ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦ ମସିହାରେ ଏହି ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିଲା। ଦୀର୍ଘବର୍ଷ ଅସ୍ଥାୟୀ ଆୟୋଜନରେ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲୁ କରାଯାଇଥିବା ବେଳେ ୨୦୧୨ରେ ଖୁଣ୍ଟା ବ୍ଲକ ଦାୟିତ୍ୱରେ ଏହି ଅଙ୍ଗନଓ୍ବାଡ଼ିର ନିଜସ୍ବ ସ୍ଥାୟୀ ଗୃହ ନିର୍ମାଣ ହୋଇଥିଲା।

୨୦୧୮ ପର୍ଯ୍ୟନ୍ତ ଉକ୍ତ ଗୃହରେ ଅଙ୍ଗନଓ୍ବାଡ଼ି ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଗୃହର ଛାତରୁ ପାଣି ଗଳିବା ସହିତ ଗୃହଟି ଗୋଟିଏ ପାର୍ଶ୍ୱକୁ ଦବିଯାଇ କାନ୍ଥରେ ଫାଟ ସୃଷ୍ଟି ହୋଇଥିତ୍ଲା। ଏଥିନେଇ ଗ୍ରାମବାସୀ ସିଡିପିଓଙ୍କଠାରେ ଅଭିଯୋଗ କରିଥିଲେ। ସିଡିପିଓଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତିଙ୍କ ରହିବା ଘର ପଛ ପିଣ୍ଡାରେ ଗତ ମାର୍ଚ୍ଚ ମାସଠାରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲିଥିବା ଉକ୍ତ କେନ୍ଦ୍ରର କର୍ମୀ ପ୍ରତିମା ରାଉତ କହିଛନ୍ତି। ସ୍ଥାୟୀ ଗୃହ ନିର୍ମାଣ ହେବା ପୂର୍ବରୁ ଅସ୍ଥାୟୀ ଆୟୋଜନରେ ଯେଉଁଭଳି ଅଙ୍ଗନଓ୍ବାଡ଼ି କାର୍ଯ୍ୟକ୍ରମ ଚାଲିଥିଲା ବର୍ତ୍ତମାନ ପୁଣି ସେହି ପରିସ୍ଥିତି ଦେଖାଦେଇଛି। ଏ ସମ୍ପର୍କରେ ଖୁଣ୍ଟା ବ୍ଲକ ସିଡିପିଓ ହରିପ୍ରିୟା ପାତ୍ରଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୃହଟିର ବିପଦସଙ୍କୁଳ ଅବସ୍ଥା ଯୋଗୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଜଣେ ଗ୍ରାମବାସୀଙ୍କ ପିଣ୍ଡାରେ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ଚାଲିଛି। ଉକ୍ତ ଗୃହର ମରାମତି କିମ୍ବା ଅନ୍ୟ ଏକ ନୂତନ ଗୃହ ନିର୍ମାଣ ପାଇଁ ଖୁଣ୍ଟା ବିଡ଼ିଓଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଏକ ଭଡାଘର ଖୋଜା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ୨୦୧୨ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୃହଟି ମାତ୍ର ୭ ବର୍ଷ ପରେ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଯିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ପାଇଁ କାହାରିକୁ ଦାୟୀ କରା ନ ଯିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ବିଡ଼ମ୍ବନାର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?