Posted inଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା:ଜେଲ ଗଲେ ଚିଦାମ୍ବରମ,୭୪ତମ ଜନ୍ମଦିନ ଜେଲରେ କଟିବ

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ତିହାର ଜେଲକୁ ନିଆଯାଇଛି। ସେ ସେଠାରେ ୧୯ ତାରିଖ ପର୍ଯ୍ୟନ୍ତ ରହିବେ। ୧୬ ତାରିଖରେ ତାଙ୍କର ୭୪ତମ ଜନ୍ମଦିନ ଜେଲ୍‌ରେ କଟିବାକୁ ଯାଉଛି। ସେ ୭ ନମ୍ବର ଜେଲ୍‌ର ସ୍ବତନ୍ତ୍ର ସେଲ୍‌ରେ ରହିବେ। ଚିଦାମ୍ବରମ ଜେଡ୍‌ ସ୍ତରୀୟ ସୁରକ୍ଷା ପାଉଥିବାରୁ ତାଙ୍କ ଓକିଲଙ୍କ ଅନୁରୋଧ କ୍ରମେ ସ୍ବତନ୍ତ୍ର ସୁବିଧା ଯୋଗାଇଦେବାକୁ କୋର୍ଟ ରାଜି ହୋଇଛନ୍ତି। ତଦନୁଯାୟୀ ତାଙ୍କୁ ଖଟ, ଅତ୍ୟାଧୁନିକ ସୁବିଧା ଥିବା ବାଥ୍‌ରୁମ୍‌, ସୁରକ୍ଷା ଓ ଔଷଧ ଯୋଗାଇଦିଆଯିବ। ତେବେ ସାଧାରଣ ବନ୍ଦୀଙ୍କ ଭଳି ତାଙ୍କୁ ପ୍ଲାଷ୍ଟିକ୍‌ ପାତ୍ରରେ ରୁଟି ଡାଲି ଖାଇବାକୁ ପଡ଼ିବ ବୋଲି ଜଣେ ଜେଲ୍‌ ଅଧିକାରୀ କହିଛନ୍ତି।
ଗତମାସ ୨୦ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ୨୧ ତାରିଖ ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ରିମାଣ୍ଡରେ ନେଇ ସିବିଆଇ ତାଙ୍କୁ ୯୦ ଘଣ୍ଟା ଜେରା କରିଥିଲା। ଚିଦାମ୍ବରମଙ୍କୁ ୪୦୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ସିବିଆଇ ଅଧିକାରୀ। ରିମାଣ୍ଡ ମିଆଦ ପୂରଣ ହେବା ପରେ ତାଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଆଗୁଆ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ଦିଲ୍ଲୀର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତେବେ ଜେଲ୍‌ ଯିବାରୁ ବର୍ତ୍ତିବା ଲାଗି ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା।
ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା। ତେବେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଏହାକୁ ବିରୋଧ କରିଥିଲେ। ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ପାଇଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ଯିବା ପାଇଁ ପ୍ରସ୍ତୁତ ବୋଲି ସିବଲ ଅଦାଲତଙ୍କୁ ଜଣାଇଥିଲେ। ଜାମିନବିହୀନ ଗିରଫ ପରଓ୍ବାନା ବିରୋଧରେ ଚିଦାମ୍ବରମ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେବା ପରେ ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର କୁହାରଙ୍କ ନିର୍ଦ୍ଦେଶରେ ସେ ୧୫ ଦିନ ସିବିଆଇ ହାଜତରେ ରହିଥିଲେ। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ଲଢ଼ୁଥିବାବେଳେ ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ। ଚିଦାମ୍ବରମ ଆତ୍ମସମର୍ପଣ କରିବାକୁ ଚାହାନ୍ତି। ତେଣୁ ତାଙ୍କୁ ଇଡି ହାଜତକୁ ନେଉ ବୋଲି ସିବଲ କୋର୍ଟଙ୍କୁ କହିଥିଲେ।
ଅନ୍ୟପକ୍ଷରେ ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଅନ୍ୟ ଏକ ସ୍ବତନ୍ତ୍ର ଅଦାଲତ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସେ କେବଳ ଦେଶର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତିତ ବୋଲି ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ ଗଣମାଧ୍ୟମକୁ କହିଛନ୍ତି। ଜିଡିପି ୫ ପ୍ରତିଶତକୁ ଖସିବା ନେଇ ସେ ଗତ ସପ୍ତାହରେ ସରକାରଙ୍କୁ ସମାଲୋଚନା କରିଥିଲେ।
୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ଅନୁମତି ଦେଇଥିଲା। ଏଥିପାଇଁ ଚିଦାମ୍ବରମ୍‌ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ପୁଅ କାର୍ତ୍ତିଙ୍କ ସେଲ୍‌ କମ୍ପାନୀ ମାଧ୍ୟମରେ ଏଥିପାଇଁ ବିପୁଳ ଅର୍ଥ କାରବାର ହୋଇଥିଲା। ଏନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାନୀୟଜଳ ସମସ୍ୟା ନେଇ ବିଡିଓଙ୍କ ଦ୍ୱାରସ୍ଥ

ଲାଞ୍ଜିଗଡ଼,୧୭ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ଅନ୍ତର୍ଗତ ସିନ୍ଦିଭଟା ଗ୍ରାମରେ ପିଇବା ପାଣି ସମସ୍ୟାକୁ ନେଇ ଶୁକ୍ରବାର ଗ୍ରାମବାସୀ ବିଡିଓଙ୍କ ଦ୍ୱାରସ୍ଥ ହୋଇ ଦାବିପତ୍ର…

ଆଜିଠାରୁ ୨୨ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ତାତି ଅସମ୍ଭାଳ। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର…

କଳାହାଣ୍ଡିରେ ୧୮ରୁ ୨୧ ସ୍କୁଲ ଛୁଟି : ଜିଲାପାଳ କଲେ ଘୋଷଣା

ଭବାନୀପାଟଣା,୧୭।୪(ଉତ୍ତମ କୁମାର ଦାଶ)-ପ୍ରବଳ ଖରା ଓ ଅସହ୍ୟ ଗରମ କୁ ଦୃଷ୍ଟିରେ ରଖି ଶନିବାର ୧୮ ରୁ ୨୧ ତାରିଖ ପର୍ଯ୍ୟନ୍ତ ଜିଲାର ସମସ୍ତ ସରକାରୀ,ବେସରକାରୀ ସ୍କୁଲ…

ହର୍ମୁଜ ଖୋଲିବା ମାତ୍ରେ କମିଗଲା ପେଟ୍ରୋଲ-ଗ୍ୟାସ ଦର, ଦାମ୍‌ ଜାଣିଲେ…

ନୂଆଦିଲ୍ଲୀ,୧୭।୪: ଇରାନର ବୈଦେଶିକ ମନ୍ତ୍ରୀ ୪୯ ଦିନର ବନ୍ଦ ପରେ ବାଣିଜ୍ୟିକ ଜାହାଜ ପାଇଁ ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ଘୋଷଣା କରିବାର କିଛି ସମୟ ପରେ…

ଗ୍ରୀଷ୍ମ ପ୍ରବାହ: ଶିକ୍ଷାନୁଷ୍ଠାନଗୁଡ଼ିକୁ SOP ଅନୁସରଣ କରିବାକୁ ପରାମର୍ଶ

ବଲାଙ୍ଗୀର,୧୭।୪(ସୁନିଲ କୁମାର ମହାନ୍ତି):ବଲାଙ୍ଗୀର ଜିଲାର ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଓଡ଼ିଶାର ସୱତନ୍ତ୍ର ରିଲିଫ କମିଶନରଙ୍କ SOP ଅନୁସରଣ କରିବାକୁ ପରାମର୍ଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ…

ଇରାନ ହର୍ମୁଜ ଖୋଲୁ ଖୋଲୁ ଭାରତ ପାଇଁ ଆସିଲା ଖୁସି ଖବର! ରାତାରାତି ପଲଟିଗଲା ବାଜି

ନୂଆଦିଲ୍ଲୀ,୧୭।୪: ଗତ ଦେଢ଼ ମାସ ଧରି ସମଗ୍ର ବିଶ୍ୱ ନିଶ୍ୱାସ ବନ୍ଦ କରି ରଖିଛି। ଫେବୃଆରୀ 28 ତାରିଖରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯେଉଁ ସଂଘର୍ଷ…

ଜନଗଣନା ବେଳେ କାମୁଡିଲା ସାପ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ): ଜନଗଣନା ସମୟରେ ଶୁକ୍ରବାର ସର୍ପ ଦଂଶନରେ ଜଣେ ଶିକ୍ଷୟିତ୍ରୀ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଛନ୍ତି। ଯାହାକୁ ନେଇ ଶିକ୍ଷକମାନେ ଚିନ୍ତିତ ହୋଇପଡିଛନ୍ତି। ଏହି ଘଟଣାଟି…

ନିଯୁକ୍ତି ଆଳରେ ନିର୍ଯ୍ୟାତନା ଅଭିଯୋଗ : ତାମିଲନାଡୁରୁ ୧୬ଯୁବତୀ…

ବରଗଡ଼,୧୭।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅଞ୍ଚଳରୁ ତାମିଲନାଡୁ ତିରପୁରକୁ ଏକ କମ୍ପାନୀରେ ନିଯୁକ୍ତି ଆଳରେ ଯାଇ ସେଠାରେ ବନ୍ଧା ପଡିଥିବା ୧୬ ଯୁବତୀ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri