ଆଜିର ଅର୍ଥନୀତି/ ଗଡ଼ାଣିରେ ଅର୍ଥନୀତି

ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟନ୍‌ ଚଳିତ ସପ୍ତାହରେ ଦେଶର ଜିଡିପି ଆକଳନ ସମ୍ପର୍କରେ ଏକ କଟୁସତ୍ୟ ପ୍ରକାଶ କରି ଏକପ୍ରକାର ବୋମା ପକାଇବା ପରି କାମ କରିଛନ୍ତି। ତାଙ୍କ ବିସ୍ଫୋରକ ବୟାନ ଅନୁସାରେ କେନ୍ଦ୍ର ସରକାର ବାସ୍ତବ ଅଭିବୃଦ୍ଧି ହାରକୁ ଲୁଚାଇ ଚଞ୍ଚକତାପୂର୍ଣ୍ଣଭାବେ ଏହାକୁ ୨.୫ ପ୍ରତିଶତ ବଢ଼ାଇ ଆକଳନ କରିଛନ୍ତି। ତାଙ୍କ ମତରେ ଏହାକୁ ନ ଲୁଚାଇ ଯଦି ଆଗରୁ ପ୍ରକାଶ କରାଯାଇଥାନ୍ତା, ତେବେ ବ୍ୟାଙ୍କିଙ୍ଗ୍‌ ଓ କୃଷିକ୍ଷେତ୍ରରେ ଦେଖାଯାଉଥିବା ଆହ୍ବାନକୁ ସମ୍ମୁଖୀନ ହେବା ପାଇଁ ଜରୁରିକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଇପାରିଥାନ୍ତା। ତେବେ ଅଭିବୃଦ୍ଧି ହ୍ରାସ ପାଇବାର କାରଣ ସ୍ବରୂପ ସେ ଦୁର୍ବଳ ନିଯୁକ୍ତି ସୁଯୋଗ ଓ ଆର୍ଥିକ ଚାପକୁ ଦାୟୀ କରିଛନ୍ତି।
ରାଷ୍ଟ୍ରୀୟ ନମୁନା ସର୍ବେକ୍ଷଣ ସଂଗଠନ (ଏନ୍‌ଏସ୍‌ଏସ୍‌ଓ)ର ତଥ୍ୟ ଅନୁସାରେ ଦେଶରେ ନିଯୁକ୍ତହୀନତା ଗତ ୪୫ ବର୍ଷ ଭିତରେ ସର୍ବାଧିକ ସ୍ତରରେ ପହଞ୍ଚିଛି। ମୋଟ ବେକାରି ବୃଦ୍ଧି ୬.୧ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳ ବେକାରି ୫.୩ ପ୍ରତିଶତ ବୃଦ୍ଧିପାଇଥିବା ବେଳେ ସହରାଞ୍ଚଳ ବେକାରି ୭.୮ ପ୍ରତିଶତ ବୃଦ୍ଧିପାଇଛି। ତେବେ ପୂର୍ବତନ ସିଇଏଙ୍କ ଯୁକ୍ତିକୁ ସରକାର ଖଣ୍ଡନ କରିବାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ସରକାର ନିଜର ସ୍ଥିତିରକ୍ଷା ପାଇଁ ଯାହା ବି ଦାବି କରନ୍ତୁ ନା କାହିଁକି ତାକୁ ଏବେ କେବଳ ପଶ୍ଚାତ୍‌ଚିନ୍ତନ ବା ପଛବୁଦ୍ଧି ଭାବେ ବିଚାର କରାଯିବ। ଦେଶର ଅର୍ଥନୀତି ଏବେ କେତେବର୍ଷ ହେଲା ମାନ୍ଦାବସ୍ଥା ଦେଇ ଗତି କରୁଛି। ଏହା ଇସ୍ପାତ, ବୟନ, ନିର୍ମାଣଠାରୁ ଆରମ୍ଭ କରି ଅଟୋମୋବାଇଲ ଓ ରପ୍ତାନି ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ପ୍ରଭାବିତ କରୁଛି। ନିର୍ମାଣ, ଖଣି ଓ ରିୟଲ ଇଷ୍ଟେଟ୍‌ ପରି କ୍ଷେତ୍ରରେ ପୁଞ୍ଜିନିବେଶ ଉଲ୍ଲେଖନୀୟଭାବେ ହ୍ରାସ ପାଇଛି। ଗତ ଡିସେମ୍ବରରେ ଶେଷ ହେଉଥିବା ତ୍ରିମାସୀରେ ପୂର୍ବ ବର୍ଷ ସମାନ ସମୟ ତୁଳନାରେ କୋଠାନିର୍ମାଣ ଓ ରିୟଲ ଇଷ୍ଟେଟ୍‌ କ୍ଷେତ୍ରରେ ପୁଞ୍ଜିନିବେଶ ୮୦ ପ୍ରତିଶତ ହ୍ରାସ ପାଇଛି। ବିଶେଷଜ୍ଞମାନେ କହିଛନ୍ତି ଯେ, ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କରେ ତଳକୁ ଖସିବା ପରିପ୍ରେକ୍ଷୀରେ ଭାରତ ପ୍ରଖର ମାନ୍ଦାବସ୍ଥାର ସମ୍ମୁଖୀନ ହୋଇପାରେ।
ଏନ୍‌ଏସ୍‌ଏସ୍‌ଓର ତଥ୍ୟ ଅନୁସାରେ ନଭେମ୍ବର ୨୦୧୬ର ବିମୁଦ୍ରୀକରଣ ପରଠାରୁ ଏପର୍ଯ୍ୟନ୍ତ ୫୦ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି, ୧୩ ବର୍ଷ ପରେ ସ୍କୁଟର ବିକ୍ରିରେ ହ୍ରାସ ଘଟିଛି, କାର୍‌ ବିକ୍ରି ପାଞ୍ଚବର୍ଷ ତଳେ ଥିବା ଟାର୍ଗେଟକୁ ଖସିଆସିଛି, ଶିଳ୍ପ ଉତ୍ପାଦନ ସୂଚକାଙ୍କ (ଆଇଆଇପି) ମାର୍ଚ୍ଚ ୨୦୧୯ ସୁଦ୍ଧା ୨୧ ମାସ ତଳକୁ ଖସିଯାଇଛି ଏବଂ ଲୋକମାନଙ୍କର ପାରିବାରିକ ସଞ୍ଚୟ ୨୦ ବର୍ଷର ସର୍ବନିମ୍ନ ସ୍ତରକୁ ଖସିଯାଇଛି। ମେ ମାସରେ ଗତବର୍ଷର ସମାନ ସମୟ ତୁଳନାରେ ଯାତ୍ରୀବାହୀ ଗାଡ଼ି ବିକ୍ରି ୨୦.୫୫ ପ୍ରତିଶତ ହ୍ରାସ ପାଇଛି, ଯାହା ଗତ ୧୮ ବର୍ଷରେ ସର୍ବନିମ୍ନ। କ୍ରେଡିଟ ହ୍ରାସ ପାଇବା, ନିୟମରେ ପରିବର୍ତ୍ତନ ଏବଂ ମାନ୍ଦା ଅର୍ଥନୀତି ଯୋଗୁ ଏହି ଶିଳ୍ପ ଅତ୍ୟନ୍ତ ଦୁଃସ୍ଥିତି ଦେଇ ଗତି କରୁଛି। ତଥ୍ୟ ଅନୁସାରେ ଗାଡ଼ି ବିକ୍ରି କମିବା, ପ୍ରତ୍ୟକ୍ଷ ଟିକସ ଆଦାୟ ହ୍ରାସ ପାଇବା ଏବଂ ପାରିବାରିକ ସଞ୍ଚୟ ହ୍ରାସ ପାଇବା ଯୋଗୁ ବିତିଯାଉଥିବା ପ୍ରତ୍ୟେକ ମାସରେ ପରିସ୍ଥିତି ଜଟିଳରୁ ଜଟିଳତର ହେବାରେ ଲାଗିଛି।
ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ଅଭିବୃଦ୍ଧି ଜାନୁୟାରୀ-ମାର୍ଚ୍ଚ ୨୦୧୯ ତ୍ରିମାସୀରେ ୫.୮ ପ୍ରତିଶତ ଥିଲା, ଯାହା ପୂରା ବର୍ଷର ଅଭିବୃଦ୍ଧି ହାରକୁ ପାଞ୍ଚବର୍ଷର ସର୍ବନିମ୍ନ ସ୍ତର ୬.୮ ପ୍ରତିଶତକୁ କମାଇଦେଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କର ଗତ ସପ୍ତାହରେ ପ୍ରକାଶିତ ସଦ୍ୟତମ ଉପଭୋକ୍ତା ବିଶ୍ୱାସ ସର୍ବେକ୍ଷଣ (ସିସିଏସ୍‌)ର ରିପୋର୍ଟ ଅନୁଯାୟୀ ସର୍ବେକ୍ଷଣରେ ଭାଗନେଇଥିବା ଉତ୍ତରଦାତାମାନେ ଭାବୁଛନ୍ତି ଯେ ସେମାନେ ଆଗକୁ ଅଧିକ ଖର୍ଚ୍ଚ କରିବେ, ସେହି ଅନୁସାରେ ଜାନୁୟାରୀ-ମାର୍ଚ୍ଚ ୨୦୧୯ ତ୍ରିମାସୀରେ ଭାରତର ଜିଡିପି ୫.୮ ପ୍ରତିଶତ ଆକଳନ କରାଯାଇଛି। ସେହି ହିସାବରେ ଦେଶର ସାରା ବର୍ଷର ଅଭିବୃଦ୍ଧି ହାର ପାଞ୍ଚବର୍ଷର ସର୍ବନିମ୍ନ ସ୍ତର ୬.୮ ପ୍ରତିଶତରେ ପହଞ୍ଚିଛି। ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇବା ସତ୍ତ୍ୱେ ଗାଲୁଆଙ୍କ ପରି ସରକାର କହୁଛନ୍ତି ଯେ ଆମେ ସେପରି କିଛି ଗୁରୁତର ଅର୍ଥନୈତିକ ସମସ୍ୟାର ସମ୍ମୁଖୀନ ହୋଇନାହୁଁ। ତେବେ ଭଲ କଥା ହେଉଛି, ସରକାର ଏକ କ୍ଷମତାସମ୍ପନ୍ନ ମନ୍ତ୍ରୀ ଗୋଷ୍ଠୀ (ଇଜିଏମ୍‌) ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯେଉଁମାନେ ନିଯୁକ୍ତି ବୃଦ୍ଧି ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମାର୍ଗଦର୍ଶନ କରିବେ। ତେବେ ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରଥମ ପାଳି ମୋଦି ସରକାର କ୍ଷମତାକୁ ଆସିବା ପରେ ଇଜିଏମ୍‌କୁ ଭାଙ୍ଗିଦେଇଥିଲେ।
ଆମର ଏକ ସମସ୍ୟା ଅଛି ବୋଲି ଗ୍ରହଣ କରିବାକୁ ସରକାର ପ୍ରସ୍ତୁତ ହେବା ଆବଶ୍ୟକ। ସରକାର ନିଜର ଗାଲୁଆପଣ ତ୍ୟାଗକରିବା ଉଚିତ। ଯଥାଶୀଘ୍ର ସମ୍ଭବ ଆର୍ଥିକ ମାନ୍ଦାବସ୍ଥାର କାରଣ ନିର୍ଦ୍ଧାରଣ କରି ତା’ର ନିରାକରଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। ଗାଡ଼ି ଶିଳ୍ପକୁ ପୁଣି ପୂର୍ବ ପରି ଚଳମାନ ଅବସ୍ଥାକୁ ଫେରାଇ ଆଣିବାକୁ ହେବ। ଏଥିପାଇଁ ଯେଉଁସବୁ ପଦକ୍ଷେପ ନିଆଯିବା ଉଚିତ ସେଗୁଡ଼ିକ ମଧ୍ୟରେ ରହିଛି: ସବୁ ପ୍ରକାର ଗାଡ଼ି ଉପରୁ ଜିଏସ୍‌ଟି ୨୮ରୁ ୧୮ ପ୍ରତିଶତକୁ ହ୍ରାସ କରିବା, ଘରୋଇ ପୁଞ୍ଜିନିବେଶକୁ କ୍ରିୟାଶୀଳ କରିବା ଲାଗି ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରେ ଥିବା ଅଡ଼ୁଆଗୁଡ଼ିକୁ ସଫା କରିବା ଇତ୍ୟାଦି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?