Posted inଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା:ଜେଲ ଗଲେ ଚିଦାମ୍ବରମ,୭୪ତମ ଜନ୍ମଦିନ ଜେଲରେ କଟିବ

ନୂଆଦିଲ୍ଲୀ,୬-୯(ଆଇଏଏନ୍‌ଏସ୍‌):ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ପରେ ତାଙ୍କୁ ତିହାର ଜେଲକୁ ନିଆଯାଇଛି। ସେ ସେଠାରେ ୧୯ ତାରିଖ ପର୍ଯ୍ୟନ୍ତ ରହିବେ। ୧୬ ତାରିଖରେ ତାଙ୍କର ୭୪ତମ ଜନ୍ମଦିନ ଜେଲ୍‌ରେ କଟିବାକୁ ଯାଉଛି। ସେ ୭ ନମ୍ବର ଜେଲ୍‌ର ସ୍ବତନ୍ତ୍ର ସେଲ୍‌ରେ ରହିବେ। ଚିଦାମ୍ବରମ ଜେଡ୍‌ ସ୍ତରୀୟ ସୁରକ୍ଷା ପାଉଥିବାରୁ ତାଙ୍କ ଓକିଲଙ୍କ ଅନୁରୋଧ କ୍ରମେ ସ୍ବତନ୍ତ୍ର ସୁବିଧା ଯୋଗାଇଦେବାକୁ କୋର୍ଟ ରାଜି ହୋଇଛନ୍ତି। ତଦନୁଯାୟୀ ତାଙ୍କୁ ଖଟ, ଅତ୍ୟାଧୁନିକ ସୁବିଧା ଥିବା ବାଥ୍‌ରୁମ୍‌, ସୁରକ୍ଷା ଓ ଔଷଧ ଯୋଗାଇଦିଆଯିବ। ତେବେ ସାଧାରଣ ବନ୍ଦୀଙ୍କ ଭଳି ତାଙ୍କୁ ପ୍ଲାଷ୍ଟିକ୍‌ ପାତ୍ରରେ ରୁଟି ଡାଲି ଖାଇବାକୁ ପଡ଼ିବ ବୋଲି ଜଣେ ଜେଲ୍‌ ଅଧିକାରୀ କହିଛନ୍ତି।
ଗତମାସ ୨୦ରେ ଦିଲ୍ଲୀ ହାଇକୋର୍ଟ ଚିଦାମ୍ବରମଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ୨୧ ତାରିଖ ରାତିରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ରିମାଣ୍ଡରେ ନେଇ ସିବିଆଇ ତାଙ୍କୁ ୯୦ ଘଣ୍ଟା ଜେରା କରିଥିଲା। ଚିଦାମ୍ବରମଙ୍କୁ ୪୦୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ ସିବିଆଇ ଅଧିକାରୀ। ରିମାଣ୍ଡ ମିଆଦ ପୂରଣ ହେବା ପରେ ତାଙ୍କୁ ଗୁରୁବାର ଅଦାଲତରେ ହାଜର କରାଯାଇଥିଲା। ତାଙ୍କୁ ଆଗୁଆ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେବା ପରେ ଦିଲ୍ଲୀର ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ତେବେ ଜେଲ୍‌ ଯିବାରୁ ବର୍ତ୍ତିବା ଲାଗି ତାଙ୍କର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଥିଲା।
ଚିଦାମ୍ବରମଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇବା ପାଇଁ ସିବିଆଇ କୋର୍ଟଙ୍କୁ ଅନୁରୋଧ କରିଥିଲା। ତେବେ ଚିଦାମ୍ବରମଙ୍କ ଓକିଲ କପିଲ ସିବଲ ଏହାକୁ ବିରୋଧ କରିଥିଲେ। ମନିଲଣ୍ଡରିଂ ମାମଲାରେ ଜେରାର ସମ୍ମୁଖୀନ ହେବା ପାଇଁ ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ଯିବା ପାଇଁ ପ୍ରସ୍ତୁତ ବୋଲି ସିବଲ ଅଦାଲତଙ୍କୁ ଜଣାଇଥିଲେ। ଜାମିନବିହୀନ ଗିରଫ ପରଓ୍ବାନା ବିରୋଧରେ ଚିଦାମ୍ବରମ କରିଥିବା ଆବେଦନକୁ ପ୍ରତ୍ୟାହାର କରିନେବା ପରେ ତାଙ୍କୁ ସ୍ବତନ୍ତ୍ର ଅଦାଲତରେ ହାଜର କରାଯାଇଥିଲା। ସ୍ବତନ୍ତ୍ର କୋର୍ଟ ବିଚାରପତି ଅଜୟ କୁମାର କୁହାରଙ୍କ ନିର୍ଦ୍ଦେଶରେ ସେ ୧୫ ଦିନ ସିବିଆଇ ହାଜତରେ ରହିଥିଲେ। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମାମଲା ଲଢ଼ୁଥିବାବେଳେ ଚିଦାମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ କୋର୍ଟରେ ଉପସ୍ଥିତ ରହି ଯୁକ୍ତି ଉପସ୍ଥାପନ କରିଥିଲେ। ଚିଦାମ୍ବରମ ଆତ୍ମସମର୍ପଣ କରିବାକୁ ଚାହାନ୍ତି। ତେଣୁ ତାଙ୍କୁ ଇଡି ହାଜତକୁ ନେଉ ବୋଲି ସିବଲ କୋର୍ଟଙ୍କୁ କହିଥିଲେ।
ଅନ୍ୟପକ୍ଷରେ ଏୟାରସେଲ୍‌-ମାକ୍ସିସ୍‌ ମାମଲାରେ ଅନ୍ୟ ଏକ ସ୍ବତନ୍ତ୍ର ଅଦାଲତ ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତିଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ସେ କେବଳ ଦେଶର ଆର୍ଥତ୍କ ସ୍ଥିତିକୁ ନେଇ ଚିନ୍ତିତ ବୋଲି ଜେଲ୍‌ ଯିବା ପୂର୍ବରୁ ଚିଦାମ୍ବରମ ଗଣମାଧ୍ୟମକୁ କହିଛନ୍ତି। ଜିଡିପି ୫ ପ୍ରତିଶତକୁ ଖସିବା ନେଇ ସେ ଗତ ସପ୍ତାହରେ ସରକାରଙ୍କୁ ସମାଲୋଚନା କରିଥିଲେ।
୨୦୦୭ରେ ଚିଦାମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ଅନୁମତି ଦେଇଥିଲା। ଏଥିପାଇଁ ଚିଦାମ୍ବରମ୍‌ କ୍ଷମତାର ଦୁରୁପଯୋଗ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କ ପୁଅ କାର୍ତ୍ତିଙ୍କ ସେଲ୍‌ କମ୍ପାନୀ ମାଧ୍ୟମରେ ଏଥିପାଇଁ ବିପୁଳ ଅର୍ଥ କାରବାର ହୋଇଥିଲା। ଏନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇନ୍‌ଷ୍ଟାଗ୍ରାମ ରିଲ୍‌ କରିବା କାଳ ହେଲା

ନୂଆଦିଲ୍ଲୀ,୨୦ା୪: ଉତ୍ତରପ୍ରଦେଶର ଏକ ଗ୍ରାମରେ ଜଣେ ୨୧ ବର୍ଷୀୟ ଯୁବକ ଇନ୍‌ଷ୍ଟାଗ୍ରାମ ରିଲ୍‌କୁ ଭାଇରାଲ କରିବାକୁ ଉଦ୍ୟମ କରି ପ୍ରାଣ ହରାଇଛନ୍ତି। ଶିବମ୍‌ କୁମାର ନାମକ...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

୧୦୨ ଆସନରେ ୬୦% ମତଦାନ

ନୂଆଦିଲ୍ଲୀ,୨୦ା୪(ପି.ଟି.): ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ଟି ଆସନରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଭୋଟିଂ ଶେଷ ସୁଦ୍ଧା...

‘ଦୂରଦର୍ଶନର ଗୈରିକୀକରଣ’

ନୂଆଦିଲ୍ଲୀ,୨୦ା୪: ସରକାରୀ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଡିଡି ନ୍ୟୁଜ୍‌’ ଏହାର ନୂଆ ଲୋଗୋ ଉନ୍ମୋଚନ କରିବା ପରେ ଏହାକୁ ନେଇ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri