Posted inଜାତୀୟ

ଆଇଆଇଟି ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ରେ ଚଢ଼ାଉ: ଲିଙ୍ଗ ଚୟନ ପାଇଁ ବିଦେଶ ପଠାଉଥିଲେ

ନୂଆଦିଲ୍ଲୀ,୩ା୧୦ : ଭାରତରେ ପିଲାଛୁଆ ଜନ୍ମ ହେବା ପୂର୍ବରୁ ସେମାନଙ୍କ ଲିଙ୍ଗ ନିରୂପଣ ଓ ଚୟନ ବେଆଇନ ହୋଇଥିବାବେଳେ ବିଦେଶରେ ଏହି କାର୍ଯ୍ୟ କରାଇବା ଲାଗି ଦେଶର ବିଭିନ୍ନ ଭାଗର ଦମ୍ପତିମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଉଛି। ଇନ୍‌-ଭିର୍ଟୋ ଫର୍ଟିଲାଇଜେଶନ୍‌ (ଆଇଭିଏଫ୍‌) ପଦ୍ଧତିରେ ପୁଅ ଜନ୍ମ ପାଇଁ ଆଗ୍ରହୀ ଥିବା ଦମ୍ପତିଙ୍କୁ ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇ ଭଳି ଦେଶକୁ ପଠାଇ ଦିଆଯାଉଛି, ଯେଉଁଠି ଲିଙ୍ଗ ଚୟନ ବେଆଇନ ନୁହେଁ। ଏଭଳି କାରନାମା କରୁଥିବା କେନ୍ଦ୍ରୀୟ ଦିଲ୍ଲୀର ଜଣେ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ସ୍ନାତକଙ୍କ ଷ୍ଟାର୍ଟ-ଅପ୍‌ ଉପରେ ଚଢ଼ାଉ କରି ର଼୍ୟାକେଟର ପର୍ଦ୍ଦାଫାଶ କରିଛି ପୋଲିସ।
ମିଳିଥିବା ସୂଚନାନୁସାରେ ଦିଲ୍ଲୀର କରୋଲବାଗ୍‌ରେ ‘ଏଲା ଓମ୍ୟାନ’ ନାମରେ ଏକ କ୍ଲିନିକ ରହିଛି। ଉକ୍ତ କ୍ଳିନିକରେ ଲିଙ୍ଗ ନିରୂପଣ ସେବା ପ୍ରଦାନ କରାଯାଉଥିଲା। ସନ୍ତାନ ଜନ୍ମ ଦେବାକୁ ଚାହୁଁଥିବା ଦମ୍ପତିମାନଙ୍କୁ ଫୋନ୍‌ କରି ଆକର୍ଷିତ କରିବା ଲାଗି ସେଠାରେ ୩୦୦ କମ୍ପ୍ୟୁଟର ବ୍ୟବହାର କରାଯାଉଥିଲା। ଦେଖିବାକୁ ଗଲେ କ୍ଲିନିକକୁ ଏକ କଲ୍‌ ସେଣ୍ଟରରେ ପରିବର୍ତ୍ତିତ କରାଯାଇଥିଲା। ଉକ୍ତ କଲ୍‌ ସେଣ୍ଟରରୁ ୩୦୦ ଦମ୍ପତିଙ୍କୁ ଫୋନ୍‌ କରି ଆଇଭିଏଫ୍‌ ପଦ୍ଧତି ସମ୍ପର୍କରେ ବୁଝାଯାଉଥିଲା। ଯେଉଁମାନେ ରାଜି ହେଉଥିଲେ ସେମାନଙ୍କୁ ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇକୁ ପଠାଯାଉଥିଲା। ସେମାନେ ସେଠାରେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରାଉଥିଲେ। ପୁଅ ଥିଲେ ତାକୁ ଜନ୍ମ ହେବାକୁ ଦିଆଯାଉଥିଲା। ଗର୍ଭରେ ଝିଅ ଥିଲେ ତାକୁ ହତ୍ୟା କରାଯାଉଥିଲା। କଲ୍‌ ସେଣ୍ଟର ପକ୍ଷରୁ ଲିଙ୍ଗ ଚୟନ ପାଇଁ ବେଆଇନ ଭାବେ ସେବା ପ୍ରଦାନ କରାଯାଉଥିବା ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ଗୁପ୍ତ ସୂଚନା ମିଳିଥିଲା। ଫାନ୍ଦରେ ପଡ଼ିଥିବା ଏକ ଦମ୍ପତିକୁ ସେଣ୍ଟରକୁ ପଠାଯାଇଥିଲା। ସେମାନଙ୍କୁ ଦୁବାଇରେ ୧୫ ଦିନର ପ୍ୟାକେଜ ପାଇଁ ୮.୫ ଲକ୍ଷ ଟଙ୍କା ପଇଠ କରିବାକୁ କୁହାଯାଇଥିଲା। ବିଦେଶ ମାଟିରେ ପୁଅ ଜନ୍ମ କରାଇବାର ଗ୍ୟାରେଣ୍ଟି ବି ଦିଆଯାଇଥିଲା। ଦିଲ୍ଲୀର କେନ୍ଦ୍ରସ୍ଥଳରେ ଏଭଳି ଲିଙ୍ଗ ଚିହ୍ନଟ ର଼୍ୟାକେଟ ଚାଲୁଥିବା ନେଇ ଦମ୍ପତିଙ୍କ ଅଭିଯୋଗ ପରେ ଏକ କେନ୍ଦ୍ରୀୟ ନିରୀକ୍ଷକ ଟିମ୍‌ ସୋମବାର ସେଠାରେ ଚଢ଼ାଉ କରିଥିଲା। ଉକ୍ତ ଟିମ୍‌ରେ ଦିଲ୍ଲୀ ସ୍ବାସ୍ଥ୍ୟ ବିଭାଗ, କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଜାତୀୟ ମହିଳା କମିଶନ (ଏନ୍‌ସିଡବ୍ଲ୍ୟୁ) ଓ ପୋଲିସ ଅଧିକାରୀମାନେ ସାମିଲ ଥିଲେ। ନ୍ୟାଶନାଲ ଇନ୍ସପେକ୍‌ଶନ ଆଣ୍ଡ ମନିଟରିଂ କମିଟି (ଏନ୍‌ଆଇଏମ୍‌ସି) ନେତୃତ୍ୱରେ ସେମାନେ ସେଠାରେ ସୋମବାର ରାତି ପର୍ଯ୍ୟନ୍ତ ତନାଘନା କରିଥିଲେ। ଯାଞ୍ଚ ବେଳେ ଲେଟରହେଡ୍‌, ଜାଲ୍‌ ବିଲ୍‌, ଆଇଭିଏଫ୍‌ ବିଶେଷଜ୍ଞଙ୍କ ରିସିପ୍ଟ ବୁକ୍‌, କଲ୍‌ ସେଣ୍ଟର ଟିମ୍‌ର ଟ୍ରେନିଂ ମୋଡ୍ୟୁଲ ଏବଂ ଅନ୍‌ଲାଇନ୍‌ରେ କ୍ଲାଏଣ୍ଟମାନଙ୍କ ସହ କିପରି ବ୍ୟବହାର କରାଯିବ ସେନେଇ ଅନେକ ଆପତ୍ତିଜନକ ସାମଗ୍ରୀ ପାଇଥିଲେ। ଆଇଟି ସ୍ପେଶାଲିଷ୍ଟ ଓ ଫୋରେନ୍ସିକ୍‌ ସାଇନ୍ସ ଲାବରେଟୋରିର ଏକ ଟିମ୍‌ ସେଠାରୁ ଜବତ ଲାପ୍‌ଟପ୍‌ ଓ ଅନ୍ୟ ଉପକରଣଗୁଡ଼ିକରୁ ତଥ୍ୟ ହାସଲ ପାଇଁ ଉଦ୍ୟମ କରିଥିଲେ ବୋଲି ଦିଲ୍ଲୀ ସରକାରଙ୍କ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟର ମୁଖ୍ୟ ଡାକ୍ତର ନୂତନ ମୁଣ୍ଡେଜା ସୂଚନା ଦେଇଛନ୍ତି। ଜଣେ ଏନ୍‌ଆଇଏମ୍‌ସି ଅଧିକାରୀ ନିଜକୁ କ୍ଲାଏଣ୍ଟ ପରିଚୟ ଦେଇ ‘ଏଲା ଓମ୍ୟାନ୍‌’ ସହ ଯୋଗାଯୋଗ କରିଥିଲେ। ୧୦୦ ପ୍ରତିଶତ ପୁଅ ଜନ୍ମର ଗ୍ୟାରେଣ୍ଟି ଦେଉଥିବା ଏହି ପ୍ରକ୍ରିୟା ପାଇଁ ତାଙ୍କୁ କ’ଣ କରିବାକୁ ପଡ଼ିବ ସେନେଇ କମ୍ପାନୀର ଲୋକସମ୍ପର୍କ ଅଧିକାରୀ ତାଙ୍କୁ ବିଶଦ ଭାବେ ବୁଝାଇଦେଇଥିଲେ। ଅଧିକାରୀ ଜଣକ କହିଥିଲେ, ଭାରତରେ ଲିଙ୍ଗ ନିରୂପଣ ନିଷେଧ ହୋଇଥିବାରୁ ସେମାନେ ରେଜିଷ୍ଟ୍ରେଶନ୍‌ ଫି ବାବଦରେ ୧୦,୦୦୦ ଟଙ୍କା ନେଉଛନ୍ତି। ତା’ ପରେ ବିଭିନ୍ନ ପ୍ୟାକେଜ୍‌ ଅନୁସାରେ ରୋଗୀଙ୍କୁ ଦୁବାଇ, ବ୍ୟାଙ୍କକ୍‌ ଓ ସିଙ୍ଗାପୁରକୁ ପଠାଉଛନ୍ତି। ସମ୍ପୃକ୍ତ ଅଧିକାରୀ ଏଥିରେ ରାଜି ହେବା ପରେ ଦୁବାଇରେ ଆଇଭିଏଫ୍‌ ପଦ୍ଧତିରେ ପୁଅ ପାଇବା ଲାଗି ଉଭୟଙ୍କ ମଧ୍ୟରେ ୮.୫ ଲକ୍ଷ ଟଙ୍କା ଛିଣ୍ଡିଥିଲା। ତେବେ ଲିଙ୍ଗ ନିରୂପଣ ଭାରତରେ କରାଯାଉ ନ ଥିବାରୁ ଷ୍ଟାର୍ଟ-ଅପ୍‌ ମାଲିକ କିଛି ବେଆଇନ କାର୍ଯ୍ୟ କରିନାହାନ୍ତି ବୋଲି ଦାବି କରୁଛନ୍ତି। ଇତିମଧ୍ୟରେ ମିଳିତ ଅପରେଶନରେ ସାମିଲ ଥିବା ଏନ୍‌ସିଡବ୍ଲ୍ୟୁ ପଶ୍ଚିମ ଦିଲ୍ଲୀରେ ଚାଲିଥିବା ଏପରି ୧୦୦ କ୍ଲିନିକକୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଇଛି। ଏନ୍‌ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି, ଦିଲ୍ଲୀରେ ଆଇଭିଏଫ୍‌ ଏବଂ ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ ନାମରେ ଚାଲିଥିବା ବେଆଇନ କାରବାରକୁ ରୋକିବା ଲାଗି ସେ ଆକସ୍ମିକ ପରିଦର୍ଶନ କରିବେ। ଚଢ଼ାଉ କରାଯାଇଥିବା କ୍ଲିନିକର ରେଜିଷ୍ଟ୍ରେଶନକୁ ରଦ୍ଦ କରାଯାଇଛି। ମିଳିଥିବା ପ୍ରମାଣଗୁଡ଼ିକୁ ସାଇବରକ୍ରାଇମ୍‌ ଓ ଅନ୍ୟ ଅଧିକାରୀମାନେ ଯାଞ୍ଚ କରୁଛନ୍ତି। ବିନା ସାଇନ୍‌ବୋର୍ଡରେ ଦୁଇବର୍ଷ ହେଲା ଚାଲିଥିବା ଉକ୍ତ କ୍ଲିନିକରୁ ତଦନ୍ତକାରୀମାନେ ୨୦୦ରୁ ୩୦୦ ଲାପଟପ୍‌ ଜବତ କରିଛନ୍ତି।

ପ୍ରି-କନ୍‌ସେପ୍‌ଶନ୍‌ ଆଣ୍ଡ ପ୍ରି-ନାଟାଲ ଡାଇଗ୍ନୋଷ୍ଟିକ୍‌ ଟେକ୍ନିକ୍‌ ଆକ୍ଟ, ୧୯୯୪ ଅନୁସାରେ ଲିଙ୍ଗ ନିରୂପଣ ଭାରତରେ ବେଆଇନ। ଏହାକୁ ଅବଜ୍ଞା କଲେ ୩ ବର୍ଷ ଜେଲ୍‌ ଦଣ୍ଡ ସହ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାର ନିୟମ ରହିଛି। ଅନ୍ୟପକ୍ଷରେ ଆମେରିକା, ମେକ୍ସିକୋ, ଥାଇଲାଣ୍ଡ, ସିଙ୍ଗାପୁର ଓ ଦୁବାଇ ଭଳି ଦେଶରେ ଏହା ଉପରେ କିଛି କଟକଣା ନାହିଁ। ତେଣୁ ଗର୍ଭଧାରଣ କରିବାରେ ଅକ୍ଷମ ଓ ସନ୍ତାନ ଚାହୁଁଥିବା ଦମ୍ପତି ଏହାକୁ ବେଆଇନ ଘୋଷଣା କରି ନ ଥିବା ଦେଶଗୁଡ଼ିକୁ ଯାଉଛନ୍ତି। ବିଦେଶ ଯାଇ ଲିଙ୍ଗ ନିରୂପଣ ଏବଂ ଆବଶ୍ୟକ ସ୍ଥଳେ ଭ୍ରୂଣହତ୍ୟା କରିବା ନେଇ ଏକ ନୂଆ ଟ୍ରେଣ୍ଡ ଏବେ ବଢ଼ିବାରେ ଲାଗିଛି, ଯାହାକୁ ‘ରିପ୍ରଡକ୍ଟିଭ୍‌ ଟୁରିଜମ୍‌’ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

ବିଭିନ୍ନ ଦାବିରେ ଉପଜିଲାପାଳ ଅଫିସ ଘେରାଉ କଲା ବିଜେଡି

ପାଟଣାଗଡ଼,୯ା୯(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ରେ ବିଭିନ୍ନ ଦାବି ନେଇ ବୁଧବାର ସ୍ଥାନୀୟ ବିଜେଡି ପକ୍ଷରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯାଇଛି। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ…

ପ୍ରଥମଥର ପାଇଁ ବୈଭବଙ୍କ ସହ ଘଟିଲା ଏମିତି…୨୫୧ ଦିନ ଧରି ଯାହା ହୋଇନଥିଲା, ଏବେ ହେଲା!

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ଫାଇନାଲରେ ସାଉଥ ଜୋନର ପ୍ରଥମ ଇନିଂସ୍‌କୁ ୩୩୬ ରନରେ ସୀମିତ କରିବା ପରେ ଇଷ୍ଟ ଜୋନ ଦ୍ୱିତୀୟ ଇନିଂସ ଖେଳିବାକୁ ମଇଦାନକୁ ଓହ୍ଲାଇଛି।…

‘ଦୃଶ୍ୟମ ୩’ର ଧମାକାଦାର ଟ୍ରେଲର ରିଲିଜ୍‌: ସାଉଁଟୁଛି ପ୍ରଶଂସା

ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ କ୍ରାଇମ ଥ୍ରିଲର୍‌ ‘ଦୃଶ୍ୟମ ଦ କନକ୍ଲୁଜନ’ ଅର୍ଥାତ୍‌ ‘ଦୃଶ୍ୟମ ୩’ର ଟ୍ରେଲର୍‌ ରିଲିଜ ହୋଇଛି। ୨୦୧୫ରେ ଆରମ୍ଭ ହୋଇଥିବା…

ଗଣେଶ ପୂଜା ପରେ ଏହି ୪ ରାଶିଙ୍କର ଚାଲିବ ଗୋଲ୍ଡେନ ଟାଇମ, ଲକ୍ଷ୍ମୀ-ନାରାୟଣ ରାଜଯୋଗରେ ବଢିବ ଧନ! ବିଦେଶ ଯାତ୍ରାର…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସେପ୍ଟେମ୍ବର ୨୬ରେ ବୁଧ ଗ୍ରହ କନ୍ୟା ରାଶିରୁ ବାହାରି ତୁଳା ରାଶିରେ ପ୍ରବେଶ କରିବେ। ତୁଳା ରାଶିରେ ବୁଧଙ୍କ ସହ ଶୁକ୍ରଙ୍କ ଯୁତି…

ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ: ମୂଲ୍ୟାଙ୍କନ ଉପରେ ପ୍ରଶ୍ନବାଚୀ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଅନେକ ଛାତ୍ରୀଛାତ୍ରଙ୍କ ପେପର ବ୍ୟାକ…

ଭାରତ ରତ୍ନ ସିଏନଆର ରାଓଙ୍କୁ ‘SIR’ ନୋଟିସ: ଭୋଟର ତାଲିକାରେ ନାଁ ଭୁଲ

ବେଙ୍ଗାଲୁରୁ,୯।୯: ଭୋଟର ତାଲିକାରେ ନାଁ ସ୍ପେଲିଂ ବନାନରେ ଅସଙ୍ଗତି ଥିବା ଜଣାପଡ଼ିବା ପରେ ଭାରତ ରତ୍ନ ବିଶିଷ୍ଟ ବୈଜ୍ଞାନିକ ପ୍ରଫେସର ସିଏନଆର ରାଓଙ୍କୁ ନୋଟିସ ଜାରି କରାଯାଇଛି।…

୭୦୦ ରନ୍‌ କରିଲେ ବି ହାରିଯିବ ତିଳକ ବର୍ମାଙ୍କ ଦଳ! ବୈଭବଙ୍କ ଦଳ ହେବ ଚାମ୍ପିଅନ, ଜାଣନ୍ତୁ ରୋଚକ ନିୟମ

ଚେନ୍ନାଇ,୯।୯: ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ଖେଳାଯାଉଛି। ସେପ୍ଟେମ୍ବର ୬ରୁ ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri