Posted inଖେଳ

ଅନିଶ୍ଚିତ ଭବିଷ୍ୟତ

ବିଶ୍ୱର ଦଶମ ମହିଳା ଖେଳାଳିଭାବେ କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିବା ରୁଷିଆର ମାରିଆ ଶାରାପୋଭା ଏବେ ନିଜର ଭବିଷ୍ୟତ ନେଇ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି। ଚଳିତ ଅଷ୍ଟ୍ରେଲିଆନ ଓପନ୍‌ ପ୍ରଥମ ରାଉଣ୍ଡରେ ପରାସ୍ତ ହେବା ପରେ ସେ ଆତ୍ମବିଶ୍ୱାସ ହରାଇଛନ୍ତି। ଏକଦା ବିଶ୍ୱର ୧ ନମ୍ବର ସ୍ଥାନରେ ଥିବା ଏହି ଖେଳାଳି ଏବେ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ। ମାତ୍ର ୧୭ ବର୍ଷ ବୟସରେ ୨୦୦୪ରେ ଓ୍ବିମ୍ବେଲଡ଼ନ ଟାଇଟଲ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଶାରାପୋଭାଙ୍କ ଅବସର ନେଇ ଚର୍ଚ୍ଚା ହେଉଛି…

ବିଶ୍ୱ ଟେନିସର ଗ୍ଲାମର ଗର୍ଲ ରୂପେ ଜଣାଥିବା ରୁଷିଆର ମାରିଆ ଶାରାପୋଭା ଏବେ କ୍ୟାରିୟରର ସବୁଠାରୁ କଷ୍ଟକର ମୁହୂର୍ତ୍ତ ଦେଇ ଗତିକରୁଛନ୍ତି। ୫ଟି ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରି ସଫଳତାର ଶୀର୍ଷକୁ ଛୁଇଁ ଥିବା ଏହି ତାରକା ମହିଳା ଖେଳାଳି କ୍ୟାରିୟରର ଦୋଛକିରେ ପହଞ୍ଚିଛନ୍ତି। ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଚଳିତ ଅଷ୍ଟ୍ରେଲିଆନ ଓପନରେ ପ୍ରଥମ ରାଉଣ୍ଡର ପରାଜୟ ତାଙ୍କ କ୍ୟାରିୟର ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରୋଲିନ୍‌ ଓଜନିଆକି ଏହି ଟୁର୍ନାମେଣ୍ଟ ପରେ ଅବସର ଘୋଷଣା କରିବେ ବୋଲି କହିଥିଲେ। ତେବେ ସେ ପ୍ରଥମ ରାଉଣ୍ଡରେ ବିଜୟୀ ହୋଇଛନ୍ତି। ତେବେ ପ୍ରାରମ୍ଭିକ ରାଉଣ୍ଡରେ ସାରାପୋଭା ଫେଲ୍‌ ମାରିଥିଲେ। ଓ୍ବାଇଲ୍ଡ କାର୍ଡ ଏଣ୍ଟ୍ରି ପାଇଥିବା ଶାରାପୋଭା ୨୩ ବର୍ଷୀୟା କ୍ରୋଏସିଆ ଖେଳାଳି ଡୋନ୍ନା ଭେକିକ୍‌ଙ୍କଠାରୁ ପ୍ରଥମ ରାଉଣ୍ଡରେ ଅତି ସହଜରେ ୬-୩,୬-୪ ସେଟରେ ପରାସ୍ତ ହୋଇଥିଲେ। ଏକଦା ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ରେ ୧ ନମ୍ବର ସ୍ଥାନ ହାସଲ କରିଥିବା ଶାରାପୋଭା ୧୪୫ତମ ସ୍ଥାନରେ ରହି ଅଷ୍ଟ୍ରେଲିଆନ ଓପନ୍‌ ମୁଖ୍ୟ ଡ୍ର’ରେ ପ୍ରବେଶ କରିଥିଲେ। ତେବେ ପ୍ରଥମ ରାଉଣ୍ଡ ପରାଜୟ ପରେ ସେ ଶ୍ରେଷ୍ଠ ୩୫୦ରୁ ବାଦ୍‌ ପଡିବେ।
ପ୍ରଦର୍ଶନରେ ଶାରାପୋଭା ନୈରାଶ୍ୟ ଜାହିର କରିଛନ୍ତି। ଏବେ ସେ ନିଜ କ୍ୟାରିୟର ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ବୋଲି କହିଛନ୍ତି। ୨୦୧୬ ଅଷ୍ଟ୍ରେଲିଆ ଓପନ୍‌ରେ ଡୋପ୍‌ ଟେଷ୍ଟରେ ବିଫଳ ହେବା କାରଣରୁ ସେ ୧୫ ମାସ ବାସନ୍ଦ ହୋଇଥିଲେ। ପୁଣି ଇଞ୍ଜୁରି ମଧ୍ୟ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା। ଫର୍ମ ଓ ଫିଟନେସ୍‌ରେ ସମସ୍ୟା ରହିଥିବା କଥା ସେ ସ୍ବୀକାର କରିଛନ୍ତି। ୩୨ ବର୍ଷରେ ପଦାର୍ପଣ କରିଥିବା ଶାରାପୋଭା ଆତ୍ମବିଶ୍ୱାସ ହରାଇଥିବା ଜଣାପଡୁଛି। ୨୦୦୫ରେ ସେ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏହାପର ବର୍ଷ ସେ ୟୁଏସ୍‌ ଓପନ ଟାଇଟଲ ହାସଲ କରିଥିଲେ। ୨୦୦୭ରେ ପୁଣି ସେ କାନ୍ଧରେ ଆଘାତ ପାଇଥିଲେ। ୨୦୧୨ରେ ସେ ପ୍ରେଞ୍ଚ୍‌ ଓପନ ଜିତି ସବୁ ୪ଟି ଯାକ ମେଜର ଟାଇଟଲ ହାସଲ କରି କ୍ୟାରିୟର ଗ୍ରାଣ୍ଡସ୍ଲାମ ହାସଲ କରିଥିଲେ। ଏହି ସଫଳତା ହାସଲ କରିବାରେ ସେ ବିଶ୍ୱର ୧୦ମ ମହିଳା ଟେନିସ ଖେଳାଳି ସାବ୍ୟସ୍ତ ହୋଇଥିଲେ। ଏହି ବର୍ଷ ମଧ୍ୟ ସେ ଅଲିମ୍ପିକ୍ସରେ ରୌପ୍ୟ ପଦକ ହାସଲ କରିଥିଲେ। ଏହାପରେ ଇଞ୍ଜୁରି ସତ୍ତ୍ୱେ ସେ ୨୦୧୪ରେ ପୁଣି ଥରେ ପ୍ରେଞ୍ଚ୍‌ ଓପନ ଟାଇଟଲ ହାସଲ କରିଥିଲେ। କ୍ୟାରିୟରରେ ୩୬ଟି ଡବ୍ଲ୍ୟୁଟିଏ ଓ ୪ଟି ଆଇଟିଏଫ୍‌ ଟାଇଟଲ ଜିତିଥିବା ଶାରାପୋଭା ଡବଲ୍ସ ଓ ମିକ୍ସଡ ଡବଲ୍ସରେ ମଧ୍ୟ ବେଶ୍‌ ସଫଳ ରହିଥିଲେ। ଆଗକୁ ସେ ଖେଳ ଜାରି ରଖିବେ କି ନା ସେ ନିଶ୍ଚିତ ନୁହଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିଙ୍କ ଭାଗ୍ୟ; ମୋଟା ଅଙ୍କର ହେବ ରୋଜଗାର, ବଢିବ ସମ୍ପତ୍ତି…

ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମବିଶ୍ୱାସ, ମାନ-ସମ୍ମାନ, ନେତୃତ୍ୱ ଏବଂ ପିତାଙ୍କ କାରକ ବୋଲି ଧରାଯାଏ। ତେଣୁ ସୂର୍ଯ୍ୟଙ୍କର ପ୍ରତ୍ୟେକ କାର୍ଯ୍ୟକଳାପ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ସେ ପ୍ରତିମାସରେ ପ୍ରାୟ…

ମୋରମ୍‌ ଖାଦାନରେ ଅଘଟଣ: ପଥର ତଳେ ଚାପି ହୋଇ ନାବାଳକ ମୃତ , ଅନ୍ୟ ଜଣେ ଗୁରୁତର

ଦିଗପହଣ୍ଡି,୨୯।୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଳକ ପଟିଗୁଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟ ମୋରମ୍‌ ଖାଦାନରେ ଶନିବାର ସକାଳେ ମୋରମ୍‌ ଖୋଳୁଥିବା ବେଳେ ପଥର…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

ଫେବୃଆରୀରେ ଲାଗିବ ସୂର୍ଯ୍ୟପରାଗ, ସୂର୍ଯ୍ୟ ଚାରିପଟେ ଦେଖାଯିବ ନିଆଁର ବଳୟ! କେବେ ଦେଖି ନ ଥିବେ…

୬ ଫେବୃଆରୀ ୨୦୨୭ ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହେବ। ଏହି ସମୟରେ ଆକାଶରେ ‘ରିଙ୍ଗ ଅଫ ଫାୟାର୍‌’ (Ring of Fire) ଅର୍ଥାତ ନିଆଁର ବଳୟ…

ଡିଜିଟାଲ ଆରେଷ୍ଟ, ସାଇବର କ୍ରାଇମ୍‌ ନେଇ ସଚେତନ

ପୁରୁଷୋତ୍ତମପୁର,୨୯ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ସବ୍‌ଡିଭିଜିନ ପକ୍ଷରୁ ବରିଷ୍ଠ ନାଗରିକଙ୍କୁ ଡିଜିଟାଲ ଆରେଷ୍ଟ ଓ ସାଇବର ଅପରାଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଏସ୍‌ଡିପିଓ ସୁଜିତ…

ମାର୍ଶାଘାଇରେ ଚାଞ୍ଚଲ୍ୟ: ଘର ଆଗରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ, ପୋଲିସ ଜବତ କରି…

ମାର୍ଶାଘାଇ,୨୯ା୮(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବେରୁହାଁ ପଞ୍ଚାୟତର ହଳଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସ୍ଥାନୀୟ ଅଶୋକ ଦାସଙ୍କ ପୁଅ…

ମାଛଧରା ବନ୍ଦର ପୋତାଶ୍ରୟରେ ଅଘଟଣ: ନିଆଁ ଲାଗି ପୋଡ଼ିଗଲା ମାଛଧରା ଟ୍ରଲର

ପାରାଦୀପ, ୨୮।୮ (ଶରତ ରାଉତ): ପାରାଦୀପ ମାଛଧରା ବନ୍ଦର ପୋତାଶ୍ରୟରେ ଥିବା ଏକ ମାଛଧରା ଟ୍ରଲରରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗି ଟ୍ରଲରଟି ସମ୍ପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri