ଅବହେଳିତ ବ୍ରହ୍ମପୁର ରେଳଷ୍ଟେଶନ : ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ

ବ୍ରହ୍ମପୁର ଅଫିସ,୧୭ା୧୨-ବ୍ରହ୍ମପୁର ରେଳଷ୍ଟେଶନ ଉପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଯାତ୍ରୀମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ଷ୍ଟେଶନର ଉଭୟ ପଟୁ ଶତାଧିକ ଟ୍ରେନ ଚଳପ୍ରଚଳ ହେଉଛି। ରାଜସ୍ବ ଅଦାୟରେ ଏହି ଷ୍ଟେଶନ ଓଡ଼ିଶାରେ ଏକ ପ୍ରମୁଖ ସ୍ଥାନରେ ରହିଛି। ଏହା ସତ୍ତ୍ବେ ମଧ୍ୟ ଅବହେଳିତ ହୋଇ ରହିଛି। ପଡ଼ୋଶୀ ବିଶାଖାପାଟଣାମ୍‌ ଓ ଭୁବନେଶ୍ୱର ରେଳଷ୍ଟେଶନ ଭଳି ସୁବିଧା ଓ ସୌନ୍ଦର୍ଯ୍ୟକରଣରେ ବହୁ ପଛରେ ପଡିଛି। ଏଠାରେ ୪ ପ୍ଲାଟଫର୍ମ ରହିଛି। ସେହିପରି ୪ ପାଦ ଚଲା ପୋଲ, ଗୋଟିଏ ଏସ୍କାଲେଟର ଶୌଚାଳୟ ସହିତ ଯାତ୍ର୍ରୀଙ୍କ ପାଇଁ କେତେକ ସୁବିଧା ସୁଯୋଗ ରହିଛି। ଷ୍ଟେଶନରେ ପାର୍କିଂ, ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା, ଲିଫ୍ଟ ନ ଥିବା ବେଳେ ଜନ ଆହାରକେନ୍ଦ୍ର ଠିକ୍‌ ଭାବେ କାମ କରୁନାହିଁ, ଅବ୍ୟବସ୍ଥା ଘେରରେ ଶୌଚାଳୟ ରହିଛି। ଆବଶ୍ୟକ ବିଶ୍ରାମାଗାର ନାହିଁ, ଏସ୍କାଲେଟର ଠିକ୍‌ ଭାବେ କାମ କରୁନାହିଁ। ଏଭଲି ଅନେକ ସମସ୍ୟା ଲାଗି ରହିଛି। ୧୮୯୬ରେ ନିର୍ମିିତ ହୋଇଥିବା ଏହି ପୁରାତନ ରେଳଷ୍ଟେଶନଟି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନ ଅଧୀନରେ ରହିଛି।
ସୂଚନା ଅନୁଯାୟୀ, ଏହି ଷ୍ଟେଶନ ଦେଇ ଶତାଧିକ ରେଳ ଯାତାୟାତ କରୁଥିବା ବେଳେ ପ୍ରାୟ ୧୨ ହଜାର ଯାତ୍ରୀ ଏଠାକୁ ଆସୁଛନ୍ତି। ସାଧାରଣ ସରଂକ୍ଷଣ ଓ ପ୍ଲାଟଫର୍ମ ଟିକେଟକୁ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା ଜଣାପଡିଛି। ବିଗତ ଦିନଗୁଡିକରେ ରେଳ ବିଭାଗ ତରଫରୁ ନିଆଯାଇଥିବା କେତେକ ଆଧୁନିକୀକରଣ ପଦକ୍ଷେପ ଯଥା ଷ୍ଟେଶନରେ ସିସି ଟିଭି କେମେରା, ବରିଷ୍ଠ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଲିଫ୍ଟ ଆଦି କାମ ବାକି ରହିଛି। ୪ ନମ୍ବର ପ୍ଲାଟଫର୍ମରେ ସବୁ ପ୍ରକାର ଗାଡି ରହୁ ନ ଥିବାରୁ ସେହିବାଟ ଦେଇ ଆସୁଥିବା ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଅଧିକ ଅସୁବିଧା ଭୋଗୁଛନ୍ତି। ୪ ନମ୍ବର ଷ୍ଟେଶନ ନିକଟରେ ଗତ ୩ ତାରିଖ ରାତିରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପ୍ଲାଟଫର୍ମରେ ସିସି ଟିଭି କ୍ୟାମେରା ଲାଗି ନ ଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏନେଇ ଷ୍ଟେଶନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା କୁହନ୍ତି, ଷ୍ଟେଶନରେ ଲାଗି ରହିଥିବା ସମସ୍ୟାଗୁଡିକର ସମାଧାନ ଦିଗରେ ଏବେ ପଦକ୍ଷେପ ନିଆଯାଉଛି। ସିସି ଟିଭି କେମେରାଗୁଡିକ ଆଗକୁ ଅଧିକ କ୍ରିୟାଶୀଳ କରାଯିବ। ପ୍ଲାଟଫର୍ମରେ ଲିଫ୍ଟ କାମ ଚାଲିଛି। ସେହିଭଳି ବାହାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ସୁଲଭ ଶୌଚାଳୟ, ପାର୍କିଂ ପାଇଁ ସେଡ଼ ବ୍ୟବସ୍ଥା, ଯାତ୍ରୀଙ୍କ ରହଣି ପାଇଁ ସେଡ଼ ଭଳି ଅନେକ ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର: ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

‘ଜୁନ୍‌ ୪ରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି’: ପ୍ରଧାନମନ୍ତ୍ରୀ ମୋଦି

ବ୍ରହ୍ମପୁର,୬।୫: ଓଡ଼ିଶାରେ ପ୍ରଥମ ଥର ହେବ ଡବଲ ଇଂଜିନ ସରକାର। ଜୁନ୍‌ ୪ରେ ଏଠାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ ଲେଖାଯାଇଛି। ଜୁନ୍‌ ୬ରେ ଭାଜପାର...

ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରର କନିଷିଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦ୍‌ବୋଧନ...

ବ୍ରହ୍ମପୁରରେ ପହଞ୍ଚିଲେ ମୋଦି

ବ୍ରହ୍ମପୁର,୬ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ସୋମବାର ଏକ ସ୍ବତନ୍ତ୍ର ବିମାନରେ ବ୍ରହ୍ମପୁରରେ ପହଞ୍ଚିଛନ୍ତି। ଏଠାରେ କନିଷି ନିର୍ବାଚନୀ ସଭାରେ ଯୋଗ...

ବେଆଇନ ମୋରମ ଚୋରାଚାଲାଣ: ଟ୍ରାକ୍ଟର, ଜେସିବି ଜବତ

ଛତ୍ରପୁର,୫।୫(ଦିଲ୍ଲୀପ ସାମଲ): ବେଆଇନ ମୋରମ ଚୋରାଚାଲାଣବେଳେ ଦୁଇ ଟ୍ରାକ୍ଟର ଓ ଗୋଟିଏ ଜେସିବି ଜବତ କରିଛି ମାଇନିଂ ବିଭାଗ। ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ପାହାଡ଼ରୁ...

ପାଣ୍ଡିଆନଙ୍କ ବ୍ରହ୍ମପୁର ସମ୍ପର୍କ, କହିଲେ ଝିଅ ପାଇଛି ଏହିଠୁ…

ଭୁବନେଶ୍ୱର,୫।୫: ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଜେଡି ନେତା ଭିକେ ପାଣ୍ଡିଆନ ୪ଟି ଜିଲାର ୩ ଲୋକ ସଭା ଆସନରେ ମାରାଥନ ପ୍ରଚାର କରିଛନ୍ତି।...

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଗଜପତିରୁ ଚିକିଟି ଦେଇ ବ୍ରହ୍ମପୁରକୁ କରୁଥିଲେ ଗଞ୍ଜେଇ ଚାଲାଣ,ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ୍‌ (ଏଡିଜେ-୧)ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri