ଅସୁସ୍ଥତା ସତ୍ତ୍ୱେ କାର୍ଯ୍ୟ କଲେ ବିଏମ୍‌ସି ଇଞ୍ଜିନିୟର

ଭୁବନେଶ୍ୱର,୧୭।୫(ବ୍ୟୁରୋ) : ସପ୍ତାହକୁ ଦୁଇଥର(ସୋମବାର ଓ ଶୁକ୍ରବାର) ଡାଏଲିସିସ୍‌ ଚିକିତ୍ସା। ୨୦୧୮ ଡିସେମ୍ବରରୁ ସେ କିଡ୍‌ନୀ ରୋଗରେ ପୀଡ଼ିତ। ଏହା ସତ୍ତ୍ୱେ ବାତ୍ୟା ‘ଫନୀ’ ପରେ ଛୁଟି ନ ନେଇ କାର୍ଯ୍ୟରତ ରହିଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଇଞ୍ଜିନିୟରିଂ ଡିଭିଜନ-୨ର ଇଞ୍ଜିନିୟର ସୁବାସ ଚନ୍ଦ୍ର ଜେନା। ସନ୍ଧ୍ୟାରେ ୩ ଘଣ୍ଟା ଡାଏଲିସିସ୍‌ ଚିକିତ୍ସା ନେଇ ପୁଣିଥରେ ସକାଳ ୬ଟାରୁ କାର୍ଯ୍ୟରେ ଯୋଗଦେବା ଲାଗି ସୁବାସ ବାହାରି ପଡ଼ୁଥିଲେ। ଦିନରେ କାମର ଅଗ୍ରଗତି ଦେଖିବା ସହ ବରିଷ୍ଠ ଅଧିକାରୀଙ୍କୁ ରିପୋର୍ଟ ଦେଉଥିଲେ। ବିଏମ୍‌ସି ଓ୍ବାର୍ଡ ନଂ. ୩୦, ୩୪ ଓ ୪୧ର ରାସ୍ତାଘାଟ ସଫେଇ, ଭାଙ୍ଗିଥିବା ଗଛ କାଟିବା ଓ ଉଠାଇବା ସହ ଅନ୍ୟ ସମସ୍ତ କାର୍ଯ୍ୟକୁ ତଦାରଖ କରୁଥିଲେ। ସୁବାସଙ୍କ କାର୍ଯ୍ୟକୁ ନେଇ ବିଏମ୍‌ସିରେ କାର୍ଯ୍ୟରତ ଅନ୍ୟ ଜଣେ ଇଞ୍ଜିନିୟର ସରୋଜ ସ୍ବାଇଁ କହିଛନ୍ତି, ତାଙ୍କ ଭଳି କାମକୁ ଭଲପାଉଥିବା ଇଞ୍ଜିନିୟରଙ୍କ ସହିତ କାମ କରି ବହୁତ ଭଲ ଲାଗୁଛି। କିଡ୍‌ନୀ ରୋଗରେ ପୀଡ଼ିତ ହେବା ପରେ ମଧ୍ୟ ସେ କାମରେ ଟିକେ ହେଲେ ଅବହେଳା କରିନାହାନ୍ତି। ଅନ୍ୟପକ୍ଷରେ କାମ ଓ ଲୋକଙ୍କ ସେବା କରିବା ତାଙ୍କ ପାଇଁ ପ୍ରଥମ, ତା’ପରେ ନିଜ ସ୍ବାସ୍ଥ୍ୟ ବୋଲି ସୁବାସ କହିଛନ୍ତି। ସୂଚନାଯୋଗ୍ୟ, ଭୁବନେଶ୍ୱରକୁ ପୂର୍ବରୂପକୁ ଫେରାଇ ଆଣିବା ଲାଗି ବିଏମ୍‌ସି ପକ୍ଷରୁ ଏବେ ବି ଚେଷ୍ଟା ଜାରି ରହିଛି। ପୁନରୁଦ୍ଧାର ଲାଗି ସହରକୁ ୧୩ ଜୋନ୍‌ରେ ବିଭକ୍ତ କରାଯାଇଛି। ପୂର୍ତ୍ତ ବିଭାଗ, ଏନ୍‌ଡିଆର୍‌ଏଫ୍‌, ଅଗ୍ନିଶମ, ଓଡ୍ରାଫ୍‌, ଓଏଫ୍‌ଡିସି ଆଦି ବିଭାଗୀୟ କର୍ମଚାରୀ ସହର ପୁନରୁଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ ୭୦୦ ଯାନବାହାନ ଓ ୩ହଜାର କର୍ମଚାରୀ ଏଥିରେ ନିୟୋଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ନୋଟ୍ ନୁହେଁ, ଭୋଟ୍! ଛାତ୍ର ନିର୍ବାଚନରେ ଖର୍ଚ୍ଚ ସୀମା ୫ ହଜାର

ଭୁବନେଶ୍ୱର,୫।୧୦: କଲେଜ ଓ ବିଶ୍ୱବିଦ୍ୟାଳୟରେ ନିର୍ବାଚନକୁ ନେଇ ଆସିଲା କଡ଼ା ନିୟମ। ନିର୍ବାଚନ ଲଢ଼ୁଥିବା ପ୍ରତ୍ୟେକ ପ୍ରାର୍ଥୀ ସର୍ବାଧିକ ୫ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ନିର୍ବାଚନୀ…

ସୌମ୍ୟ ହତ୍ୟା ମାମଲାରେ ବଡ଼ ଟୁଇଷ୍ଟ: ସମ୍ପୃକ୍ତ ଝିଅମାନଙ୍କର ହେବ…

ଭୁବନେଶ୍ୱର,୫।୧୦: ବାଲିଅନ୍ତାର ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାରେ ତଦନ୍ତକୁ ଆହୁରି ଆଗକୁ ବଢ଼ାଇଛି କ୍ରାଇମବ୍ରାଞ୍ଚ। ଘଟଣାରେ ଆକ୍ରମଣର ଶିକାର ହୋଇଥିବା ଝିଅମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାଯିବ…

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?