Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରେ କୋହଲିଙ୍କୁ ପୂରିଲା ୧୧ ବର୍ଷ

Virat Kohli shares emotional post after completing 11 years in international cricket

ନୂଆଦିଲ୍ଲୀ,୧୯।୮: ଭାରତୀୟ କ୍ରିକେଟ ଆଇକନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ସୋମବାର ୧୧ ବର୍ଷ ପୂରଣ କରିଛନ୍ତି। ଆଜିକୁ ଠିକ୍‌ ୧୧ ବର୍ଷ ତଳେ ଦିଲ୍ଲୀ ବ୍ୟାଟ୍ସମ୍ୟାନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ଏବେ ସେ ବିଶ୍ୱର ଶ୍ରେଷ୍ଠ ଓ ଲୋକପ୍ରିୟ ବ୍ୟାଟ୍ସମ୍ୟାନ। ଭାରତୀୟ ଦଳର ଅଧିନାୟକ ଟୁଇଟରରେ ଦୁଇଟି ଫଟୋ ଶେୟାର କରିଛନ୍ତି। ୨୦୦୮ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ର ଏକ ଫଟୋ ଥିବାବେଳେ ଏବେକାର ଏକ ଫଟୋ ଶେୟାର କରି ୧୧ ବର୍ଷର ଅଭିଯାନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଆଜିର ଦିନରେ ମୁଁ ଜଣେ ଟିନଏଜର ଭାବେ ଇଣ୍ଟରନ୍ୟାଶନାଲ କ୍ରିକେଟରେ ଅଭିଯାନ ଆରମ୍ଭ କରିଥିଲି। ମୁଁ କଦାପି ଚିନ୍ତା କରି ନ ଥିଲି ଏଭଳି ଆର୍ଶୀବାଦ ପାଇବି। ୧୯ ବର୍ଷରୁ କମ୍‌ କ୍ରିକେଟରେ ସଫଳତା ପରେ କୋହଲିଙ୍କୁ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିବାକୁ ସୁଯୋଗ ପାଇଥିଲେ। କ୍ୟାରିୟରର ପ୍ରଥମ ମ୍ୟାଚ୍‌ରେ ମାତ୍ର ୧୨ ରନ୍‌ କରି ଆଉଟ୍‌ ହୋଇଥିଲେ। ଏହାର ପର ବର୍ଷ ସେ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ସଂଖ୍ୟକ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ତାଲିକାରେ କେବଳ ସଚିନ ତେନ୍ଦୁଲକର (୧୦୦)ଙ୍କ ପଛକୁ କୋହଲି (୬୮) ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେ ଏପର୍ଯ୍ୟନ୍ତ ୨୩୯ ଦିନିକିଆ, ୭୭ ଟେଷ୍ଟ ଓ ୭୦ ଟି୨୦ ମ୍ୟାଚ୍‌ ଖେଳିସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ

ଝରିଗାଁ, ୧୨/୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଏକମ୍ବା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଶନିବାର ସକାଳୁ ଏକମ୍ବା ଗ୍ରାମସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର…

ବିଶ୍ଵବାସୀଙ୍କୁ ସୁସ୍ଥ ଓ ନିରୋଗ ମାର୍ଗ ଦେଖାଉଛି ଯୋଗ: ଶାରୀରିକ ମାନସିକ ସୁସ୍ଥତା ପାଇଁ ଯୋଗ ନିହାତି ଆବଶ୍ୟକ

ଦିଗପହଣ୍ଡି,୧୨|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ଶନିବାର କଲେଜ ପରିସରରେ ଯୋଗ ଓ ପ୍ରାଣାୟମ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ଆରଟିଆଇ (RTI) ର ବଡ଼ ତଥ୍ୟ, ୭ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ମେକଅପ ପାଇଁ ଖର୍ଚ୍ଚ ହୋଇଛି ଏତିକି କୋଟି ଟଙ୍କା

ଜେରୁଜେଲମ,୧୨।୯: ଇସ୍ରାଏଲରେ, ୨୦୧୯ ମସିହାରୁ ଅଗଷ୍ଟ ୨୦୨୬ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କେଶ ସଜ୍ଜା (hairstyling) ଏବଂ ମେକଅପ ପାଇଁ ପ୍ରାୟ ୪,୭୦,୦୦୦ ଡଲାର (ପାଖାପାଖି ୪ କୋଟି…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ଆଦର୍ଶ ଛାତ୍ର ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚି…

ତୁମୁଡ଼ିବନ୍ଧ, ୧୨।୯ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧସ୍ଥିତ ଜଲେଶପଟ୍ଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଭିକାର…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?