Posted inଜାତୀୟ

ଆଜିଠାରୁ ପାର୍ଲାମେଣ୍ଟର ଶୀତ ଅଧିବେଶନ: ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ସୋମବାରଠାରୁ ଆରମ୍ଭ ହେଉଛି। ଏହି ପରିପ୍ରେକ୍ଷୀରେ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ ବିରୋଧୀ ଦଳଗୁଡ଼ିକ ଲୋକ ସଭା ଏମ୍‌ପି ଫାରୁକ୍‌ ଅବଦୁଲ୍ଲାଙ୍କ ଅଟକ ପ୍ରସଙ୍ଗ ଉଠାଇଥିଲେ। ଗୃହକାର୍ଯ୍ୟରେ ଯୋଗଦେବା ଲାଗି ତାଙ୍କୁ ମୁକ୍ତ କରାଯାଉ ବୋଲି ବିରୋଧୀ ନେତାମାନେ ଦୃଢ଼ ଦାବି କରିଥିଲେ। ସରକାରଙ୍କ ପକ୍ଷରୁ ଡକାଯାଇଥିବା ଏହି ସର୍ବଦଳୀୟ ବୈଠକରେ ବିରୋଧୀମାନେ ଆର୍ଥତ୍କ ମାନ୍ଦାବସ୍ଥା, ବେରୋଜଗାରୀ ବୃଦ୍ଧି, କୃଷକମାନଙ୍କ ସମସ୍ୟା ପ୍ରସଙ୍ଗ ଉଠାଇ ଏହା ଉପରେ ଅଧିବେଶନରେ ଆଲୋଚନା କରିବେ ବୋଲି ଦାବି କରିଥିବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।
୨୭ଟି ଦଳର ନେତା ବୈଠକରେ ଉପସ୍ଥିତ ଥିଲେ। ଗୃହରେ ଆଲୋଚନା ଓ ବିତର୍କ କରିବା ହେଉଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। ପୂର୍ବ ଅଧିବେଶନ ଭଳି ଏହାକୁ ଫଳପ୍ରଦ କରାଇବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଗଣମାଧ୍ୟମକୁ କହିଛନ୍ତି। ବୈଠକରେ ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଏମ୍‌ପି ହସନୈନ ମାସୁଦି ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକଙ୍କ ଅଟକ ପ୍ରସଙ୍ଗ ଉଠାଇ ତାଙ୍କୁ ସଂସଦୀୟ ଅଧିବେଶନରେ ଯୋଗଦେବାର ବ୍ୟବସ୍ଥା କରିବା ସରକାରଙ୍କର ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଥିଲେ। ବେଆଇନ ଭାବେ ଜଣେ ଏମ୍‌ପିଙ୍କୁ ଅଟକ ରଖାଯାଇପାରିବ ନାହିଁ। ତାଙ୍କୁ ତୁରନ୍ତ ଛଡ଼ାଯାଉ ବୋଲି ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ। ସୂଚନାଯୋଗ୍ୟ ଫାରୁକଙ୍କୁ ଜନନିରାପତ୍ତା ଆଇନ (ପିଏସ୍‌ଏ) ବଳରେ ଅଟକ ରଖାଯାଇଛି। ଫାରୁକଙ୍କ ବାପା ତଥା ଏନ୍‌ସିର ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ଥିଲାବେଳେ ଏହି ଆଇନକୁ କାର୍ଯ୍ୟକାରୀ କରିଥିଲେ।
ସର୍ବଦଳୀୟ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ, କେନ୍ଦ୍ରମନ୍ତ୍ରୀ ଥଓ୍ବରଚନ୍ଦ ଗେହଲଟ, ରାଜ୍ୟ ସଭାରେ ବିରୋଧୀ ଦଳ ଉପନେତା ଆନନ୍ଦ ଶର୍ମା, ଟିଏମ୍‌ସି ନେତା ଡେରେକ୍‌ ଓ ବ୍ରିଏନ, ଏଲଜେପିରୁ ଚିରାଗ ପାଶ୍ୱାନ, ସମାଜବାଦୀ ପାର୍ଟିରୁ ରାମଗୋପାଳ ଯାଦବ, ଟିଡିପିରୁ ଜୟଦେବ ଗାଲ୍ଲା ଏବଂ ଭି. ବିଜୟସାଇ ରେଡ୍ଡୀ ପ୍ରମୁଖ ଯୋଗଦେଇଥିଲେ। ସରକାରଙ୍କ ତରଫରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଶୀ ଏବଂ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ ବୈଠକ ଡାକିଥିଲେ। ଶନିବାର ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲା ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ସମସ୍ତଙ୍କର ସହଯୋଗ ନିମନ୍ତେ ଅନୁରୋଧ କରିଥିଲେ।
ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ସରକାର ନାଗରିକତ୍ୱ (ସଂଶୋଧନ) ବିଲ୍‌, ବ୍ୟକ୍ତିଗତ ଡାଟା ସୁରକ୍ଷା ବିଲ୍‌ ସମେତ ୩୫ଟି ବିଧେୟକ ଆଣିବାକୁ ଯୋଜନା କରିଛନ୍ତି। ଏହା ବ୍ୟତୀତ ଇ-ସିଗାରେଟ ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ଲାଗି ବିଲ୍‌ ଆସିବାକୁ ଥିବାବେଳେ ଟ୍ରାନ୍ସଜେଣ୍ଡର (ଅଧିକାର ସୁରକ୍ଷା) ବିଲ୍‌, ଶିଳ୍ପ ସମ୍ପର୍କ କୋଡ୍‌ ବିଲ୍‌, ଟିକସ ଆଇନ ସଂଶୋଧନ ବିଲ୍‌, କମ୍ପାନୀ (ଦ୍ୱିତୀୟ ସଂଶୋଧନ) ବିଲ୍‌, ଚିଟ୍‌ଫଣ୍ଡ (ସଂଶୋଧନ) ବିଲ୍‌, ନ୍ୟାଶନାଲ କମିଶନ ଫର୍‌ ଇଣ୍ଡିଆନ ସିଷ୍ଟମ୍‌ ଅଫ୍‌ ମେଡିସିନ୍‌ ବିଲ୍‌, ସରୋଗେସି (ନିୟନ୍ତ୍ରଣ) ବିଲ୍‌ ଏବଂ ଜାଲିଆନାଓ୍ବାଲା ବାଗ୍‌ ଜାତୀୟ ସ୍ମାରକୀ (ସଂଶୋଧନ) ବିଲ୍‌ ଆଦି ଅଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?