ଅନ୍ୟ ରାଜ୍ୟରେ ଫସିରହିଥିବା ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ଯୋଜନା କରୁଛନ୍ତି ସରକାର

ଲକ୍ଷ୍ନୌ,୨୪।୪: ରାଜସ୍ଥାନ କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପରେ ଏବେ ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ସରକାର ଯୋଜନା କରୁଛନ୍ତି। ଶୁକ୍ରବାର କରୋନା ମୁକାବିଲା ପାଇଁ ବସିଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ସୂଚନା ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫସିଥିବା ଶ୍ରମିକମାନେ ୧୪ଦିନର କ୍ୱାରାଣ୍ଟାଇନ୍‌ ପୁରା କରିସାରିଥିବାରୁ ସେମାନଙ୍କୁ ଏବେ ରାଜ୍ୟକୁ ଫେରାଇ ଅଣାଯିବ ବୋଲି ଯୋଗୀ କହିଛନ୍ତି। ଏଥିପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ରାଜ୍ୟରେ ଥିବା ଶ୍ରମିକଙ୍କ ଏକ ବିବରଣୀ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ କୁହାଯାଇଛି। ସେମାନଙ୍କୁ ସ୍କ୍ରନିଂ ଓ ଯାଞ୍ଚ କରାଯିବା ପରେ ସଂପୃକ୍ତ ରାଜ୍ୟ ସରକାରଙ୍କୁ ଶ୍ରମିକମାନଙ୍କୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯିବ। ସେମାନଙ୍କୁ ଅଣାଯିବା ପରେ ପୁଣି ରାଜ୍ୟରେ ୧୪ଦିନ ପାଇଁ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ସେଣ୍ଟରରେ ସେମାନଙ୍କ ପାଇଁ ସମସ୍ତ ସୁବିଧା କରାଯିବ। ଯେଉଁମାନେ କ୍ୱାରାଣ୍ଟାଇନ୍‌ ପୁରା କରିବେ ସେମାନଙ୍କୁ ରାଶନ ସାମଗ୍ରୀ ଓ ୧ହଜାର ଟଙ୍କା ଭତ୍ତା ଦିଆଯିବ ବୋଲି ଯୋଗୀ ଆଦିତ୍ୟନାଥ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପ୍‌ର ପ୍ରଚାର ଗୀତକୁ ବ୍ୟାନ୍‌ କଲା ଇସି

ନୂଆଦିଲ୍ଲୀ,୨୮ା୪:ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକ ସଭା ପ୍ରଚାର ଗୀତ ଉପରେ ନିର୍ବାଚନ କମିଶନ (ଇସି) ପ୍ରତିବନ୍ଧ ଲଗାଇଛି। ଆପ୍‌ ଗୀତ ‘ଜେଲ କେ ଜବାବ...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ମୋଦିଙ୍କ ମନ୍ତବ୍ୟକୁ ସମାଲୋଚନା କରି ଗିରଫ ହେଲେ ଭାଜପା ନେତା

ବିକାନେର,୨୮ା୪: ରାଜସ୍ଥାନରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବିକାନେରର ଭାଜପା ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଉସ୍‌ମାନ ଘନିଙ୍କୁ ଶନ୍ତି ଭଙ୍ଗ କରିବା ଅଭିଯୋଗରେ...

ଆମେ କୌଣସି ପରିସ୍ଥିତିରେ ବି ମୁଣ୍ଡ ନୁଆଁଇବୁ ନାହିଁ: କାହିଁକି ଏମିତି କହିଲେ ପ୍ରତିରକ୍ଷା ମନ୍ତ୍ରୀ

ଅହମ୍ମଦାବାଦ,୨୮।୪: ଭାରତ ଏକ ସାମରିକ ଶକ୍ତିଶାଳୀ ଦେଶରେ ପରିଣତ ହୋଇଛି। ଆମେ ଆମର ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛୁ। ଦେଶର ପ୍ରତିରକ୍ଷା...

ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋ ଡ୍ରଗ୍ସ ଜବତ କଲା ଭାରତ

ନୂଆଦିଲ୍ଲୀ,୨୮।୪: ଭାରତୀୟ ତଟରକ୍ଷୀ ବାହିନୀ ପାକିସ୍ତାନୀ ଡଙ୍ଗାରୁ ୮୬ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛି। ଏହା ସହିତ ଜାହାଜରେ ଥିବା ୧୪ ଜଣଙ୍କୁ ମଧ୍ୟ ଫୋର୍ସ...

ଭାଜପାରେ ଚାଲେ ଆରଏସ୍‌ଏସ୍‌ ମୁଖ୍ୟଙ୍କ ସମ୍ଭିଧାନ:ସଞ୍ଜୟ ସିଂ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ଏକ୍ସାଇଜ ପଲିସି ଦୁର୍ନୀତି ମାମଲାରେ ଦୀର୍ଘ ଦିନ ଧରି ତିହାର ଜେଲରେ ବନ୍ଦୀ ହେବା ପରେ ମୁକ୍ତ ହୋଇଥିବା ଆମ ଆଦମୀ ପାର୍ଟି...

ରାଜଧାନୀରେ ବଦଳିବେ ନାହିଁ ପ୍ରାର୍ଥୀ, ଲଭଲିଙ୍କ ଇସ୍ତଫା ପରେ କଂଗ୍ରେସ ଦୁଇଭାଗ

ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅରବିନ୍ଦର ସିଂ ଲଭଲିଙ୍କ ଇସ୍ତଫା ପରେ ଦଳରେ ଆତଙ୍କ ଖେଳିଯାଇଛି। କୁହାଯାଉଛି ଯେ ଦିଲ୍ଲୀର ଆମ ଆଦମୀ ପାର୍ଟି...

ସ୍ବାଧୀନତା ପରଦିନ ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି ନିଆଯିବାର ଥିଲା: ମୋଦି

ବେଙ୍ଗାଲୁରୁ,୨୮।୪: ଉତ୍ତର କର୍ନାଟକରେ ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କଂଗ୍ରେସ ଏବଂ ଇଣ୍ଡିଆ ଆଲାଇନ୍ସକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri