ଅବହେଳିତ ବ୍ରହ୍ମପୁର ରେଳଷ୍ଟେଶନ : ମୌଳିକ ସୁବିଧାରୁ ବଞ୍ଚିତ ଯାତ୍ରୀ

ବ୍ରହ୍ମପୁର ଅଫିସ,୧୭ା୧୨-ବ୍ରହ୍ମପୁର ରେଳଷ୍ଟେଶନ ଉପରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସୁଥିବା ଯାତ୍ରୀମାନେ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ଷ୍ଟେଶନର ଉଭୟ ପଟୁ ଶତାଧିକ ଟ୍ରେନ ଚଳପ୍ରଚଳ ହେଉଛି। ରାଜସ୍ବ ଅଦାୟରେ ଏହି ଷ୍ଟେଶନ ଓଡ଼ିଶାରେ ଏକ ପ୍ରମୁଖ ସ୍ଥାନରେ ରହିଛି। ଏହା ସତ୍ତ୍ବେ ମଧ୍ୟ ଅବହେଳିତ ହୋଇ ରହିଛି। ପଡ଼ୋଶୀ ବିଶାଖାପାଟଣାମ୍‌ ଓ ଭୁବନେଶ୍ୱର ରେଳଷ୍ଟେଶନ ଭଳି ସୁବିଧା ଓ ସୌନ୍ଦର୍ଯ୍ୟକରଣରେ ବହୁ ପଛରେ ପଡିଛି। ଏଠାରେ ୪ ପ୍ଲାଟଫର୍ମ ରହିଛି। ସେହିପରି ୪ ପାଦ ଚଲା ପୋଲ, ଗୋଟିଏ ଏସ୍କାଲେଟର ଶୌଚାଳୟ ସହିତ ଯାତ୍ର୍ରୀଙ୍କ ପାଇଁ କେତେକ ସୁବିଧା ସୁଯୋଗ ରହିଛି। ଷ୍ଟେଶନରେ ପାର୍କିଂ, ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା, ଲିଫ୍ଟ ନ ଥିବା ବେଳେ ଜନ ଆହାରକେନ୍ଦ୍ର ଠିକ୍‌ ଭାବେ କାମ କରୁନାହିଁ, ଅବ୍ୟବସ୍ଥା ଘେରରେ ଶୌଚାଳୟ ରହିଛି। ଆବଶ୍ୟକ ବିଶ୍ରାମାଗାର ନାହିଁ, ଏସ୍କାଲେଟର ଠିକ୍‌ ଭାବେ କାମ କରୁନାହିଁ। ଏଭଲି ଅନେକ ସମସ୍ୟା ଲାଗି ରହିଛି। ୧୮୯୬ରେ ନିର୍ମିିତ ହୋଇଥିବା ଏହି ପୁରାତନ ରେଳଷ୍ଟେଶନଟି ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଡିଭିଜନ ଅଧୀନରେ ରହିଛି।
ସୂଚନା ଅନୁଯାୟୀ, ଏହି ଷ୍ଟେଶନ ଦେଇ ଶତାଧିକ ରେଳ ଯାତାୟାତ କରୁଥିବା ବେଳେ ପ୍ରାୟ ୧୨ ହଜାର ଯାତ୍ରୀ ଏଠାକୁ ଆସୁଛନ୍ତି। ସାଧାରଣ ସରଂକ୍ଷଣ ଓ ପ୍ଲାଟଫର୍ମ ଟିକେଟକୁ ମିଶାଇ ପ୍ରାୟ ୧୫ ଲକ୍ଷ ଟଙ୍କା ଆଦାୟ କରାଯାଉଥିବା ଜଣାପଡିଛି। ବିଗତ ଦିନଗୁଡିକରେ ରେଳ ବିଭାଗ ତରଫରୁ ନିଆଯାଇଥିବା କେତେକ ଆଧୁନିକୀକରଣ ପଦକ୍ଷେପ ଯଥା ଷ୍ଟେଶନରେ ସିସି ଟିଭି କେମେରା, ବରିଷ୍ଠ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ଲିଫ୍ଟ ଆଦି କାମ ବାକି ରହିଛି। ୪ ନମ୍ବର ପ୍ଲାଟଫର୍ମରେ ସବୁ ପ୍ରକାର ଗାଡି ରହୁ ନ ଥିବାରୁ ସେହିବାଟ ଦେଇ ଆସୁଥିବା ଯାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ଅଧିକ ଅସୁବିଧା ଭୋଗୁଛନ୍ତି। ୪ ନମ୍ବର ଷ୍ଟେଶନ ନିକଟରେ ଗତ ୩ ତାରିଖ ରାତିରେ ଜଣେ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ପ୍ଲାଟଫର୍ମରେ ସିସି ଟିଭି କ୍ୟାମେରା ଲାଗି ନ ଥିବାରୁ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ପୋଲିସ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଏନେଇ ଷ୍ଟେଶନ ପ୍ରବନ୍ଧକ ଦୁର୍ଗା ପ୍ରସାଦ ବ୍ରହ୍ମା କୁହନ୍ତି, ଷ୍ଟେଶନରେ ଲାଗି ରହିଥିବା ସମସ୍ୟାଗୁଡିକର ସମାଧାନ ଦିଗରେ ଏବେ ପଦକ୍ଷେପ ନିଆଯାଉଛି। ସିସି ଟିଭି କେମେରାଗୁଡିକ ଆଗକୁ ଅଧିକ କ୍ରିୟାଶୀଳ କରାଯିବ। ପ୍ଲାଟଫର୍ମରେ ଲିଫ୍ଟ କାମ ଚାଲିଛି। ସେହିଭଳି ବାହାରେ ଯାତ୍ରୀମାନଙ୍କ ସୁବିଧା ପାଇଁ ଗୋଟିଏ ସୁଲଭ ଶୌଚାଳୟ, ପାର୍କିଂ ପାଇଁ ସେଡ଼ ବ୍ୟବସ୍ଥା, ଯାତ୍ରୀଙ୍କ ରହଣି ପାଇଁ ସେଡ଼ ଭଳି ଅନେକ ଯୋଜନା ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

‘ବରିଷ୍ଠ ନାଗରିକ ଦେଶର ଅମୂଲ୍ୟ ସମ୍ପଦ’

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିଶନ ଶକ୍ତି ଭବନଠାରେ ଗୁରୁବାର ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ…

ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ: ମୋହନାରୁ ଯାଉଥିଲା ବ୍ରହ୍ମପୁର…

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁ ଛକ ନିକଟରୁ ଗୁରୁବାର ଅବକାରୀ କର୍ମଚାରୀ ୨ଜଣ ଯୁବକଙ୍କ ନିକଟରୁ ୯ କେଜି ୪…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?