ଅଭିଯୁକ୍ତ ଗିରଫ, ବନ୍ଧୁକ ଜବତ

ବିଶୋଇ,୧୦ା୧୨(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ ଶନିବାର ରାତିରେ ଗୁଳିକରି ମହିଳାଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାଶ ହୋଇଛି। ଭଜଣା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଡାହାଣୀ ସନ୍ଦେହରେ ଅଭିଯୁକ୍ତ ଏହିପରି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ କହିଛି। ଗିରଫ ଅଭିଯୁକ୍ତ ହେଲେ ଭାତଛତ୍ର ପଞ୍ଚାୟତ ଅଧୀନ ବବେଇଜୋଡ଼ା ଗ୍ରାମର ରୂପେୟୀ ହାଁସଦା (୪୦)।
ପୋଲିସ ସୂଚନା ଅନୁଯାୟୀ, ଗତ ବର୍ଷକ ତଳେ ରୂପେୟୀଙ୍କ ଭଣଜାର କୌଣସି କାରଣ ଯୋଗୁ ମୃତ୍ୟୁ ଘଟିଥିଲା। ତେବେ ରୂପେୟୀ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଡାହାଣୀ ତଥା ଗୁଣିଗାରେଡି ଯୋଗୁ ଭଣଜାର ମୃତ୍ୟୁ ହୋଇଥିବା ଭାବି ତଲକବାଦୀ ଗ୍ରାମର ମାଇନ ହେମ୍ବ୍ରମ(୪୨)ଙ୍କୁ ଦାୟୀକରି ବାରମ୍ବାର ଧମକ ଦେଉଥିଲେ। ମାଇନଙ୍କୁ ହତ୍ୟା କରି ସେ ଭଣଜା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ। ଗତ ଶନିବାର ରାତି ପ୍ରାୟ ୧୧ ଘଟିକା ସମୟରେ ଚାଳଛପର ଘରେ ମାଇନଙ୍କ ସମେତ ତାଙ୍କ ସ୍ବାମୀ ଗୋବିନ୍ଦ ଓ ଝିଅ ଦୁଃଖିନୀ ଶୋଇଥିଲେ। ଏହି ସମୟରେ ରୂପେୟୀ ତାଙ୍କ ଘର ଉପରେ ଚଢି ଏକ ଦେଶୀ ବନ୍ଧୁକରୁ ମାଇନଙ୍କ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇ ଥିଲେ। ଗୁଳିଟି ମାଇନଙ୍କ ମୁଣ୍ଡରେ ବାଜିଥିଲା। ଘଟଣାସ୍ଥଳରୁ ରୂପେୟୀ ଚମ୍ପଟ ମାରିଥିଲେ। ପରିବାର ଲୋକେ ମାଇନଙ୍କୁ ପ୍ରଥମେ ମଣଦା ଓ ପରେ ବିଶୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବାରପଦାସ୍ଥିତ ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମାଇନଙ୍କ ଝିଅ ଦୁଃଖିନୀଙ୍କ ଅଭିଯୋଗକୁ ଭିତ୍ତିକରି ବିଶୋଇ ଥାନା ଅଧିକାରିଣୀ କୁନି ବେସ୍ରାଙ୍କ ନେତୃତ୍ୱରେ ପୋଲିସ ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତନାଘନା ଚଳାଇଥିଲେ। ରବିବାର ରାତି ସାଢେ ୯ଟା ସମୟରେ ମୋବାଇଲ ଟ୍ରାକିଂ ଦ୍ୱାରା ପୋଲିସ ଅଭିଯୁକ୍ତ ରୂପେୟୀକୁ ସ୍ଥାନୀୟ ବାଙ୍କୀ ଛକରୁ ଗିରଫ କରିଥିଲା। ଅଭିଯୁକ୍ତ ନିଜ ଦୋଷ ସ୍ବୀକାର କରିବା ସହିତ ଘଟଣା ପରେ ବନ୍ଧୁକଟିକୁ ନିଜ ସମ୍ପର୍କୀୟ କକାଙ୍କ ଘର ବାଡ଼ି ପଛ ପଟେ ଲୁଚାଇଥିବା କହିଥିଲେ। ସୋମବାର ପୋଲିସ ଘଟଣାସ୍ଥଳକୁ ଯାଇ ଉକ୍ତ ବନ୍ଧୁକ ସହିତ ଗୋଟିଏ ଅଫୁଟା ଗୁଳି ଜବତ କରିଛି। ଘଟଣାସ୍ଥଳରେ ଅଭିଯୁକ୍ତ ପିନ୍ଧିଥିବା ଏକ ଜ୍ୟାକେଟ ଛାଡି ଯାଇଥିବାରୁ ପୋଲିସ ତାହାକୁ ମଧ୍ୟ ଜବତ କରିଛି। ତେବେ ବନ୍ଧୁକଟି ଗତ ୧୦ ବର୍ଷ ତଳେ ଜାମଦା ଓ ଗୁଳି ୨ ବର୍ଷ ପୂର୍ବେ ଜାମସେଦପୁର ଅଞ୍ଚଳରୁ ଆଣିଥିବା ଅଭିଯୁକ୍ତ ସ୍ବୀକାର କରିଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୯୮/୧୯) ରୁଜୁ କରିଛି। ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳରେ ମଣିଷଖିଆ ବାଘ; ଜଙ୍ଗଲକୁ ଯାଇ ଆଉ ଫେରିନଥିଲେ, ସକାଳୁ ମିଳିଲା କ୍ଷତାକ୍ତ ଦୁଇ ଗୋଡ଼ ସହ ଲୁଙ୍ଗି

କରଞ୍ଜିଆ,୧।୬(କବିତା ମହାନ୍ତ): ମଣିଷକୁ ଖାଇଗଲା ମହାବଳ ବାଘ ! କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରୁ ଛାତିଥରା ଘଟଣା…

ବୈଶିଙ୍ଗା-ରୁପ୍ସା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା, ଶିକ୍ଷକ ମୃତ

ବୈଶିଙ୍ଗା,୨୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ବଜାର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ବେତନଟୀ ବ୍ଲକ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ସ୍ପଷ୍ଟ ଦିବାଲୋକରେ ବିଚ ରାସ୍ତାରେ ଦୁଇ ଯୁବକଙ୍କୁ ନିର୍ଘାତ ମାଡ଼ , ଗୁଣ୍ଡାଗିରିର ଭିଡିଓ ଭାଇରାଲ

ଉଦଳା, ୨୨।୫( ସନ୍ତୋଷ ବାଞ୍ଝିନୀ): ରାସ୍ତା ପାଲଟିଲା ରେସଲିଂ ରିଙ୍ଗ। ପୋଲିସକୁ ନାହିଁ ଭୟ, ଥାନା ଠାରୁ ୫ ଶହ ମିଟର ଦୂରରେ ସ୍ପଷ୍ଟ ଦିବାଲୋକରେ ବିଚ…

ବୈଶିଙ୍ଗାରେ ଛାତିଥରା ହତ୍ୟାକାଣ୍ଡ, ଶୋଇଥିବା ବେଳେ ମହିଳାଙ୍କ ତଣ୍ଟି ଚିପି ହତ୍ୟା

ବୈଶିଙ୍ଗା,୨୧।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଗଣେଶ୍ବରପୁର ଗ୍ରାମରେ ଏକ ଛାତିଥରା ହତ୍ୟାକାଣ୍ଡ ହୋଇଛି । ବୁଧବାର ରାତିରେ ଜନୈକା ୫୦ ବର୍ଷିୟା ମହିଳାଙ୍କୁ…

ବିଲକୁ ଯାଇଥିବା ବେଳେ ବଜ୍ରପାତରେ ଯୁବକ ମୃତ, ଜଳି ଯାଇଥିଲା ପିଠି

ବୈଶିଙ୍ଗା,୨୦।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ତଥା ବଡ଼ସାହି ବ୍ଲକ ଅନ୍ତର୍ଗତ ମାନଗୋବିନ୍ଦପୁର ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ବଜ୍ରପାତ ଯୋଗୁଁ ଜଣେ ଚାଷୀଙ୍କ ବିଲରେ ମୃତ୍ୟୁ…

ନ୍ୟାୟ ମାଗିବାକୁ ଥାନାକୁ ଯାଇଥିଲେ ନାବାଳିକା; ଥାନା ଅଧିକାରୀଙ୍କ ଧମକରେ ଅଚେତ ହୋଇଗଲେ, ତାପରେ…

ବାରିପଦା/ମୋରଡ଼ା,୧୮।୫ (ନୀଳାଦ୍ରି ବିହାରୀ ଦଣ୍ଡପାଟ/ସ୍ମାରକ ମାଜୀ): ମା’ବାପାଙ୍କ ସହିତ ଅଭିଯୋଗ ପତ୍ର ନେଇ ଥାନାକୁ ଯାଇଥିବା ଜଣେ ନାବାଳିକା ଥାନା ଅଧିକାରୀଙ୍କ ଧମକପୂର୍ଣ୍ଣ ବ୍ୟବହାରରେ ଚେତାଶୂନ୍ୟ ହୋଇ…

ସମ୍ପର୍କୀୟ ଭାଇ ଦେଲା ବିଶ୍ବାସରେ ବିଷ:୧୩ ବର୍ଷୀୟା ନାବାଳିକା ହେଲେ ୬ ମାସର ଗର୍ଭବତୀ, ଡାକ୍ତରୀ ପରୀକ୍ଷା ପରେ…

ବୈଶିଙ୍ଗା,୧୫।୫(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବଳାତ୍କାର ଶିକାର ଜନୈକା ୧୩ ବର୍ଷିୟା ନାବାଳିକା ୬ମାସର ଗର୍ଭବତୀ ହେବା ଘଟଣାରେ ସମ୍ପର୍କୀୟ ଭାଇକୁ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri