Posted inଜାତୀୟ

ଆଜି କମଲନାଥଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୦।୩(ପି.ଟି.): ମଧ୍ୟପ୍ରଦେଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଶୁକ୍ରବାର ଡାକି ଅପରାହ୍ନ ୫ଟା ସୁଦ୍ଧା ଆସ୍ଥାଭୋଟ କରାଇବା ଲାଗି ସୁପ୍ରିମକୋର୍ଟ ଗୁରୁବାର ବାଚସ୍ପତି ଏନ୍‌.ପି. ପ୍ରଜାପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମଲନାଥ ସରକାରଙ୍କୁ ଶକ୍ତ ଝଟକା ଲାଗିଛି। କଂଗ୍ରେସ ସରକାର ରହିବ କି ନାହିଁ ତାହା କେବଳ ଆସ୍ଥାଭୋଟ ଉପରେ ନିର୍ଭର କରୁଛି। ରାଜନୈତିକ ଅନିଶ୍ଚିତତା ଦୂର କରିବାକୁ ହେଲେ ତୁରନ୍ତ ଅଧିବେଶନ ଡାକି ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ପଡ଼ିବ। ସଦସ୍ୟମାନେ ହାତ ଟେକି ସମର୍ଥନ ସମ୍ପର୍କରେ ସେମାନଙ୍କ ମତ ଜଣାଇବେ ବୋଲି ଜଷ୍ଟିସ୍‌ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଏବଂ ମଧ୍ୟପ୍ରଦେଶ କଂଗ୍ରେସ ଦଳ ପକ୍ଷରୁ ସୁପ୍ରିମକୋର୍ଟରେ ପିଟିଶନ ଦାଏର କରାଯାଇଥିଲା। ଦୁଇଦିନର ଶୁଣାଣିରେ ଅଦାଲତ ୮ଟି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ୨୦ ତାରିଖରେ ବିଧାନସଭା ଆରମ୍ଭ ହୋଇଥିଲେ ହେଁ ରାଜ୍ୟପାଳଙ୍କ ଅଭିଭାଷଣ ପରେ କରୋନା ସଂକ୍ରମଣ ଆଳ ଦେଖାଇ ବାଚସ୍ପତି ଗୃହକୁ ୨୬ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଦୁଇଥର କହିବା ସତ୍ତ୍ୱେ ତାଙ୍କ କଥାକୁ ବାଚସ୍ପତି ରଖି ନ ଥିଲେ।

୧୬ ବିଧାୟକଙ୍କ ଇସ୍ତଫା ଗୃହୀତ

ଆସ୍ଥାଭୋଟ ପୂର୍ବରୁ ମଧ୍ୟପ୍ରଦେଶ ବିଧାନସଭା ବାଚସ୍ପତି ୧୬ ବିଦ୍ରୋହୀ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରିନେଇଛନ୍ତି। ପୂର୍ବରୁ ୬ ଜଣଙ୍କ ଇସ୍ତଫା ଗୃହୀତ ହୋଇଥିଲା। ୨୨ ଜଣଙ୍କ ଇସ୍ତଫା ପରେ ଏବେ ମଧ୍ୟପ୍ରଦେଶ ବିଧାନସଭାରେ ସଦସ୍ୟ ସଂଖ୍ୟା ୨୦୬କୁ ହ୍ରାସ ପାଇଛି। ଭାଜପା ପାଖରେ ୧୦୭ ବିଧାୟକଙ୍କ ସମର୍ଥନ ରହିଥିବାରୁ କମଲନାଥ ସରକାର ଆସ୍ଥା ଭୋଟରେ ହାରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri