ଅନୁଗୋଳରେ ଧୁମ୍‌ଧାମରେ ହେଲା ଭସାଣି: ଆତସବାଜିରେ ଆକାଶ ଆଲୋକିତ

ଅନୁଗୋଳ ଅଫିସ, ୨୪ା୧୦: ଅନୁଗୋଳ ସହରରେ ଅନୁଷ୍ଠିତ ଲକ୍ଷ୍ମୀପୂଜା ମଙ୍ଗଳବାର ଶେଷ ହୋଇଥିବା ବେଳେ ବୁଧବାର ଭସାଣି ପର୍ବ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ମେଲଣ ଉତ୍ସବକୁ ସେଣ୍ଟ୍ରାଲ ପୂଜା କମିଟି ସଦସ୍ୟ ଓ ଏସ୍‌ଡିପିଓ ଅଶ୍ୱିନୀ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଥାନା ଛକକୁ ବିଭିନ୍ନ ମଣ୍ଡପରୁ ମେଢ଼ ଶୋଭାଯାତ୍ରାରେ ଆସି ମେଲଣରେ ସାମିଲ ହୋଇଥିଲେ। ପରେ ଧୁମ୍‌ଧାମରେ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ବିଭିନ୍ନ ଅଞ୍ଚଳରୁ ଆସିଥିବା ନୃତ୍ୟଦଳ, ବ୍ରାସପାର୍ଟି ଶବ୍ଦରେ ସହର ଦୁଲୁକି ଉଠିଥିଲା। ସେହିପରି ହୁଲୁରିସିଂହା ଓ ବସ୍‌ଷ୍ଟାଣ୍ଡ ପୂଜା କମିଟି ମଧ୍ୟରେ ଆତସବାଜି ପ୍ରଦର୍ଶନ ବେଳେ ରଙ୍ଗବେରଙ୍ଗର ଆଲୋକରେ ଆକାଶ ଆଲୋକିତ ହୋଇଉଠିଥିଲା।


ଭସାଣି ପାଇଁ ପୂଜା କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଘଣ୍ଟ, ଘଣ୍ଟା ସାଙ୍ଗକୁ ପାରମ୍ପରିକ ବାଦ୍ୟ ଯନ୍ତ୍ର, ରାଜ୍ୟ ବାହାରୁ ଆସିଥିବା ବାଦ୍ୟ ସହ ବ୍ରାସ୍‌ ପାର୍ଟିର ତାଳେ ତାଳେ ସେମାନେ ନୃତ୍ୟ କରୁଥିବା ବେଳେ ବର୍ଷାକୁ ମଧ୍ୟ ଖାତିର କରି ନ ଥିଲେ। ଚଳିତବର୍ଷ ଏହି ଭସାଣି ଉତ୍ସବରେ ଆଦିବାସୀ ନୃତ୍ୟ ସାଙ୍ଗକୁ ବିଭିନ୍ନ ପାରମ୍ପରିକ ନୃତ୍ୟ ଓ ବାଦ୍ୟଯନ୍ତ୍ର ସାମିଲ ହୋଇଥିଲା। ଛତିଶଗଡ଼ରୁ ଆସିଥିବା ଧୁମାଲ ବାଜା ଲୋକଙ୍କୁ ବେଶ୍‌ ପ୍ରଭାବିତ କରିଥିଲା। ସେହିପରି ବ୍ରାସପାର୍ଟିର ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ସମସ୍ତଙ୍କୁ ମତୁଆଲା କରୁଥିଲା। ହଜାର ହଜାର ଲୋକ ମା’ଙ୍କ ଭସାଣି ଶୋଭାଯାତ୍ରା ଦେଖିବାକୁ ମଧ୍ୟାହ୍ନରୁ ଭିଡ଼ ଜମାଇଥିଲେ। ସକାଳ ବର୍ଷା ପରେ କିଛି ସମୟ ପାଇଁ ପାଗ ଶୁଖିଲା ରହିବାରୁ ଭିଡ଼ ବେଶ୍‌ ବଢ଼ିଯାଇଥିଲା। ତେବେ ସନ୍ଧ୍ୟାରେ ରାସ୍ତା ପାର୍ଶ୍ୱରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ଶୋଭାଯାତ୍ରା ଉପଭୋଗ କରିବା ସହ ମା’ଙ୍କୁ ମେଲାଣି ଜଣାଇଥିଲେ। ପ୍ରଥମେ ହୁଲୁରୁସିଂହା ଲକ୍ଷ୍ମୀ ପୂଜା କମିଟି ମେଢ଼ ଥିବାବେଳେ ଦ୍ୱିତୀୟରେ ବସ୍‌ଷ୍ଟାଣ୍ଡ ଲକ୍ଷ୍ମୀ ପୂଜା କମିଟି, ତୃତୀୟରେ ଲକ୍ଷ୍ମୀ ବଜାର, ଆନନ୍ଦ ବଜାର, ବଜାର ଛକ, ଭଣ୍ଡୁବର, ନିୟୁ ଡେଲି ମାର୍କେଟ, କଲେଜ ଛକ, ପଞ୍ଚାୟତ ଇଣ୍ଡଷ୍ଟ୍ରିଜ ଛକ, କାଞ୍ଚନଟକିଜ ଛକ, ଆଶ୍ରମ ଛକ ମେଢ଼ ରହିଥିଲେ। ସବୁମେଢ଼ ମେଲଣ ପଡ଼ିଆରେ ପହଞ୍ଚିବା ପରେ ସେଠାରେ ଆତସବାଜି ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ସେହିପରି ଭସାଣିରେ ସାମିଲ ହୋଇ ନ ଥିବା ମେଢ଼ ଗୁଡ଼ିକ ଅଲଗା ରାସ୍ତାରେ ଶୋଭାଯାତ୍ରାରେ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri