାମସୁନ୍ଦର ସିଂଙ୍କ ଘର ଭାଙ୍ଗିଦେଇଛନ୍ତି। ଏହାସହ ଘରେ ଥିବା ଧାନ, ଚାଉଳ ଖାଇବା ସହ ତା’ଠାରୁ ଅଧିକ ପରିମାଣରେ ନଷ୍ଟ କରିଥିଲେ। ଏହାସହ ଘରବାଡ଼ିରେ ଥିବା ପଣସ, ସପୁରୀ, କିମ୍ବା କଦଳୀ ଗଛ ମଧ୍ୟ ଭାଙ୍ଗି ପକାଇଥିଲେ। ଗୋଟିଏ ପଟେ ଅଘୋଷିତ ବିଦ୍ୟୁତ୍‌କାଟ ଅନ୍ୟ ପଟେ ଅନ୍ଧାର ରାତିର ସୁଯୋଗ ନେଇ ଖାଦ୍ୟ ନ ପାଇ ଗ୍ରାମମୁହାଁ ହେଉଥିବା ହାତୀପଲଙ୍କ ଉପଦ୍ରବରେ ଗ୍ରାମବାସୀ ଉଜାଗର ରହୁଛନ୍ତି। ରବିବାର ସକାଳେ ଗ୍ରାମବାସୀ ନୀଳଗିରି ବିଧାୟକଙ୍କୁ ଡାକି କ୍ଷତି ହୋଇଥିବା ଘର ଦେଖାଇବା ସହ ପ୍ରଶାସନ ଓ ବନ ବିଭାଗ ବିରୋଧରେ ଅଭିଯୋଗ କରିଥିଲେ।
୨୦୧୦ ମସିହାରୁ ହାତୀ ନୀଳଗିରିକୁ ଆସୁଥିବା ବେଳେ ପ୍ରତିବର୍ଷ ହାତୀପଲ ଆସିବାର ପୂର୍ବରୁ କିମ୍ବା ହାତୀ ଆସିବାର ଦିନେ କିମ୍ବା ଦୁଇଦିନ ଭିତରେ ପ୍ରସ୍ତୁତି ବୈଠକ ହୁଏ। ପ୍ରସ୍ତୁତି ବୈଠକର ମୁଖ୍ୟ ବିଷୟ ହାତୀ ଉପଦ୍ରବ୍ୟ ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇବା । ହାତୀ ଘଉଡ଼ାଇବାରେ ଲୋକଙ୍କ ସାହାଯ୍ୟ ନେବା, ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ହାତୀ ଉପଦ୍ରବ କରୁଥିବା ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖି ଖାଦ୍ୟ ଯୋଗାଣ ବିଷୟରେ ଆଲୋଚନା ହୁଏ। ଏହି ଆଲୋଚନାରେ ବନବିଭାଗ, ବିଦ୍ୟୁତ୍‌ ବିଭାଗ, ଜଙ୍ଗଲ କମିଟି, ଖାଦ୍ୟଯୋଗାଣ ବିଭାଗ, ଗଣମାଧ୍ୟମ ପ୍ରତିନିଧି ଓ ପୋଲିସ୍‌ ଉପସ୍ଥିତ ରହିଥାନ୍ତି। ମାତ୍ର ଏଥର ହାତୀ ଆସିବାର ୬ଦିନ ବିତିଯାଇଥିଲେ ମଧ୍ୟ ପ୍ରସ୍ତୁତି ବୈଠକ ନ ହେବା ଯୋଗୁ କୌଣସି ବିଭାଗ ମଧ୍ୟରେ ତାଳମେଳ ରହୁନାହିଁ । ଫଳରେ ଲୋକେ ନିଜକୁ ଅସୁରକ୍ଷତି ମନେ କରୁଛନ୍ତି। ବିଧାୟକ ଗ୍ରାମବାସୀଙ୍କ ଦୁଃଖ ଶୁଣିବା ପରେ ଏ ବିଷୟରେ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ଜଣାଇଥିଲେ। କ୍ଷତିଗ୍ରସ୍ତ ପରିବାରକୁ ସେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଶୋଇଥିବାବେଳେ ମାଡ଼ି ଆସିଲା ବିପଦ: ଆକାଶରୁ ଖସିଲା ମୃତ୍ୟୁ, ଗୋଟିଏ ପରିବାରର…

ନୀଳଗିରି,୨୦ା୭(ପ୍ରଶାନ୍ତ କୁମାର ବିଶ୍ୱାଳ): ଘରେ ଶୋଇଥିବା ଅବସ୍ଥାରେ ରବିବାର ରାତିରେ ହଠାତ୍‌ ହେଲା ବଜ୍ରପାତ। ଏହି ବଜ୍ରପାତରେ ଗୋଟିଏ ପରିବାରର ୮ ଜଣଙ୍କ ମଧ୍ୟରୁ ୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri