ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର ଭାବେ କ୍ଷତିଗ୍ରସ୍ତ ହେବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ପକ୍ଷରୁ ପ୍ରକାଶିତ ଏସ୍‌ବିଆଇ ଇକୋରାପ ରିପୋର୍ଟରେ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ, ଦେଶର ବିତ୍ତୀୟ ନିଅଣ୍ଟ ମହାମାରୀ ଯୋଗୁ ୩.୮୮% ଛୁଇଁବ। ଚଳିତ ବର୍ଷ ମାର୍ଚ୍ଚରେ ଟ୍ରାଭେଲ ଏବଂ ପରିବହନ କ୍ଷେତ୍ର ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। ବ୍ୟବସାୟ, ହୋଟେଲ, ପରିବହନ କ୍ଷେତ୍ର , ଯୋଗାଯୋଗ ଏବଂ ସେବା କ୍ଷେତ୍ର କ୍ଷତିଗ୍ରସ୍ତ ହେବା ଯୋଗୁ ଏହା ଜିଡିପି ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ରିପୋର୍ଟରେ କୁହାଯାଇଛି। କରୋନା ଯୋଗୁ ଆର୍ଥତ୍କ ବର୍ଷ ୨୦୨୦ର ଚତୁର୍ଥ ତ୍ରୈମାସ ନୋମିନାଲ ଜିଡିପି ୧.୪% ଖସିବ ବୋଲି ଆଶଙ୍କା କରାଯାଇଛି। ରାଜସ୍ବ କମିଥିବାରୁ ସରକାର ୨୦୧୯-୨୦ର ବିତ୍ତୀୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟକୁ ପରିବର୍ତ୍ତନ କରି ୩.୩%ରୁ ୩.୮% କରିଛନ୍ତି। କରୋନା ଯୋଗୁ ଏଥିରେ ପୁଣି ଥରେ ପରିବର୍ତ୍ତନ ଆସିପାରେ ବୋଲି କୁହାଯାଇଛି।
ପରିବର୍ତ୍ତିତ ବିତ୍ତୀୟ ନିୟଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ୩.୮%କୁ କଡାକଡି ଭାବେ ପାଳନ କରିବାକୁ ହେଲେ ସରକାର ୧.୨ ଲକ୍ଷ କୋଟି ଟଙ୍କାର ରାଜସ୍ବ ଆବଶ୍ୟକ। ବର୍ତ୍ତମାନ ସାରା ବିଶ୍ୱର ସ୍ଥିତି ବେହାଲ ହୋଇପଡିଥିବା ବେଳେ ଘରୋଇ ବଜାର ମଧ୍ୟ ସମାନ ଦଶା ସାମ୍ନା କରୁଛି। ଯଦି କରୋନା ତୃତୀୟ ଏବଂ ଚତୁର୍ଥ ଷ୍ଟେଜକୁ ଯାଏ ତେବେ ବିତ୍ତୀୟ ପ୍ୟାକେଜ ବାଦ ସରକାର ଅନ୍ୟ ବିକଳ୍ପ ପନ୍ଥା ଗ୍ରହଣ କରିବାକୁ ଯୋଜନା କରିପାରନ୍ତି ବୋଲି ରିପୋର୍ଟରେ କୁହାଯାଇଛି। ସେହିଭଳି ସରକାର ସରକାର ଟାକ୍ସ ମୋରାଟୋରିୟମ, ପେମେଣ୍ଟ ସମ୍ପ୍ରସାରଣ, ସୋସିଆଲ ଚାର୍ଜ, ଲୋନ ଗ୍ୟାରେଣ୍ଟି, ବେତନ ସବସିଡି ଭଳି ବିତ୍ତୀୟ ପଦକ୍ଷେପ ହାତକୁ ନେବାର ସମ୍ଭାବନା ରହିଛି। ବିଶ୍ୱ ବଜାରରେ ବର୍ତ୍ତମାନ ଅଶୋଧିତ ତେଲ ଦର କମିଥିବା ଯୋଗୁ ଇନ୍ଧନର ରିଟେଲ ମୂଲ୍ୟ ସରକାର କମାଇ ନ ପାରନ୍ତି। ସେହିଭଳି ଉତ୍ପାଦ ଟିକସ ଇନ୍ଧନ ଉପରେ ବଢିପାରେ। ଇନ୍ଧନ ଉପରେ ଉତ୍ପାଦ ଟିକସ କମାଇ ବିତ୍ତୀୟ ନିୟଣ୍ଟ କମାଇବା ଏବଂ ବଜାରକୁ ଖସିକରିବା ଭଳି ପଦକ୍ଷେପ ନ ନିଅନ୍ତୁ ବୋଲି ରିପୋର୍ଟରେ ପରାମର୍ଶ ଦିଆଯାଇଛି। ଏହି ଅର୍ଥକୁ ବିତ୍ତୀୟ ପ୍ୟାକେଜ, ଅଣ ସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଲାଗି ଆୟ ସହାୟତା ଯୋଗାଣ ଦିଗରେ ସରକାର କାମ କରିବାକୁ କୁହାଯାଇଛି। ବର୍ତ୍ତମାନ ଲୋକଙ୍କ ନିଯୁକ୍ତି ଉପରେ ପ୍ରଭାବ ପଡିବାକୁ ଥିବା ବେଳେ ଏଭଳି କାର୍ଯ୍ୟକ୍ରମ ହାତକୁ ନେବାକୁ ରିପୋର୍ଟରେ କୁହାଯାଇଛି। ସାରା ବିଶ୍ୱ କଥା ବିଚାରକୁ ନେଲେ ଷ୍ଟେଟ ଲୋନ, ଇନକମ ସବସିଡି ଏବଂ ଟାସ୍କ ଡିଫରାଲ ଭଳି ବିତ୍ତୀୟ ପ୍ୟାକେଜ ଗ୍ରହଣ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଜୁନ୍ ୩୦ e-KYC ର ଶେଷ ତାରିଖ, ନିୟମ ନମାନିଲେ ଆସିବନି ଗ୍ୟାସ୍‌ ସିଲିଣ୍ଡର…

ନୂଆଦିଲ୍ଲୀ,୨୬।୫: ଯଦି ଆପଣ ଗ୍ୟାସ ସିଲିଣ୍ଡର ବ୍ୟବହାର କରୁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗ୍ୟାସ ସିଲିଣ୍ଡର ଯୋଗାଣରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଗୋଟିଏ ଦିନରେ କେତେ ତେଲ ବିକ୍ରି କରିପାରିବ ପେଟ୍ରୋଲ ପମ୍ପ? ଜାଣନ୍ତୁ କଣ ରହିଛି କୋଟା ଓ ସରକାରୀ ନିୟମ

ନୂଆଦିଲ୍ଲୀ,୨୬।୫: ଦେଶରେ ପେଟ୍ରୋଲ ଓ ଡିଜେଲର ବଢୁଥିବା ଦର ମଧ୍ୟରେ ପେଟ୍ରୋଲ ପମ୍ପଗୁଡ଼ିକର ବିକ୍ରି କ୍ଷମତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆସନ୍ତୁ ଜାଣିବା ଜଣେ ପେଟ୍ରୋଲ…

ଖାଇବା ତେଲ ଉପରେ ସରକାରଙ୍କ ନଜର; ଜାଣନ୍ତୁ କ’ଣ ହେବ ନୂଆ ନିୟମ?

ନୂଆଦିଲ୍‌ଲୀ,୨୬।୫: ବଜାରରେ ବର୍ତ୍ତମାନ ଖାଦ୍ୟ ତେଲ ପ୍ୟାକେଟଗୁଡ଼ିକ ବିଭିନ୍ନ ଆକାରରେ ବିକ୍ରି ହେଉଛି ଯେପରିକି 650 ଗ୍ରାମ, 700 ଗ୍ରାମ, 810 ଗ୍ରାମ ଏବଂ 850 ଗ୍ରାମ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ବିଶେଷଜ୍ଞଙ୍କ ବଡ଼ ଆକଳନ, ଅନ୍ତର୍ଜାତୀୟ ବଜାର ଦର ହ୍ରାସ ସତ୍ତ୍ୱେ କମି ନ ପାରେ ପେଟ୍ରୋଲ ମୂଲ୍ୟ

ନୂଆଦିଲ୍ଲୀ,୨୬।୫: ଇତିମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବୁଝାମଣା ସହ ବହୁଚର୍ଚ୍ଚିିତ ହର୍ମୁଜ୍‌ ପ୍ରଣାଳୀକୁ ମୁକ୍ତ…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଶସ୍ତା ହେବ LPG ଗ୍ୟାସ?

ନୂଆଦିଲ୍‌ଲୀ,୨୩।୫: ସରକାର ଖୁବ ଶୀଘ୍ର ସିନ୍ଥେଟିକ ଇନ୍ଧନ ଡାଇମିଥାଇଲ ଇଥରକୁ LPG ସହିତ ମିଶ୍ରଣ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିପାରନ୍ତି। ଏହି ପରିପ୍ରେକ୍ଷୀରେ, ବ୍ୟୁରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri