ଅଡ଼ୁଆରେ ଜମ୍ମୁ-କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦିଙ୍କ ଶାସନରେ ବାବୁମାନେ ଦିଲ୍ଲୀରେ କାମ କରିବାକୁ ଦିନକୁ ଦିନ ଅଧିକ ବିମୁଖ ହେବା ଭଳି ଜଣାପଡୁଛନ୍ତି। ବାସ୍ତବରେ ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ରୀୟ ପ୍ରତିନିଯୁକ୍ତି (ଡେପୁଟେଶନ)ରେ ସବୁଠୁ କମ୍‌ ସଂଖ୍ୟକ ଆଇଏଏସ୍‌ ଅଧିକାରୀ ନିଯୁକ୍ତି ପାଇଛନ୍ତି ବୋଲି ସରକାର ସ୍ବୀକାର କରିଥିବା ଏହି ସ୍ତମ୍ଭରେ ୧୬ ନଭେମ୍ବରରେ ପ୍ରକାଶ ପାଇଥିଲା। ଏହି ଧାରାକୁ ବଦଳାଇବା ଲାଗି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ କୁହାଯାଇଛି ଯେ, ବାଧ୍ୟତାମୂଳକଭାବେ ବାର୍ଷିକ ସ୍ଥାବର ସମ୍ପତ୍ତି ରିଟର୍ନ ଦାଖଲ କରୁ ନ ଥିବା ତଥା ୧୦ ବର୍ଷ ଚାକିରି କରିବା ପରେ ୫ ବର୍ଷ କେନ୍ଦ୍ରୀୟ ଡେପୁଟେଶନରେ ଯିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାକୁ ଗ୍ରହଣ କରୁ ନ ଥିବା ଆଇଏଏସ୍‌ ଅଧିତ୍କାରୀଙ୍କ ଏମ୍‌ପ୍ୟାନେଲମେଣ୍ଟ ଓ ପଦୋନ୍ନତି ବନ୍ଦ କରାଯିବ। ଏହା ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବାବୁମାନଙ୍କୁ ଅଡ଼ୁଆରେ ପକାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଆଗରୁ ଜମ୍ମୁ-କଶ୍ମୀରରେ ବାବୁମାନେ କେବେ ବି ଏହି ନିୟମକୁ ଗୁରୁତ୍ୱ ଦେଇନାହାନ୍ତି। ସମ୍ପ୍ରତି ୧୯ ଜଣ ଆଇଏଏସ୍‌ ଓ ୧୬ ଜଣ ଆଇପିଏସ୍‌ ଅଧିକାରୀ ସେମାନଙ୍କ ସ୍ଥାବର ସମ୍ପତ୍ତି ସମ୍ପର୍କରେ ଘୋଷଣା କରିନାହାନ୍ତି। ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଯେଉଁମାନେ ସ୍ଥାବର ସମ୍ପତ୍ତି ଘୋଷଣା କରିନାହାନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କମିଶନର/ସଚିବ ସ୍ତରର ୪ ଜଣ ଅଧିକାରୀ ଏବଂ ଜମ୍ମୁ-କଶ୍ମୀରର ବିଭିନ୍ନ ଜିଲାରେ ଉପାୟୁକ୍ତ ଭାବେ କାର୍ଯ୍ୟ କରୁଥିବା ୪ ଜଣ ଅଧିକାରୀ। କାର୍ମିକ ମନ୍ତ୍ରଣାଳୟ ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କର ସ୍ଥାବର ସମ୍ପତ୍ତିର ରିଟର୍ନ ଅନ୍‌ଲାଇନରେ ଦାଖଲ କରିବା ପାଇଁ ଏବେ ଏକ ନୂଆ ପରିପତ୍ର ଜାରି କରିଛି। ଜାନୁୟାରୀ ୩୧ ସୁଦ୍ଧା ଏହା କରି ନ ପାରିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଦେଇଛି ମନ୍ତ୍ରଣାଳୟ।
ଖେମ୍‌କାଙ୍କୁ ପୁଣି ବଦଳି
ହରିୟାଣା ଆଇଏଏସ୍‌ ଅଧିକାରୀ ତଥା ହ୍ବିସିଲ୍‌ବ୍ଲୋୟର ଅଶୋକ ଖେମ୍‌କା ବାବୁ ମହଲରେ ଜଣେ ଅଲଗା ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। ଖେମ୍‌କାଙ୍କର ୨୮ ବର୍ଷ ଚାକିରି ମଧ୍ୟରେ ତାଙ୍କୁ ୫୩ ଥର ବଦଳି କରାଯାଇଛି। ଏହା ବାସ୍ତବରେ ଏକ ରେକର୍ଡ, ଯାହା ବହୁଦିନ ଯାଏ ଅପରିବର୍ତ୍ତିତ ରହିବ। ଯଦିଓ ଖେମ୍‌କା ତାଙ୍କ ଅସନ୍ତୋଷ ବିଷୟରେ ଟୁଇଟ୍‌ କରିବା ବ୍ୟତୀତ ଏବେ ସୁଦ୍ଧା ତାଙ୍କର ଏଭଳି ଅଚାନକ ବଦଳି ବାବଦରେ ପ୍ରତିକ୍ରିୟା ଦେଇନାହାନ୍ତି, ତାଙ୍କ ସିଭିଲ ସର୍ଭିସ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ବିଭାଗର ବହୁ ପଦରେ ରହିଛନ୍ତି। ୧୯୯୧ ବ୍ୟାଚ୍‌ର ଏହି ଅଧିତ୍କାରୀ ଭୂମି ପ୍ରଶାସନ, ଗୃହ ନିର୍ମାଣ, ଏଡ୍‌ସ ନିୟନ୍ତ୍ରଣ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ଯୋଜନା, ମତ୍ସ୍ୟ, ଯୋଗାଣ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଭଳି ଅନେକ ବିଭାଗରେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କୁ ବିଜ୍ଞାନ ଓ ପ୍ରୌଦ୍ୟୋଗିକ ବିଭାଗରୁ ଅଭିଲେଖାଗାର ବିଭାଗକୁ ବଦଳି କରାଯାଇଛି। ୨୦୧୨ରେ ଖେମ୍‌କା ଚକବନ୍ଦୀ ବିଭାଗର ମୁଖ୍ୟ ଭାବେ ଥିବାବେଳେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଲ୍ୟାଣ୍ଡ୍‌ ଡିଲ୍‌କୁ ରଦ୍ଦ କରିଦେବା ପରେ ତାଙ୍କର ଏହି ଯାଯାବର କ୍ୟାରିୟର ଚର୍ଚ୍ଚାକୁ ଆସିଥିଲା। ତାଙ୍କୁ ହଟାଇବା ପୂର୍ବରୁ ସେ ଏହି ପଦରେ ମାତ୍ର ୩ ମାସ ରହିଥିତ୍ଲେ। ରାଜ୍ୟରେ ଯେଉଁ ସରକାର କ୍ଷମତାରେ ରହନ୍ତୁ ନା କାହିଁକି ଖେମ୍‌କା କ୍ରମାଗତ ଭାବେ ରାଜନେତାଙ୍କ ଆକ୍ରୋଶର ଶିକାର ହୋଇଆସୁଛନ୍ତି।
ବିପଦରେ କ୍ଷେତ୍ରାଧିକାର
ମୋଦି ସରକାର ‘ସ୍ବର୍ଗରେ ଜନ୍ମିତ’ ବାବୁମାନଙ୍କୁ ଗୁରୁତ୍ୱ ଦେଉ ନ ଥିବା ଦେଖାଯାଉଛି। ସରକାର ବରିଷ୍ଠ ପଦପଦବୀରେ ଆଇଏଏସ୍‌ ଅଧିକାରୀଙ୍କ ଦଖଲକୁ କୋହଳ କରିଚାଲିଛନ୍ତି। ଯେଉଁ ପଦବୀଗୁଡ଼ିକୁ ଦଶନ୍ଧି ଦଶନ୍ଧି ଧରି ନିଜର ‘କ୍ଷେତ୍ରାଧିକାର’ ବୋଲି ଆଇଏଏସ୍‌ ବାବୁମାନେ ମନେ କରିଆସିଛନ୍ତି ସେଠାରେ ଅନ୍ୟାନ୍ୟ ସେବାର ଅଧିକାରୀମାନଙ୍କୁ ସରକାର ନିଯୁକ୍ତି ଦେଉଛନ୍ତି। ନିକଟରେ ସରକାର ୪ ଜଣ ଅଣ-ଆଇଏଏସ୍‌ ବାବୁଙ୍କୁ ସଚିବ କିମ୍ବା ସଚିବ ତୁଲ୍ୟ ପଦଗୁଡିକରେ ଅବସ୍ଥାପିତ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଦୀର୍ଘଦିନ ଯାଏ ଆଇଏଏସ୍‌ ବାବୁଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି କରିଚାଲିବ। ଏପର୍ଯ୍ୟନ୍ତ କେବଳ ଆଇଏଏସ୍‌ ବାବୁମାନଙ୍କୁ ସଚିବସ୍ତରୀୟ ପଦରେ ନିଯୁକ୍ତି ପାଇଁ ତାଲିକାଭୁକ୍ତ କରାଯାଇ ଆସୁଥିଲା, ଯଦିଚ ଅନ୍ୟ ଗ୍ରୁପ୍‌ ଏ ସେବା ଅଧିକାରୀମାନଙ୍କୁ ସେମାନଙ୍କ ନିଜ କ୍ୟାଡରରେ ଥିବା ଶୀର୍ଷ ପଦବୀ ଦିଆଯାଇଛି। ତେବେ ଏହି ଅଧିସୂଚନା ପ୍ରକାଶ ମାଧ୍ୟମରେ ମୋଦି ସରକାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ‘ସ୍ବର୍ଗରେ ଜନ୍ମିତ’ ବାବୁମାନଙ୍କୁ ତଥା ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ‘କ୍ଷେତ୍ରାଧିକାର’କୁ ମାନିବା ଲାଗି ସରକାର ବାଧ୍ୟ ନୁହନ୍ତି। ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ୪ ଜଣ ଅଣ-ଆଇଏଏସ୍‌ ଅଧିକାରୀ ହେଲେ ଇଣ୍ଡିଆନ ଅଡିଟ ଆଣ୍ଡ୍‌ ଆକାଉଣ୍ଟସ୍‌ ସେବାର ପ୍ରେମ କୁମାର କଟାରିୟା, ଭାରତୀୟ ବନ ସେବାର ପ୍ରଶାନ୍ତ କୁମାର, ଭାରତୀୟ ରାଜସ୍ବ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ର ଏବଂ ଶେଫାଳି ଶାହ। ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରହିଥିବାବେଳେ ଶାହ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଅଛନ୍ତି। ସେହିଭଳି ପ୍ରଶାନ୍ତ କୁମାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଓ କଟାରିୟା ବୟନଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଛନ୍ତି। ବାସ୍ତବରେ ଏହା ହେଉଛି ସବ୍‌କା ସାଥ୍‌, ସବ୍‌କା ବିକାଶ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri