ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା ପକାଇବା ପରି କାମ କରିଛନ୍ତି। ତାଙ୍କ ବିସ୍ଫୋରକ ବୟାନ ଅନୁସାରେ କେନ୍ଦ୍ର ସରକାର ବାସ୍ତବ ଅଭିବୃଦ୍ଧି ହାରକୁ ଲୁଚାଇ ଚଞ୍ଚକତାପୂର୍ଣ୍ଣଭାବେ ଏହାକୁ ୨.୫ ପ୍ରତିଶତ ବଢ଼ାଇ ଆକଳନ କରିଛନ୍ତି। ତାଙ୍କ ମତରେ ଏହାକୁ ନ ଲୁଚାଇ ଯଦି ଆଗରୁ ପ୍ରକାଶ କରାଯାଇଥାନ୍ତା, ତେବେ ବ୍ୟାଙ୍କିଙ୍ଗ୍‌ ଓ କୃଷିକ୍ଷେତ୍ରରେ ଦେଖାଯାଉଥିବା ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଜରୁରିକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇପାରିଥାନ୍ତା। ତେବେ ଅଭିବୃଦ୍ଧି ହ୍ରାସ ପାଇବାର କାରଣ ସ୍ବରୂପ ସେ ଦୁର୍ବଳ ନିଯୁକ୍ତି ସୁଯୋଗ ଓ ଆର୍ଥିକ ଚାପକୁ ଦାୟୀ କରିଛନ୍ତି।
ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ତଥ୍ୟ ଅନୁସାରେ ଦେଶରେ ନିଯୁକ୍ତହୀନତା ଗତ ୪୫ ବର୍ଷ ଭିତରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ମୋଟ ବେକାରି ବୃଦ୍ଧି ୬.୧ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳ ବେକାରି ୫.୩ ପ୍ରତିଶତ ବୃଦ୍ଧିପାଇଥିବା ବେଳେ ସହରାଞ୍ଚଳ ବେକାରି ୭.୮ ପ୍ରତିଶତ ବୃଦ୍ଧିପାଇଛି। ତେବେ ପୂର୍ବତନ ସିଇଏଙ୍କ ଯୁକ୍ତିକୁ ସରକାର ଖଣ୍ଡନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସରକାର ନିଜର ସ୍ଥିତିରକ୍ଷା ପାଇଁ ଯାହା ବି ଦାବି କରନ୍ତୁ ନା କାହିଁକି ତାକୁ ଏବେ କେବଳ ପଶ୍ଚାତ୍‌ଚିନ୍ତନ ବା ପଛବୁଦ୍ଧି ଭାବେ ବିଚାର କରାଯିବ। ଦେଶର ଅର୍ଥନୀତି ଏବେ କେତେବର୍ଷ ହେଲା ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହା ଇସ୍ପାତ, ବୟନ, ନିର୍ମାଣଠାରୁ ଆରମ୍ଭ କରି ଅଟୋମୋବାଇଲ ଓ ରପ୍ତାନି ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି। ନିର୍ମାଣ, ଖଣି ଓ ରିୟଲ ଇଷ୍ଟେଟ୍‌ ପରି କ୍ଷେତ୍ରରେ ପୁଞ୍ଜିନିବେଶ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି। ଗତ ଡିସେମ୍ବରରେ ଶେଷ ହେଉଥିବା ତ୍ରିମାସୀରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ କୋଠାନିର୍ମାଣ ଓ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ୮୦ ପ୍ରତିଶତ ହ୍ରାସ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ତଳକୁ ଖସିବା ପରିପ୍ରେକ୍ଷୀରେ ଭାରତ ପ୍ରଖର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ।
ଏନ୍‌ଏସ୍‌ଏସ୍‌ଓର ତଥ୍ୟ ଅନୁସାରେ ନଭେମ୍ବର ୨୦୧୬ର ବିମୁଦ୍ରୀକରଣ ପରଠାରୁ ଏପର୍ଯ୍ୟନ୍ତ ୫୦ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି, ୧୩ ବର୍ଷ ପରେ ସ୍କୁଟର ବିକ୍ରିରେ ହ୍ରାସ ଘଟିଛି, କାର୍‌ ବିକ୍ରି ପାଞ୍ଚବର୍ଷ ତଳେ ଥିବା ଟାର୍ଗେଟକୁ ଖସିଆସିଛି, ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ମାର୍ଚ୍ଚ ୨୦୧୯ ସୁଦ୍ଧା ୨୧ ମାସ ତଳକୁ ଖସିଯାଇଛି ଏବଂ ଲୋକମାନଙ୍କର ପାରିବାରିକ ସଞ୍ଚୟ ୨୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମେ ମାସରେ ଗତବର୍ଷର ସମାନ ସମୟ ତୁଳନାରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୨୦.୫୫ ପ୍ରତିଶତ ହ୍ରାସ ପାଇଛି, ଯାହା ଗତ ୧୮ ବର୍ଷରେ ସର୍ବନିମ୍ନ। କ୍ରେଡିଟ ହ୍ରାସ ପାଇବା, ନିୟମରେ ପରିବର୍ତ୍ତନ ଏବଂ ମାନ୍ଦା ଅର୍ଥନୀତି ଯୋଗୁ ଏହି ଶିଳ୍ପ ଅତ୍ୟନ୍ତ ଦୁଃସ୍ଥିତି ଦେଇ ଗତି କରୁଛି। ତଥ୍ୟ ଅନୁସାରେ ଗାଡ଼ି ବିକ୍ରି କମିବା, ପ୍ରତ୍ୟକ୍ଷ ଟିକସ ଆଦାୟ ହ୍ରାସ ପାଇବା ଏବଂ ପାରିବାରିକ ସଞ୍ଚୟ ହ୍ରାସ ପାଇବା ଯୋଗୁ ବିତିଯାଉଥିବା ପ୍ରତ୍ୟେକ ମାସରେ ପରିସ୍ଥିତି ଜଟିଳରୁ ଜଟିଳତର ହେବାରେ ଲାଗିଛି।
ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଭିବୃଦ୍ଧି ଜାନୁୟାରୀ-ମାର୍ଚ୍ଚ ୨୦୧୯ ତ୍ରିମାସୀରେ ୫.୮ ପ୍ରତିଶତ ଥିଲା, ଯାହା ପୂରା ବର୍ଷର ଅଭିବୃଦ୍ଧି ହାରକୁ ପାଞ୍ଚବର୍ଷର ସର୍ବନିମ୍ନ ସ୍ତର ୬.୮ ପ୍ରତିଶତକୁ କମାଇଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗତ ସପ୍ତାହରେ ପ୍ରକାଶିତ ସଦ୍ୟତମ ଉପଭୋକ୍ତା ବିଶ୍ୱାସ ସର୍ବେକ୍ଷଣ (ସିସିଏସ୍‌)ର ରିପୋର୍ଟ ଅନୁଯାୟୀ ସର୍ବେକ୍ଷଣରେ ଭାଗନେଇଥିବା ଉତ୍ତରଦାତାମାନେ ଭାବୁଛନ୍ତି ଯେ ସେମାନେ ଆଗକୁ ଅଧିକ ଖର୍ଚ୍ଚ କରିବେ, ସେହି ଅନୁସାରେ ଜାନୁୟାରୀ-ମାର୍ଚ୍ଚ ୨୦୧୯ ତ୍ରିମାସୀରେ ଭାରତର ଜିଡିପି ୫.୮ ପ୍ରତିଶତ ଆକଳନ କରାଯାଇଛି। ସେହି ହିସାବରେ ଦେଶର ସାରା ବର୍ଷର ଅଭିବୃଦ୍ଧି ହାର ପାଞ୍ଚବର୍ଷର ସର୍ବନିମ୍ନ ସ୍ତର ୬.୮ ପ୍ରତିଶତରେ ପହଞ୍ଚିଛି। ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇବା ସତ୍ତ୍ୱେ ଗାଲୁଆଙ୍କ ପରି ସରକାର କହୁଛନ୍ତି ଯେ ଆମେ ସେପରି କିଛି ଗୁରୁତର ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହୋଇନାହୁଁ। ତେବେ ଭଲ କଥା ହେଉଛି, ସରକାର ଏକ କ୍ଷମତାସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ (ଇଜିଏମ୍‌) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁମାନେ ନିଯୁକ୍ତି ବୃଦ୍ଧି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାର୍ଗଦର୍ଶନ କରିବେ। ତେବେ ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରଥମ ପାଳି ମୋଦି ସରକାର କ୍ଷମତାକୁ ଆସିବା ପରେ ଇଜିଏମ୍‌କୁ ଭାଙ୍ଗିଦେଇଥିଲେ।
ଆମର ଏକ ସମସ୍ୟା ଅଛି ବୋଲି ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ହେବା ଆବଶ୍ୟକ। ସରକାର ନିଜର ଗାଲୁଆପଣ ତ୍ୟାଗକରିବା ଉଚିତ। ଯଥାଶୀଘ୍ର ସମ୍ଭବ ଆର୍ଥିକ ମାନ୍ଦାବସ୍ଥାର କାରଣ ନିର୍ଦ୍ଧାରଣ କରି ତା’ର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଗାଡ଼ି ଶିଳ୍ପକୁ ପୁଣି ପୂର୍ବ ପରି ଚଳମାନ ଅବସ୍ଥାକୁ ଫେରାଇ ଆଣିବାକୁ ହେବ। ଏଥିପାଇଁ ଯେଉଁସବୁ ପଦକ୍ଷେପ ନିଆଯିବା ଉଚିତ ସେଗୁଡ଼ିକ ମଧ୍ୟରେ ରହିଛି: ସବୁ ପ୍ରକାର ଗାଡ଼ି ଉପରୁ ଜିଏସ୍‌ଟି ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରିବା, ଘରୋଇ ପୁଞ୍ଜିନିବେଶକୁ କ୍ରିୟାଶୀଳ କରିବା ଲାଗି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଥିବା ଅଡ଼ୁଆଗୁଡ଼ିକୁ ସଫା କରିବା ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri