ଅବ୍ୟବସ୍ଥାରେ ବାନ୍ଧଗଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଖୁଣ୍ଟା,୫ା୯(ଡି.ଏନ୍‌.ଏ.)-ଭିତ୍ତିଭୂମିର ଅଭାବ ଓ ନିମ୍ନମାନର ନିର୍ମାଣ କାର୍ଯ୍ୟ ଯୋଗୁ ଖୁଣ୍ଟା ବ୍ଲକ ଅଧୀନ ବାହାନଡା ପଞ୍ଚାୟତର ବାନ୍ଧଗଡା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅବ୍ୟବସ୍ଥାରେ ଚାଲିଛି । ୨୦୦୦ ମସିହାରେ ଏହି ଗ୍ରାମରେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଖୋଲା ଯାଇଥିଲା। ଦୀର୍ଘବର୍ଷ ଅସ୍ଥାୟୀ ଆୟୋଜନରେ ପ୍ରାକ୍‌ ବିଦ୍ୟାଳୟ କାର୍ଯ୍ୟକ୍ରମ ଚାଲୁ କରାଯାଇଥିବା ବେଳେ ୨୦୧୨ରେ ଖୁଣ୍ଟା ବ୍ଲକ ଦାୟିତ୍ୱରେ ଏହି ଅଙ୍ଗନଓ୍ବାଡ଼ିର ନିଜସ୍ବ ସ୍ଥାୟୀ ଗୃହ ନିର୍ମାଣ ହୋଇଥିଲା।

୨୦୧୮ ପର୍ଯ୍ୟନ୍ତ ଉକ୍ତ ଗୃହରେ ଅଙ୍ଗନଓ୍ବାଡ଼ି ଚାଲିଥିବା ବେଳେ ପରବର୍ତ୍ତୀ ସମୟରେ ଏହି ଗୃହର ଛାତରୁ ପାଣି ଗଳିବା ସହିତ ଗୃହଟି ଗୋଟିଏ ପାର୍ଶ୍ୱକୁ ଦବିଯାଇ କାନ୍ଥରେ ଫାଟ ସୃଷ୍ଟି ହୋଇଥିତ୍ଲା। ଏଥିନେଇ ଗ୍ରାମବାସୀ ସିଡିପିଓଙ୍କଠାରେ ଅଭିଯୋଗ କରିଥିଲେ। ସିଡିପିଓଙ୍କ ନିର୍ଦ୍ଦେଶରେ ଜଣେ ବ୍ୟକ୍ତିଙ୍କ ରହିବା ଘର ପଛ ପିଣ୍ଡାରେ ଗତ ମାର୍ଚ୍ଚ ମାସଠାରୁ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲିଥିବା ଉକ୍ତ କେନ୍ଦ୍ରର କର୍ମୀ ପ୍ରତିମା ରାଉତ କହିଛନ୍ତି। ସ୍ଥାୟୀ ଗୃହ ନିର୍ମାଣ ହେବା ପୂର୍ବରୁ ଅସ୍ଥାୟୀ ଆୟୋଜନରେ ଯେଉଁଭଳି ଅଙ୍ଗନଓ୍ବାଡ଼ି କାର୍ଯ୍ୟକ୍ରମ ଚାଲିଥିଲା ବର୍ତ୍ତମାନ ପୁଣି ସେହି ପରିସ୍ଥିତି ଦେଖାଦେଇଛି। ଏ ସମ୍ପର୍କରେ ଖୁଣ୍ଟା ବ୍ଲକ ସିଡିପିଓ ହରିପ୍ରିୟା ପାତ୍ରଙ୍କୁ ପଚାରିବାରୁ ସେ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୃହଟିର ବିପଦସଙ୍କୁଳ ଅବସ୍ଥା ଯୋଗୁ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଜଣେ ଗ୍ରାମବାସୀଙ୍କ ପିଣ୍ଡାରେ ଅଙ୍ଗନଓ୍ବାଡ଼ି କାର୍ଯ୍ୟ ଚାଲିଛି। ଉକ୍ତ ଗୃହର ମରାମତି କିମ୍ବା ଅନ୍ୟ ଏକ ନୂତନ ଗୃହ ନିର୍ମାଣ ପାଇଁ ଖୁଣ୍ଟା ବିଡ଼ିଓଙ୍କୁ ଚିଠି ଲେଖିଛନ୍ତି ବୋଲି କହିଛନ୍ତି। ଅଙ୍ଗନଓ୍ବାଡ଼ି କେନ୍ଦ୍ର ପାଇଁ ଏକ ଭଡାଘର ଖୋଜା ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି। ତେବେ ୨୦୧୨ରେ ନୂତନ ଭାବେ ନିର୍ମାଣ କରାଯାଇଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୃହଟି ମାତ୍ର ୭ ବର୍ଷ ପରେ ବ୍ୟବହାର ପାଇଁ ଅନୁପଯୋଗୀ ହୋଇଯିବା ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିବା ବେଳେ ଏଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ପାଇଁ କାହାରିକୁ ଦାୟୀ କରା ନ ଯିବା ଏବଂ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ବିଡ଼ମ୍ବନାର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ପ୍ରାର୍ଥୀ ଚୟନକୁ ନେଇ ଛିଡୁନି ଅଙ୍କ

ବାଙ୍ଗିରିପୋଷି,୧୭ା୪(ସଞ୍ଜୟ କୁମାର ଅଗ୍ରୱାଲା):ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଛି। କଂଗ୍ରେସର ବିଭିନ୍ନ ପଦ ପଦବୀରେ ରହି ୩୦...

କେନ୍ଦ୍ରମନ୍ତ୍ରୀଙ୍କୁ ଟିକେଟ୍‌ ଦେଲାନି ଭାଜପା: ପଛରେ ରହିଛି ଏଭଳି କାରଣ

ବାରିପଦା,୧୭ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବିବାଦୀୟ ମନ୍ତବ୍ୟ, ଅଶୋଭନୀୟ ଆଚରଣ ସମେତ କାର୍ଯ୍ୟଦକ୍ଷତାର ମାପକାଠିକୁ ଆଧାରକରି ଭାଜପା ଚଳିତ ନିର୍ବାଚନରେ କେତେଜଣ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରାର୍ଥୀ ତାଲିକାରୁ...

ପ୍ରଭାସଙ୍କ ଉପରେ ପୁଣି ଆସ୍ଥାପ୍ରକଟ କଲା କଂଗ୍ରେସ: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ମୋରଡା,୧୫।୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକ ମାତ୍ର ଅଣସଂରକ୍ଷିତ ମୋରଡା ନିର୍ବାଚନମଣ୍ଡଳୀ ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇଉଠିଛି l ପୂର୍ବରୁ ବିଜୁ ଜନତା...

ପଣା ସଂକ୍ରାନ୍ତିରେ ଜଗତେଶ୍ୱର-ମା’ ପାର୍ବତୀଙ୍କ ବିବାହ

ମୋରଡା,୧୪।୪(ସ୍ମାରକ ମାଜୀ)- ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ କୋହି ଗ୍ରାମରେ ବାବା ଜଗତେଶ୍ୱରଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା...

ଯାହାଙ୍କ ନାଁରେ ଅଭିଯୋଗ ତାଙ୍କୁ ତଦନ୍ତ ଦାୟିତ୍ୱ

ବାରିପଦା,୧୪ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ମୟୂରଭଞ୍ଜ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନ ବାରିପଦା ଉପ ନିବନ୍ଧ ଡିଭିଜନର ଲ୍ୟାମ୍ପ୍‌ସରେ କାର୍ଯ୍ୟରତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ(ଏମ୍‌ଡି)ମାନଙ୍କ ପଦୋନ୍ନତିରେ ବ୍ୟାପକ...

ହାତୀ ଉପରେ ନଜର ରଖୁନି ବନ ବିଭାଗ: ଛୁଆହାତୀର ମୃତ୍ୟୁ

ମୋରଡ଼ା,୧୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଜାରି ରହିଥିବା ବେଳେ ବନ ବିଭାଗ ମଧ୍ୟ ହାତୀ ଉପରେ ସଠିକ୍‌...

ସୁଯୋଗ ଅପେକ୍ଷାରେ କଂଗ୍ରେସ

ବାରିପଦା,୧୧ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)୨୦୨୪ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଦୁଇ ପ୍ରମୁଖ ରାଜନୈତିକ ଦଳ...

ଜେଏମ୍‌ଏମ୍‌ରେ ସାମିଲ ହେଲେ କୃଷ୍ଣଚନ୍ଦ୍ର

ମୋରଡ଼ା,୧୦ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀର ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ବୁଧବାର ବିଧିବଦ୍ଧ ଭାବେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ମିଶିଛନ୍ତି l ଆଜି ରାଇରଙ୍ଗପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri