ଅଡ଼ୁଆରେ ଜମ୍ମୁ-କଶ୍ମୀର ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ମୋଦିଙ୍କ ଶାସନରେ ବାବୁମାନେ ଦିଲ୍ଲୀରେ କାମ କରିବାକୁ ଦିନକୁ ଦିନ ଅଧିକ ବିମୁଖ ହେବା ଭଳି ଜଣାପଡୁଛନ୍ତି। ବାସ୍ତବରେ ଗତ ପାଞ୍ଚବର୍ଷ ମଧ୍ୟରେ କେନ୍ଦ୍ରୀୟ ପ୍ରତିନିଯୁକ୍ତି (ଡେପୁଟେଶନ)ରେ ସବୁଠୁ କମ୍‌ ସଂଖ୍ୟକ ଆଇଏଏସ୍‌ ଅଧିକାରୀ ନିଯୁକ୍ତି ପାଇଛନ୍ତି ବୋଲି ସରକାର ସ୍ବୀକାର କରିଥିବା ଏହି ସ୍ତମ୍ଭରେ ୧୬ ନଭେମ୍ବରରେ ପ୍ରକାଶ ପାଇଥିଲା। ଏହି ଧାରାକୁ ବଦଳାଇବା ଲାଗି କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ପକ୍ଷରୁ କୁହାଯାଇଛି ଯେ, ବାଧ୍ୟତାମୂଳକଭାବେ ବାର୍ଷିକ ସ୍ଥାବର ସମ୍ପତ୍ତି ରିଟର୍ନ ଦାଖଲ କରୁ ନ ଥିବା ତଥା ୧୦ ବର୍ଷ ଚାକିରି କରିବା ପରେ ୫ ବର୍ଷ କେନ୍ଦ୍ରୀୟ ଡେପୁଟେଶନରେ ଯିବା ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ତାକୁ ଗ୍ରହଣ କରୁ ନ ଥିବା ଆଇଏଏସ୍‌ ଅଧିତ୍କାରୀଙ୍କ ଏମ୍‌ପ୍ୟାନେଲମେଣ୍ଟ ଓ ପଦୋନ୍ନତି ବନ୍ଦ କରାଯିବ। ଏହା ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ବାବୁମାନଙ୍କୁ ଅଡ଼ୁଆରେ ପକାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଆଗରୁ ଜମ୍ମୁ-କଶ୍ମୀରରେ ବାବୁମାନେ କେବେ ବି ଏହି ନିୟମକୁ ଗୁରୁତ୍ୱ ଦେଇନାହାନ୍ତି। ସମ୍ପ୍ରତି ୧୯ ଜଣ ଆଇଏଏସ୍‌ ଓ ୧୬ ଜଣ ଆଇପିଏସ୍‌ ଅଧିକାରୀ ସେମାନଙ୍କ ସ୍ଥାବର ସମ୍ପତ୍ତି ସମ୍ପର୍କରେ ଘୋଷଣା କରିନାହାନ୍ତି। ଆଇଏଏସ୍‌ ଅଧିକାରୀମାନଙ୍କ ମଧ୍ୟରେ ଯେଉଁମାନେ ସ୍ଥାବର ସମ୍ପତ୍ତି ଘୋଷଣା କରିନାହାନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି କମିଶନର/ସଚିବ ସ୍ତରର ୪ ଜଣ ଅଧିକାରୀ ଏବଂ ଜମ୍ମୁ-କଶ୍ମୀରର ବିଭିନ୍ନ ଜିଲାରେ ଉପାୟୁକ୍ତ ଭାବେ କାର୍ଯ୍ୟ କରୁଥିବା ୪ ଜଣ ଅଧିକାରୀ। କାର୍ମିକ ମନ୍ତ୍ରଣାଳୟ ଆଇଏଏସ୍‌ ଅଧିକାରୀମାନେ ସେମାନଙ୍କର ସ୍ଥାବର ସମ୍ପତ୍ତିର ରିଟର୍ନ ଅନ୍‌ଲାଇନରେ ଦାଖଲ କରିବା ପାଇଁ ଏବେ ଏକ ନୂଆ ପରିପତ୍ର ଜାରି କରିଛି। ଜାନୁୟାରୀ ୩୧ ସୁଦ୍ଧା ଏହା କରି ନ ପାରିଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରିଦେଇଛି ମନ୍ତ୍ରଣାଳୟ।
ଖେମ୍‌କାଙ୍କୁ ପୁଣି ବଦଳି
ହରିୟାଣା ଆଇଏଏସ୍‌ ଅଧିକାରୀ ତଥା ହ୍ବିସିଲ୍‌ବ୍ଲୋୟର ଅଶୋକ ଖେମ୍‌କା ବାବୁ ମହଲରେ ଜଣେ ଅଲଗା ବ୍ୟକ୍ତିତ୍ୱ ଭାବେ ଜଣାଶୁଣା। ଖେମ୍‌କାଙ୍କର ୨୮ ବର୍ଷ ଚାକିରି ମଧ୍ୟରେ ତାଙ୍କୁ ୫୩ ଥର ବଦଳି କରାଯାଇଛି। ଏହା ବାସ୍ତବରେ ଏକ ରେକର୍ଡ, ଯାହା ବହୁଦିନ ଯାଏ ଅପରିବର୍ତ୍ତିତ ରହିବ। ଯଦିଓ ଖେମ୍‌କା ତାଙ୍କ ଅସନ୍ତୋଷ ବିଷୟରେ ଟୁଇଟ୍‌ କରିବା ବ୍ୟତୀତ ଏବେ ସୁଦ୍ଧା ତାଙ୍କର ଏଭଳି ଅଚାନକ ବଦଳି ବାବଦରେ ପ୍ରତିକ୍ରିୟା ଦେଇନାହାନ୍ତି, ତାଙ୍କ ସିଭିଲ ସର୍ଭିସ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ବିଭାଗର ବହୁ ପଦରେ ରହିଛନ୍ତି। ୧୯୯୧ ବ୍ୟାଚ୍‌ର ଏହି ଅଧିତ୍କାରୀ ଭୂମି ପ୍ରଶାସନ, ଗୃହ ନିର୍ମାଣ, ଏଡ୍‌ସ ନିୟନ୍ତ୍ରଣ, ଅର୍ଥ, ଗ୍ରାମ୍ୟ ଉନ୍ନୟନ, ଯୋଜନା, ମତ୍ସ୍ୟ, ଯୋଗାଣ, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ଭଳି ଅନେକ ବିଭାଗରେ କାର୍ଯ୍ୟ କରିଛନ୍ତି। ଏବେ ତାଙ୍କୁ ବିଜ୍ଞାନ ଓ ପ୍ରୌଦ୍ୟୋଗିକ ବିଭାଗରୁ ଅଭିଲେଖାଗାର ବିଭାଗକୁ ବଦଳି କରାଯାଇଛି। ୨୦୧୨ରେ ଖେମ୍‌କା ଚକବନ୍ଦୀ ବିଭାଗର ମୁଖ୍ୟ ଭାବେ ଥିବାବେଳେ ସେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ରବର୍ଟ ଭଦ୍ରାଙ୍କ ଲ୍ୟାଣ୍ଡ୍‌ ଡିଲ୍‌କୁ ରଦ୍ଦ କରିଦେବା ପରେ ତାଙ୍କର ଏହି ଯାଯାବର କ୍ୟାରିୟର ଚର୍ଚ୍ଚାକୁ ଆସିଥିଲା। ତାଙ୍କୁ ହଟାଇବା ପୂର୍ବରୁ ସେ ଏହି ପଦରେ ମାତ୍ର ୩ ମାସ ରହିଥିତ୍ଲେ। ରାଜ୍ୟରେ ଯେଉଁ ସରକାର କ୍ଷମତାରେ ରହନ୍ତୁ ନା କାହିଁକି ଖେମ୍‌କା କ୍ରମାଗତ ଭାବେ ରାଜନେତାଙ୍କ ଆକ୍ରୋଶର ଶିକାର ହୋଇଆସୁଛନ୍ତି।
ବିପଦରେ କ୍ଷେତ୍ରାଧିକାର
ମୋଦି ସରକାର ‘ସ୍ବର୍ଗରେ ଜନ୍ମିତ’ ବାବୁମାନଙ୍କୁ ଗୁରୁତ୍ୱ ଦେଉ ନ ଥିବା ଦେଖାଯାଉଛି। ସରକାର ବରିଷ୍ଠ ପଦପଦବୀରେ ଆଇଏଏସ୍‌ ଅଧିକାରୀଙ୍କ ଦଖଲକୁ କୋହଳ କରିଚାଲିଛନ୍ତି। ଯେଉଁ ପଦବୀଗୁଡ଼ିକୁ ଦଶନ୍ଧି ଦଶନ୍ଧି ଧରି ନିଜର ‘କ୍ଷେତ୍ରାଧିକାର’ ବୋଲି ଆଇଏଏସ୍‌ ବାବୁମାନେ ମନେ କରିଆସିଛନ୍ତି ସେଠାରେ ଅନ୍ୟାନ୍ୟ ସେବାର ଅଧିକାରୀମାନଙ୍କୁ ସରକାର ନିଯୁକ୍ତି ଦେଉଛନ୍ତି। ନିକଟରେ ସରକାର ୪ ଜଣ ଅଣ-ଆଇଏଏସ୍‌ ବାବୁଙ୍କୁ ସଚିବ କିମ୍ବା ସଚିବ ତୁଲ୍ୟ ପଦଗୁଡିକରେ ଅବସ୍ଥାପିତ କରିବା ପାଇଁ ତାଲିକାଭୁକ୍ତ କରିଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତି ଦୀର୍ଘଦିନ ଯାଏ ଆଇଏଏସ୍‌ ବାବୁଙ୍କ ମଧ୍ୟରେ କ୍ରୋଧ ଓ ଅସନ୍ତୋଷ ସୃଷ୍ଟି କରିଚାଲିବ। ଏପର୍ଯ୍ୟନ୍ତ କେବଳ ଆଇଏଏସ୍‌ ବାବୁମାନଙ୍କୁ ସଚିବସ୍ତରୀୟ ପଦରେ ନିଯୁକ୍ତି ପାଇଁ ତାଲିକାଭୁକ୍ତ କରାଯାଇ ଆସୁଥିଲା, ଯଦିଚ ଅନ୍ୟ ଗ୍ରୁପ୍‌ ଏ ସେବା ଅଧିକାରୀମାନଙ୍କୁ ସେମାନଙ୍କ ନିଜ କ୍ୟାଡରରେ ଥିବା ଶୀର୍ଷ ପଦବୀ ଦିଆଯାଇଛି। ତେବେ ଏହି ଅଧିସୂଚନା ପ୍ରକାଶ ମାଧ୍ୟମରେ ମୋଦି ସରକାର ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ, ‘ସ୍ବର୍ଗରେ ଜନ୍ମିତ’ ବାବୁମାନଙ୍କୁ ତଥା ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ‘କ୍ଷେତ୍ରାଧିକାର’କୁ ମାନିବା ଲାଗି ସରକାର ବାଧ୍ୟ ନୁହନ୍ତି। ସରକାରଙ୍କ ଦ୍ୱାରା ତାଲିକାଭୁକ୍ତ ୪ ଜଣ ଅଣ-ଆଇଏଏସ୍‌ ଅଧିକାରୀ ହେଲେ ଇଣ୍ଡିଆନ ଅଡିଟ ଆଣ୍ଡ୍‌ ଆକାଉଣ୍ଟସ୍‌ ସେବାର ପ୍ରେମ କୁମାର କଟାରିୟା, ଭାରତୀୟ ବନ ସେବାର ପ୍ରଶାନ୍ତ କୁମାର, ଭାରତୀୟ ରାଜସ୍ବ ସେବା ଅଧିକାରୀ ସଞ୍ଜୟ କୁମାର ମିଶ୍ର ଏବଂ ଶେଫାଳି ଶାହ। ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ରହିଥିବାବେଳେ ଶାହ ଖାଉଟି ବ୍ୟାପାର ବିଭାଗର ଅତିରିକ୍ତ ସଚିବ ଅଛନ୍ତି। ସେହିଭଳି ପ୍ରଶାନ୍ତ କୁମାର ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ସଚିବ ଓ କଟାରିୟା ବୟନଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଅଛନ୍ତି। ବାସ୍ତବରେ ଏହା ହେଉଛି ସବ୍‌କା ସାଥ୍‌, ସବ୍‌କା ବିକାଶ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?