Posted inଫୁରସତ

ଅଟୋ ରାଣୀ: ପରିବାରର ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଅଣ୍ଟା ଭିଡିଥିବା ସେଭଳି କିଛି ମହିଳାଙ୍କ ସମ୍ପର୍କରେ

ଆଜିର ଯୁଗରେ ମହିଳାମାନଙ୍କ ପକ୍ଷେ ବିଭିନ୍ନ ମୋଟରଯାନ ଚଳାଇବା କିଛି ଅସମ୍ଭବ ନୁହେଁ । ମାତ୍ର ସମାଜରେ ଏମିତି ଅନେକ ମହିଳା ଅଛନ୍ତି, ଯେଉଁମାନେ କି ପରିବାରର ଆର୍ଥତ୍କ ଅଭାବ ଯୋଗୁ ଘର ଚଳେଇବାରେ ନାନାପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏଥିଯୋଗୁ ପରିବାରରେ କେବଳ ପୁରୁଷ ନୁହନ୍ତି ଆର୍ଥତ୍କ ବିକାଶ ନିମନ୍ତେ ମହିଳାମାନେ ବିଭିନ୍ନ ପ୍ରକାରର କାର୍ଯ୍ୟପନ୍ଥା ଅବଲମ୍ବନ କରିଥାନ୍ତି। ଏଥିପାଇଁ ଅନେକ କଷ୍ଟ ସହ୍ୟ କରିବାକୁ ପଡ଼ୁଥିଲେ ମଧ୍ୟ ବେଳେବେଳେ ପରିସ୍ଥିତି ଏମାନଙ୍କୁ ସ୍ବାବଲମ୍ବୀ ହେବାରେ କିଛି ନିଆରା ବାଟ ଦେଖାଇଥାଏ। ସେ ବୋହୂ ହେଉ କି ଝିଅ। ନିଜ ପରିବାର ଗୁଜୁରାଣ ପାଇଁ ଅଟୋରିକ୍ସା ଚଳେଇବାରେ ସହାୟକ ହୋଇପାରିଛନ୍ତି। ସେମିତି କେତେଜଣ ଅଟୋରିକ୍ସା ଚାଳିକାଙ୍କ ସମ୍ପର୍କରେ …

ରାଜ୍‌ କିଶୋରୀଙ୍କ ସଙ୍କଳ୍ପ- ଘରେ ଯେତିକି ରୋଜଗାର ହେଉଥିଲା ସେତିକିରେ ପରିବାର ଚଳିବା କଷ୍ଟ ହୋଇପଡ଼ୁଥିଲା। ସବୁବେଳେ ଚିନ୍ତିତ ରହୁଥିଲୁ। ଗୋଟେ ଯୋଜନା ଜୁଟିଲା। ତା’ ପରେ ସେଥିରେ ରୋଜଗାର କରି ପରିବାର ଚଳେଇପାରୁଛି। ସେ ହେଲେ ରାଜ୍‌ କିଶୋରୀ ଟେଟେ। ବୟସ ୩୬। ଘର ଦେବଗଡ ଜିଲା ତିଲେଇବଣି ବ୍ଲକର ଗଜେରିବଣୀ ଗ୍ରାମରେ। ସେ କୁହନ୍ତି, ମୋର ଶିକ୍ଷା ଦଶମ । ସ୍ବାମୀ ଜଣେ ବସ ଡ଼୍ରାଇଭର, ମାତ୍ର ଶାଶୁଘରେ ଚଳଣିରେ ଘୋର ଅଭାବ ଅସୁବିଧା ଦେଖାଦେଲା। ଦିନକୁଦିନ ଅଭାବ ଅସୁବିଧା ବଢିବାରେ ଲାଗିଲା କିନ୍ତୁ ନିଜେ କିପରି ସ୍ବାବଲମ୍ବୀ ହୋଇ ଚଳିବି ସେଥିପାଇଁ ଚିନ୍ତା କଲି। ଏଥିପାଇଁ ସ୍ବାମୀଙ୍କ ସହଯୋଗ ରହିଲା। ଅଟୋରିକ୍ସା ଚାଳନା ଶିଖିଲି। ଏବେ ଦୀର୍ଘ ୭ମାସ ହେଲା ମୁଁ ଅଟୋରିକ୍ସା ଚଳାଉଛି। ପ୍ରତିଦିନ ଭୋରରୁ ଉଠି ନିଜର ପିଲାଛୁଆ ଓ ସ୍ବାମୀଙ୍କର ନିତ୍ୟକର୍ମ ସାରି ଅଟୋ ରିକ୍ସାଧରି ଦେବଗଡ ସହର ବସଷ୍ଟାଣ୍ଡ ପହଞ୍ଚିଥାଏ। ଯାତ୍ରୀମାନଙ୍କୁ ଡାକ୍ତରଖାନା, ଥାନା ଏପରି କି ଯିଏ ଯେଉଁଠି କି ଯିବ ତାଙ୍କୁ ଅଟୋରିକ୍ସାରେ ନେଇଥାଏ। ମତେ କେହିକେବେ ହଇରାଣ କରିନାହାନ୍ତି । ପ୍ରତ୍ୟେକ ଦିନ ୩୦୦ରୁ ୪୦୦ ଟଙ୍କା ରୋଜଗାର ହୋଇଥାଏ। ଏଥିରେ ଘରର କିଛି ଆବଶ୍ୟକତା ପୂର୍ଣ୍ଣ ହୋଇଯାଉଛି। ମୋର ପରିବାର କହିଲେ ମୋର ସ୍ବାମୀ, ଦୁଇଟି ପୁଅ, ଗୋଟିଏ ଝିଅ। ବଡ ପୁଅ ୬ଷ୍ଠ ଶ୍ରେଣୀରେ, ସାନପୁଅ ୪ର୍ଥ ଓ ଝିଅ ୨ୟ ଶ୍ରେଣୀରେ ପଢନ୍ତି। ଏତିକିରେ ମୁଁ ଖୁସୀ । ମୋର ସ୍ବପ୍ନ ଅଛି ପିଲାଛୁଆଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ। ଜଣେ ମହିଳା ଅଟୋଚାଳିକା ଭାବେ ନିଜ ପରିବାରର ଭବିଷ୍ୟତ ପାଇଁ ରୋଜଗାର କରିପାରୁଥିବାରୁ ଅନ୍ୟମାନଙ୍କ ମଧ୍ୟରେ ମୋତେ ଏକ ନିଆରା ପରିଚୟ ମିଳିଛି।

ଝାନ୍‌ସୀ ରାଣୀଙ୍କ କଥା- ଆମ ଘର ମୟୂରଭଞ୍ଜ ଜିଲାର ବାରିପଦା ସହର ନିକଟସ୍ଥ ମହୁଲିଆ ଗ୍ରାମରେ । ବାପା ଅଜୟ କୁମାର ପଣ୍ଡା। ମା’ ହରପ୍ରିୟା ଓ ଚାରିଭାଇ ଭଉଣୀଙ୍କୁ ନେଇ ଆମ ସଂସାର। ମୁଁ ଝାନ୍‌ସ ରାଣୀ ହେଉଛି ଘରର ସର୍ବକନିଷ୍ଠ। ମୋ ବାପା ଜଣେ ଘରୋଇ ବସ୍‌ ଡ୍ରାଇଭର। ଗାଁରେ ବି ବେଳେବେଳ ସେ ଅନ୍ୟର ଅଟୋରିକ୍ସା ଚଳାଇଥାନ୍ତି। ଆଉ ସେଥିରେ ମାସକୁ ଯାହା କିଛି ରୋଜଗାର ହୁଏ ଆମ ପରିବାର ଚଳେ। ଏମିତି କଥାକୁ ବଖାଣିଥିଲେ ଝାନ୍‌ସୀ ରାଣୀ ପଣ୍ଡା। ସେ କୁହନ୍ତି, ଘରର ଆର୍ଥତ୍କାବସ୍ଥା ସ୍ବଚ୍ଛଳ ନ ଥିବାରୁ ଘର ଚଳିବାରେ ବହୁତ କଷ୍ଟ ହୋଇପଡ଼ୁଥିଲା। ପୁଣି ଆମେ ଭାଇ ଭଉଣୀ ସମସ୍ତେ ଭଲ ପଢୁଥିଲୁ କିନ୍ତୁ ଅର୍ଥାଭାବ ଯୋଗୁ ପଢାରେ ବି ଅସୁବିଧା ଉପୁଜୁଥିଲା। ସେତେବେଳେ ମୁଁ ମାଟ୍ରିକରେ ପ୍ରଥମସ୍ଥାନ ହାସଲ କରିଥିଲେ ହେଁ ଅଧିକ ପଢିବା ପାଇଁ ଟଙ୍କାର ଅଭାବ ଥିଲା। କେମିତି ଭଲ ପଢିବି ବଡ଼ ଚାକିରି କରିବି ସେଥିପାଇଁ ଭାବୁଥିଲି। ତେବେ ସ୍ବପ୍ନ ସବୁ ଅଧାରୁ ବାଟବଣା ହୋଇଯାଉଥିଲା। କାରଣ ବାପାଙ୍କ ସ୍ବଳ୍ପ ରୋଜଗାର ଯଥେଷ୍ଟ ହେଉ ନ ଥିଲା। ଅଭାବ ଅସୁବିଧା ଲାଗି ରହୁଥିଲା। ସେତେବେଳେ ବଡ଼ ଭଉଣୀ ଷ୍ଟେନୋଗ୍ରାଫି ସହିତ ବି.ଏ. ପଢୁଥାଏ। ମଝିଆ ଭଉଣୀ ବି.କମ୍‌ ଓ ସାନ ଭଉଣୀ ଷ୍ଟାଣ୍ଡାର୍ଡ ୪ର୍ଥରେ ପଢୁଥାଏ। ଏମିତି ପରିସ୍ଥିତିରେ ଘରର ଆର୍ଥତ୍କ ପରିସ୍ଥିତିରେ କିପରି ପରିବର୍ତ୍ତନ ହେବ ସେଥିପାଇଁ ଚିନ୍ତାକଲି । ଅଧିକ ପଢିବାକୁ ହେଲେ କିଛି ରୋଜଗାର କରିବାକୁ ହେବ ବୋଲି ଯୋଜନାକଲି। ବେଳେବେଳେ ବାପାଙ୍କ ସହିତ ଗାଁରୁ ଅଟୋରିକ୍ସାରେ ବାରିପଦାକୁ ଯାଉଥିଲି। ଦୃଢମନରେ ଥରେ ବାପାଙ୍କୁ କହିଲି ଅଟୋ ଡ୍ରାଇଭିଂ ଶିଖିବି । ଏଥିରେ ବାପା ରାଜି ହେଲେ। ତା’ ପରେ ମନରେଥିବା ଆଗ୍ରହକୁ କାମରେ ଲଗାଇଥିଲି। କିଛିଦିନରେ ଅଟୋ ଚଳାଇବା ଶିଖିଗଲି । ତା’ ପରେ ଭାବିଲି ଯଦି ଏମିତିରେ କିଛି ରୋଜଗାର କରି ପରିବାରରେ ସହଯୋଗ କରିପାରନ୍ତି କେମିତି ହୁଅନ୍ତା । ଏକଥା ଭାବି ଦିନେ ମା’ଙ୍କୁ ଅଟୋରେ ବସାଇ ବାରିପଦା ବାଘଡ଼ା ରୋଡ଼ରେ ଯାଉଥିଲି । ସେତିକି ବେଳେ ଜଣେ ବ୍ୟକ୍ତି ନିଜ ପରିବାର ସହ ବସଷ୍ଟାଣ୍ଡକୁ ଯିବା ପାଇଁ ମୋତେ ଅନୁରୋଧ କରିଥିଲେ । ସେଦିନ ସେହି ବ୍ୟକ୍ତିଙ୍କ ସହ ତାଙ୍କ ପରିବାରର ଆଉ କେତେଜଣ ସଦସ୍ୟଙ୍କୁ ମୁଁ ଅଟୋରେ ବସାଇ ବସଷ୍ଟାଣ୍ଡରେ ପହଞ୍ଚାଇ ଦେଇଥିଲି। ଏଥିପାଇଁ ସେ ମୋତେ ଅଟୋଭଡ଼ା ବାବଦକୁ ୪୦ଟଙ୍କା ଦେଇଥିଲେ। ତା’ ପରେ ରୋଜଗାର ପ୍ରତି ମୋ ମନରେ ଅଧିକ ନିଶା ବଢିଯାଇଥିଲା । ମା’ଙ୍କୁ ଘରେ ଛାଡ଼ି ଦେଇ ପୁଣିଥରେ ଅଟୋ ଧରି ପହଞ୍ଚି ଥିତ୍ଲି ଛକ ଜାଗାରେ । ପୁଣି ଏକ ଭଡ଼ା ମିଳିଯାଇଥିଲା। ସେଦିନ ଅଟୋଚଳାଇ ୨୫୦ଟଙ୍କା ରୋଜଗାର ହୋଇଥିଲା। ସେବେଠାରୁ ଅଟୋ ଚଳାଇ ରୋଜଗାର କରୁଛି। ପ୍ରଥମେ ପ୍ରଥମେ ଅଟୋ ଚଳାଇଲା ବେଳେ କେହି କେହି ଅନେକ କଥା କହିଛନ୍ତି ଏପରି କି ଯୁକ୍ତ ଦୁଇ ପଢିଲା ବେଳେ ମୋର କେତେକ ସାଙ୍ଗ ମୋ ସହିତ ବି କଥା ହେଲେ ନାହିଁ। ମାତ୍ର ଏମିତି କଥା ପ୍ରତି ଗୁରୁତ୍ୱ ନ ଦେଇ ମୁଁ ଅଟୋଚଳାଇବା ଜାରି ରଖିଲି। ତେବେ ପରବର୍ତ୍ତୀ ସମୟରେ ଲୋକେ ମୋତେ ପ୍ରଶଂସା କଲେ। ଆଉ ଗଣମାଧ୍ୟମରେ ମୋ କଥା ବାହାରିଲା । ମୋ ମନୋବଳ ଦୃଢ ହୋଇପାରିଲା । ଏମିତିରେ ବଡ଼ଭଉଣୀର ବାହାଘର ସରିଯାଇଛି। ମଝିଆ ଭଉଣୀ ଏକ ଏନ୍‌ଜିଓରେ କାମ କରୁଛି। ସାନଭଉଣୀ ପଢୁଛି। ମୁଁ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ୱବିଦ୍ୟାଳୟରେ ଇକୋନମି ଅନର୍ସ ରଖି ପଢୁଛି। ଅଟୋରିକ୍ସା ଚଳାଇ ପରିବାରର ରୋଜଗାରରେ ସହଯୋଗ କରିପାରୁଛି।

କବିତାଙ୍କ କାହାଣୀ- ଶାଶୁଘରେ ବୋହୂ ହୋଇ ରହିଥିବାବେଳେ ବାହାରକୁ ବାହାରିବାରେ ଥିଲା ବହୁ କଟକଣା । ମାତ୍ର ପରିସ୍ଥିତି ତାଙ୍କର ପାରିବା ପଣିଆରେ ଦେଲା ନିଆରା ପରିଚୟ। ଏବେ ସେ ଜଣେ ଅଟୋ ଚାଳିକା। ସେ ହେଲେ କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ନହବେଡ଼ା ଗ୍ରାମର କବିତା ପ୍ରଧାନ। ଆଜକୁ ପ୍ରାୟ ୧୧ ବର୍ଷ ତଳେ ଏହି ଗାଁକୁ ସେ ବୋହୂ ହୋଇଆସି ଶଙ୍କର୍ଷଣ ପ୍ରଧାନଙ୍କୁ ବିବାହ କରିଥିଲେ। ମାତ୍ର ସ୍ବାମୀଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିଲା। ଏମିତି ଅଭାବ ଅସୁବିଧାରେ କିଛିବର୍ଷ ଚାଲିଲା ଘରସଂସାର। ଇତି ମଧ୍ୟରେ କବିତାଙ୍କ ଦୁଇ ଝିଅ । ଏବେ ବଡ଼ ଝିଅର ବୟସ ୯ ବର୍ଷ। ସାନଝିଅକୁ ୭ ବର୍ଷ। କିନ୍ତୁ ସ୍ବାମୀଙ୍କ ରୋଜଗାରରେ ଘର ଚଳିବା ସହ ପିଲାଙ୍କୁ ପାଠ ପଢାଇବାରେ ଦିନକୁଦିନ ଅତ୍ୟନ୍ତ କଷ୍ଟକର ହେବାରୁ କବିତା ନିଜେ କିଛି ରୋଜଗାର କରିବା ପାଇଁ ଚିନ୍ତା କରିଥିଲେ । କ’ଣ କରିବେ ନ କରିବେ ସେନେଇ ଚିନ୍ତା କରୁ କରୁ ଅଟୋ ଚଳାଇ ପରିବାର ପୋଷିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଗାଁର ବୋହୂଟିଏ ଘର ଏରୁଣ୍ଡି ଡେଇଁ ଅଟୋ ଚଳାଇବା କଥା ପ୍ରଥମେ ସମସ୍ତଙ୍କୁ ବିସ୍ମିତ କରିଥିଲା। ସେ କୁହନ୍ତି, ଏ ଦିଗରେ ସ୍ବାମୀ ସହଯୋଗ ଓ ସାହସ ଦେଇଥିଲେ। ପ୍ରତିଦିନ ନିଜ ଅଞ୍ଚଳରେ ଥିବା ହାଟକୁ ବିଭିନ୍ନ ରାଶନ ସାମଗ୍ରୀ ଅଟୋରେ ନେଇ ବିକ୍ରି କରୁଛି। ପ୍ରାୟ ବର୍ଷେ ହେଲା ଏକ ଡାଲା ଅଟୋ ଚଳାଉଛି। ଅଟୋ ଚଳାଇବା ପରେ ଆର୍ଥିକ ସ୍ଥିତିରେ ସୁଧାର ଆସିଛି। ଦୁଇଝିଅଙ୍କୁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପଢାଇବା ସହ ପ୍ରତି ମାସରେ ଅଟୋ କିସ୍ତି ମଧ୍ୟ ଶୁଝୁଛିି। ଦୁଃଖକଷ୍ଟରେ ଚଳିବା ଅପେକ୍ଷା ପରିଶ୍ରମ କରି ରୋଜଗାର କରିବା ଭଲ। ସେଇଥିପାଇଁ ଅଟୋ ଚଳାଇବା ଶିଖିଲି। ପ୍ରଥମେ ମୋ ଅଟୋ ଚଳାଇବାକୁ କେତେକ ବ୍ୟକ୍ତି ଭିନ୍ନ ଦୃଷ୍ଟିରେ ଦେଖୁଥିଲେ, ମାତ୍ର ମୋର ସେମାନଙ୍କ ପ୍ରତି ଖାତିର ନ ଥିଲା।ଏବେ ଆମ ପରିବାରର ଆର୍ଥତ୍କ ପରିସ୍ଥିତି କିଛି ମାତ୍ରାରେ ସୁଧୁରିପାରିଛି। ବଳକା ସମୟ ନଷ୍ଟ ନ କରି ନିଜର ରୋଜଗାର ପ୍ରତି ସମୟ ଦେଉଛୁ। ଅଟୋ ଚଳାଇ ପରିବାର ପ୍ରତିପୋଷଣରେ ସ୍ବାମୀ ଓ ଶ୍ବଶୁରଙ୍କ ସହଯୋଗ ରହିଛି । ଏଥିରେ ଆମେ ଖୁସୀ ଅଛୁ।


ସୁଲତାଙ୍କ ପ୍ରୟାସ- ପରିବାରର ଆର୍ଥତ୍କ ଅନଟନ ପରିସ୍ଥିତି ସୁଧାରିବାର ଚିନ୍ତା ଘାରିଥିଲା ତାଙ୍କୁ । ଏବେ ସେ ଅଟୋଚଳାଇ ପରିବାର ପ୍ରତିପୋଷଣରେ ସହାୟକ ହୋଇଛନ୍ତି। ଏମିତି ଜଣେ ଛାତ୍ରୀ ହେଲେ କୋରାପୁଟ ଜିଲାର ବୋରିଗୁମ୍ମା ବ୍ଲକର କାମତା ଗ୍ରାମପଞ୍ଚାୟତ ଖଜୁରୀଗୁଡ଼ା ଅଞ୍ଚଳର ଝିଅ ସୁଲତା ଗୋଲରୀ। ପିତା ସୀମାଞ୍ଚଳ ଗୋଲରୀ, ମା, ଦୁଇ ଭଉଣୀ ଓ ଗୋଟିଏ ଭାଇଙ୍କୁ ନେଇ ତାଙ୍କ ପରିବାର। କିନ୍ତୁ ସୁଲତା ହେଲେ ଘରର ବଡ଼ଝିଅ। ମାଟ୍ରିକ ପରୀକ୍ଷାରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ମଧ୍ୟ ଅର୍ଥାଭାବ ଯୋଗୁ ସେ ଆଉ ଅଧିକ ପାଠ ପଢିପାରି ନ ଥିଲେ। ପରିବାରର ଏପରି ଅଭାବ ପରିସ୍ଥିତିରେ ତାଙ୍କର ମା’ ସାନଭଉଣୀଙ୍କୁ ନେଇ କେଉଁ ଆଡ଼େ ପଳାଇଛନ୍ତି। କିନ୍ତୁ ପିତା ସୀମାଞ୍ଚଳ ଜଣେ ଅଟୋ ଚାଳକ ହୋଇଥିଲେ ବି ସେ ଆଉ ଆଗଭଳି ଅଟୋ ଚଳାଇବାରେ ଆଗଭର ହୋଇପାରୁ ନାହାନ୍ତି କାରଣ ତାଙ୍କ ଦେହ ଅସୁସ୍ଥ ଯୋଗୁ ଡ୍ରାଇଭିଂ କରିବାରେ ଅକ୍ଷମ ହୋଇପଡ଼ିଛନ୍ତି । ତେବେ ଏମିତିି ସମୟରେ ୧୯ବର୍ଷୀୟ ଝିଅ ସୁଲତା ହିଁ ବାପା ଓ ଭାଇଙ୍କ ପାଇଁ ସାହାଭରସା ପାଲଟିଛନ୍ତି। ସୁଲତା କୁହନ୍ତି, ଘରର ପରିସ୍ଥିତି ମୋତେ କିଛି ରୋଜଗାର କରିବା ପାଇଁ ବାଧ୍ୟ କରିଛି। ଅଟୋଚଳାଇ ଯାହାକିଛି ରୋଜଗାର କରୁଛନ୍ତି ସେଥିରେ ପରିବାର ଚଳୁଛି। ସାନଭାଇର ପାଠପଢାରେ ସହଯୋଗ କରୁଛି। କିନ୍ତୁ ଅନ୍ୟର ଅଟୋକୁ ଦିନକୁ ଦୁଇଶହ ଟଙ୍କା ଭଡ଼ାରେ ଆଣି ଅଟୋଚଳାଇବାକୁ ପଡ଼ୁଛି। ଦେଶ ଓ ରାଜ୍ୟରେ ନାରୀ ସଶକ୍ତୀକରଣ ଯୋଜନା କାଯର୍‌ୟକାରୀ ହୋଇଛି। ହେଲେ ଆମପରି ଗରିବ ପରିବାର ପ୍ରତି ଯଦି କୌଣସି ବ୍ୟାଙ୍କ, ସମବାୟ ସମିତି, ସରକାରୀ ଓ ବେସରକାରୀ ସଂସ୍ଥାର ସହାୟତା ମିଳିପାରନ୍ତା ତେବେ ଭବିଷ୍ୟତ ଗଢିବାର ଆଶ ପୂରଣରେ ସହାୟକ ହୋଇପାରନ୍ତା।

ତେବେ ଏମାନେ ପ୍ରମାଣ କରିଦେଇଛନ୍ତି ଯେ, କେବଳ ପୁରୁଷମାନେ ନୁହନ୍ତି ମହିଳାମାନେ ବି ଚାହିଁଲେ ଯେ କୌଣସି କାମ କରି ପରିବାରର ଆର୍ଥିକ ସ୍ଥିତି ସୁଧାରି ପାରିବେ।

-ବନବିହାରୀ ବେହେରା
ଶଶାଙ୍କଶେଖର ଝାଙ୍କର, ରବିନାରାୟଣ ଚଲାନ,
ବିଜୟନାରାୟଣ ସାହୁ, ଶଶିଭୂଷଣ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବିନା ଲାଇସେନ୍ସରେ ୯୦୦ରୁ ଅଧିକ ବିମାନ ଉଡ଼ାଣ କରିଛନ୍ତି ଏହି ପାଇଲଟ୍‌, ପୂରା ଘଟଣା ଜାଣିଲେ…

ଅଟାଓ୍ବା,୧୨ା୬: କାନାଡାର ପ୍ରମୁଖ ବିମାନ କମ୍ପାନୀ ଏୟାର କାନାଡା ସହିତ ଜଡ଼ିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପୂର୍ବତନ ବିମାନ ପାଇଲଟ୍‌ ଜେଫ୍ରି ଓ୍ବାଲ ପ୍ରାୟ…

Inverter Care: ବାରମ୍ବାର କାର୍ବନ ଜମି ଇନଭର୍ଟର ଖରାପ ହେଉଛି କି? ଜାଣନ୍ତୁ ସଫା କରିବାର ୩ ସହଜ ଉପାୟ…

ନୂଆଦିଲ୍ଲୀ,୧୦।୬: ଇନଭର୍ଟର ଆଜିର ସମୟରେ ପ୍ରତ୍ୟେକ ଘରର ଏକ ଅତି ଜରୁରୀ ଆବଶ୍ୟକତା ପାଲଟିଛି। ବିଶେଷ କରି ଗ୍ରୀଷ୍ମ ଋତୁରେ ଯେତେବେଳେ ବାରମ୍ବାର ବିଦ୍ୟୁତ କାଟ୍ (Power Cut)…

ଅଜଗରକୁ କୋଳରେ ଧରି ରିଲ୍ସ କରୁଥିଲେ ମହିଳା,ଏବେ ଭଡ଼ିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୦।୦୬: ସୋସିଆଲ ମିଡିଆରେ ଲୋକମାନେ ଲାଇକ ଏବଂ ଭ୍ୟୁ ପାଇଁ କେତେ ଦୂର ଯାଆନ୍ତି ତାହା ଦେଖାଇ ଆଉ ଏକ ଆଶ୍ଚର୍ଯ୍ୟଜନକ ଉଦାହରଣ ସାମ୍ନାକୁ ଆସିଛି। ବର୍ତ୍ତମାନ…

ଅସରପା ବି ଅଟନ୍ତି ବିୟରପ୍ରେମୀ, କାରଣ ଜାଣିଲେ ତାଜୁବ ହେବେ…

ଆଜିକାଲି ଇଣ୍ଟରନେଟ ଏବଂ ସୋସିଆଲ ମିଡିଆ ଦୁନିଆରେ କକ୍ରୋଚ (ଅସରପା) ନାମଟି ବେଶ୍‌ ଭାଇରାଲ ହେବାରେ ଲାଗିଛି। ସାଧାରଣତଃ ଏହି ଜୀବର ନାମ ଶୁଣିବା ମାତ୍ରେ ଲୋକଙ୍କ…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri