Odisha Elections 2024

ଅବିରରୁ ହୋଲି ପାର୍ଟି

ଭୁବନେଶ୍ୱର,୯।୩(ବ୍ୟୁରୋ): ନବରାତ୍ର ହେଉ କି ହୋଲି, ଦୀପାବଳି। ଦେଶର ବିଭିନ୍ନ ପ୍ରାନ୍ତରେ ଏହି ଉତ୍ସବକୁ ଭିନ୍ନ ଶୈଳୀରେ ପାଳନ କରାଯାଉଥିବା ଦେଖିବାକୁ ମିଳିଥାଏ। ହେଲେ ବର୍ତ୍ତମାନର ଟେକ୍ନୋଲୋଜି ଓ ସୋସିଆଲ ମିଡିଆ ଯୁଗରେ ପର୍ବପର୍ବାଣିର ପାଳନ ଶୈଳୀ ଆଉ ଗୋଟିଏ ସ୍ଥାନରେ ସୀମିତ ନ ରହି ପରିବ୍ୟାପ୍ତ ହୋଇଛି। ପଶ୍ଚିମ ଭାରତର ପର୍ବପର୍ବାଣି ପୂର୍ବ ଭାରତରେ ଲୋକପ୍ରିୟ ହେଉଥିବା ବେଳେ ଉତ୍ତର ଭାରତର ଲୋକପ୍ରିୟ ଦେଶର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ଦେଖିବାକୁ ମିଳୁଛି। ସମଗ୍ର ଦେଶରେ ନବରାତ୍ର ଦାଣ୍ଡିଆ ଖେଳର ଲୋକପ୍ରିୟତା ଭଳି ଆଜିକାଲି ହୋଲିରେ ମଧ୍ୟ ଲଉଡି ଖେଳ ଓ ଦହିହାଣ୍ଡି ଭଙ୍ଗା ପରମ୍ପରା ଚାରିଆଡ଼େ ହେଉଥିବା ଦେଖିବାକୁ ମିଳୁଛି।

ଦିନଥିଲା ଦୋଳ ପୂର୍ଣ୍ଣିମା, ରାଧାକୃଷ୍ଣଙ୍କ ମେଳଣ ଓ ଅବିର ଖେଳର ଉତ୍ସାହ ନେଇ ଆସୁଥିଲା ହୋଲି। ରାଧାକୃଷ୍ଣ ବିମାନରେ ବୁଲି ଭୋଗ ଖାଇବାର ପରମ୍ପରା ଆଜି ବି ରହିଥିଲେ ମଧ୍ୟ ପୂର୍ବଭଳି ଉତ୍ସାହ କିନ୍ତୁ ଦେଖିବାକୁ ମିଳୁନି। ହୋଲି ପାଳନର ଶୈଳୀ ପରିବର୍ତ୍ତନ ହୋଇଛି। ଲାଇଭ୍‌ ଡିଜେ, ରେନ୍‌ ଡ୍ୟାନ୍ସ, ମଡ୍‌ ପୁଲ୍‌ରେ ହୋଲି ଖେଳ ଭଳି ନୂଆ କନ୍‌ସେପ୍ଟ ବର୍ତ୍ତମାନର ଯୁବପିଢିଙ୍କ ମଧ୍ୟରେ ବହୁଳଭାବେ ଆଦୃତ ହେଉଛି। ନୂଆବର୍ଷ ପାର୍ଟି ଭଳି ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ତଥା ହୋଲି ପାର୍ଟିର ଆୟୋଜନ କରାଯାଉଛି। କୃତ୍ରିମ ବର୍ଷାରେ ଧୁମ୍‌ଧଡ଼କ ଗୀତର ତାଳେ ତାଳେ ନାଚି କିଏ ଏହି ରଙ୍ଗର ପର୍ବରେ ଖୁସି ମନାଉଛି ତ କିଏ ମୁଲତାନି ମାଟି, ଗୋଲାପ ପାଖୁଡା, ଚନ୍ଦନ ପେଷ୍ଟ, ଲିମ୍ବ ପତ୍ର ଆଦି ପକାଯାଇ ପ୍ରସ୍ତୁତ ହେଉଥିବା ଅର୍ଗାନିକ କାଦୁଅରେ ହୋଲି ଖେଳୁଛନ୍ତି। ଅବଶ୍ୟ ଏଥର କରୋନା ଭୟରେ ହୋଲି ପାଇଁ ଆୟୋଜିତ ହେବାକୁ ଥିବା ଅଧିକାଂଶ ଇଭେଣ୍ଟକୁ ବାତିଲ କରାଯାଇଛି। କେତେକ ସ୍ଥାନରେ ଆୟୋଜକ ସଂସ୍ଥା ମାସ୍କ ପିନ୍ଧି ହୋଲି ଖେଳିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି।

ଦହିହାଣ୍ଡି ଭଙ୍ଗା ପରମ୍ପରା

ହୋଲିରେ ଦହିହାଣ୍ଡି ଭଙ୍ଗା ହେବାର ଏକ ପରମ୍ପରା ରହିଛି। ପଶ୍ଚିମ ଭାରତର କିଛି ରାଜ୍ୟରେ ଏହି ପରମ୍ପରା ରହିଆସିଥିବା ବେଳେ ଏବେ ଓଡିଶାରେ ମଧ୍ୟ ଏହାର ଲୋକପ୍ରିୟତା ବଢିବାରେ ଲାଗିଛି। ହୋଲି ଅବସରରେ ବିଭିନ୍ନ ସ୍ଥାନରେ ଏଭଳି ଦହିହାଣ୍ଡି ଭଙ୍ଗା ପରମ୍ପରା ଦେଖିବାକୁ ମିଳୁଛି। ପୁରୁଣା ଭୁବନେଶ୍ୱର, ମଞ୍ଚେଶ୍ୱର ସମେତ ରାଜଧାନୀର କେତେକ ସ୍ଥାନରେ ଦହିହାଣ୍ଡି ଭଙ୍ଗା ଉତ୍ସବ ଅନୁଷ୍ଠିତ ହେଉଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ,୨୬ା୫(କାର୍ତ୍ତିକ ସାହୁ): ରବିବାର ପୂର୍ବାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ।  ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ପାସ୍‌ ହାର ୯୬.୦୭%...

ନିର୍ବାଚନ କାହା ପାଇଁ ଦୁଃଖ ତ କାହାର ସୁଖ

ପଟ୍ଟାମୁଣ୍ଡାଇ,୨୬ା୫ (କଳ୍ପତରୁ ନାୟକ): ସାଧାରଣ ନିର୍ବାଚନ ଚାଲିଥିବା ବେଳେ କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ରରେ ଜୁନ ୧ରେ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଏଥିନେଇ ରାଜନଗର...

ଯାଜପୁର ଜିଲା: ଫୋକସ୍‌ରେ ମହିଳା ପ୍ରାର୍ଥୀ

ଯାଜପୁର,୨୬ା୫(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୭ ବିଧାନସଭା ଆସନରେ ଆସନ୍ତା ୧ ତାରିଖରେ ଭୋଟଗ୍ରହଣ ହେବ। ପ୍ରାର୍ଥୀ ଓ...

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ, ୧୧୦-୧୨୦ ବେଗରେ ଛୁଇଁବ ଉପକୂଳ

ଭୁବନେଶ୍ୱର,୨୫ା୫: ବଙ୍ଗୋପସାଗରର ଉତ୍ତର ଉପକୂଳରେ ଥିବା ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି।...

ପ୍ରବାସୀ ଶ୍ରମିକଙ୍କ ଉପରେ ନେତାଙ୍କ ଆଖି, ଘରକୁ ଫେରିବା ପାଇଁ କରାଯାଉଛି ଟିକେଟ ବ୍ୟବସ୍ଥା

କେନ୍ଦ୍ରାପଡ଼ା,୨୬ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ସାଧାରଣ ନିର୍ବାଚନ ପାଇଁ ଜୁନ ୧ରେ ମତଦାନ ହେବ। ଏଥିପାଇଁ ରାଜନୀତି ସରଗରମ ହୋଇଥିବା ବେଳେ ପ୍ରାର୍ଥୀଙ୍କର ଭୋଟରଙ୍କୁ...

ବାତ୍ୟା ‘ରେମାଲ’ ଭୟ, କୂଳରେ ହାଇଆଲର୍ଟ

ଭୋଗରାଇ, ୨୬।୫(ପ୍ରଦୀପ ଦାସ):ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର...

୨୯ରେ ବାରିପଦା, ବାଲେଶ୍ୱର ଆସିବେ ମୋଦି

ବାରିପଦା(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ବାଲେଶ୍ୱର ଅଫିସ,(ମାନସ ବିଶ୍ୱାଳ), ୨୬ା୫: ରାଜ୍ୟର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୟୂରଭଞ୍ଜ ଜିଲା ବାରିପଦା...

ବଳ ଗୋଟାଉଛି ବାତ୍ୟା ‘ରେମାଲ’: ଓଡ଼ିଶାର ଏହି ଜିଲାରେ ପଡ଼ିବ ପ୍ରଭାବ, ପବନ ବୋହିବ

ଭୁବନେଶ୍ୱର, ୨୬।୫(ଅସମାପିକା ସାହୁ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଶନିବାର ସକାଳ ୫ଟା ୩୦ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହୋଇଥିଲା। କ୍ରମେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri