ଅଜବ ଟ୍ରାଫିକ୍‌ ନିୟମ: ବାବୁଙ୍କୁ କୋହଳ, ଲୋକଙ୍କୁ କଡ଼ା

ଢେଙ୍କାନାଳ ଅଫିସ, ୮।୯ – ସାରା ରାଜ୍ୟରେ ଲାଗୁ ହୋଇଛି ସଂଶୋଧିତ ମୋଟର ଯାନ ଆଇନ। ନିୟମ ଉଲ୍ଲଂଘନକାରୀଙ୍କଠାରୁ ମୋଟା ରକମର ଜରିମାନା ଆଦାୟ କରାଯାଉଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଅପ୍ରୀତିମୂଳକ ପରିସ୍ଥିତି ସୃଷ୍ଟି ହେଉଛି। ହେଲେ ଢେଙ୍କାନାଳ ଜିଲାରେ ସ୍ଥାନ, କାଳ ଦେଖି ବଦଳୁଛି ନିୟମ। ବାଇକ୍‌ ଆରୋହୀ, ଜନସାଧାରଣ, କଲେଜ ଛାତ୍ରୀଛାତ୍ରଙ୍କ ପାଇଁ କଡ଼ାକଡ଼ି କରାଯାଉଥିବାବେଳେ ସରକାରୀ ବାବୁଙ୍କ ପାଇଁ ପୂରା କୋହଳ। ଏପରି ଫୁଲାଫାଙ୍କିଆ ବ୍ୟବସ୍ଥାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲାରେ ସରକାରୀ ବାବୁ ଟ୍ରାଫିକ୍‌ ନିୟମ ମାନୁ ନ ଥିବା ଅଭିଯୋଗ ହେଉଛି। ସେମାନେ ବିନା ହେଲମେଟ୍‌, ସିଟ୍‌ବେଲ୍ଟ ବାନ୍ଧି ଗାଡ଼ି ଚଢୁଛନ୍ତି। ଏପରି ବ୍ୟବସ୍ଥା ସମ୍ପର୍କରେ ପ୍ରଶ୍ନ କଲେ ଅଜବ ଉତ୍ତର ମିଳୁଛି। ସରକାରୀ ବାବୁମାନେ ଯାଉଥିବା ଗାଡ଼ିକୁ ଛାଡ଼ିଦେବାକୁ ଉପରୁ ନିର୍ଦ୍ଦେଶ ଥିବା ଟ୍ରାଫିକ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀ ଖୋଲାଖୋଲି କହୁଛନ୍ତି, ଯାହାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ।
ଅପରପକ୍ଷେ ସହରର ଟ୍ରାଫିକ୍‌ ବ୍ୟବସ୍ଥା ପୋଲିସ କର୍ମଚାରୀଙ୍କ ମନମର୍ଜିରେ ଚାଲିଛି। ଏହାର ଏକ ଉଦାହରଣ ଶନିବାର ଦେଖିବାକୁ ମିଳିଛି। ସ୍ଥାନୀୟ ଦକ୍ଷିଣକାଳୀ ରୋଡ୍‌ସ୍ଥିତ ଏକ ହୋଟେଲ ନିକଟରେ ୱାନ୍‌ ୱେ ଟ୍ରାଫିକ ବ୍ୟବସ୍ଥା କରାଯାଇଛି। ଯାନବାହନ ଗତି ମନ୍ଥର କରିବାକୁ ସେଠାରେ ସ୍ପିଡ୍‌ବ୍ରେକର ମଧ୍ୟ ରଖାଯାଇଛି। ଶନିବାର ଅପରାହ୍ନ ସାଢ଼େ ୧ଟାରେ ଉକ୍ତ ରାସ୍ତାରେ ପଛକୁ ପଛ ୨ଟି ସରକାରୀ ଗାଡ଼ି ଆସୁଥିଲା। ଏହା ପଛରେ ଜଣେ ବ୍ୟକ୍ତି ନିଜ କାର୍‌ ନେଇ ଆସୁଥିଲେ। ସେଠାରେ ଟ୍ରାଫିକ୍‌ ପରିଚାଳନା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ଉଭୟ ସରକାରୀ ଗାଡ଼ିକୁ ବେନିୟମ ଭାବେ ନୋ ଏଣ୍ଟ୍ରିରେ ଛାଡ଼ି ଦେଇଥିଲେ। ହେଲେ ପଛରେ ଆସୁଥିବା ବ୍ୟକ୍ତିଙ୍କୁ ନିୟମ ଅନୁଯାୟୀ ରାସ୍ତାରେ ଯିବାକୁ ଆଇନ ପାଠ ପଢ଼ାଇଥିଲେ। ସେ ଏହାର ପ୍ରତିବାଦ କରିବାରୁ ପୋଲିସ କର୍ମଚାରୀ ଜଣକ କହିଲେ, ସରକାରୀ ଗାଡ଼ି ଛାଡିଦେବାକୁ ଉପରୁ ନିର୍ଦ୍ଦେଶ ଅଛି। ତେଣୁ ଅନ୍ୟ ଗାଡ଼ିଗୁଡ଼ିକୁ ଧରିବୁ।
ସରକାରୀ କର୍ମଚାରୀଙ୍କୁ ଟ୍ରାଫିକ୍‌ ନିୟମ ପ୍ରତି ସଚେତନ କରିବାକୁ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା। ଏ ନେଇ ବିଭିନ୍ନ ବିଭାଗକୁ ଚିଠି ମାଧ୍ୟମରେ ଜଣାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହାସତ୍ତ୍ୱେ ସରକାରୀ ବାବୁମାନେ ଏହାକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ଏଥିପ୍ରତି ଏସ୍‌ପି, ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି।
ଏ ସଂକ୍ରାନ୍ତରେ ସଦର ଏସ୍‌ଡିପିଓ ଶ୍ରୀହର୍ଷ ମିଶ୍ର କୁହନ୍ତି, ଟ୍ରାଫିକ ଆଇନ ସମସ୍ତଙ୍କ ପାଇଁ ସମାନ। ଏଥିରେ ବ୍ୟତିକ୍ରମ କିପରି ହୋଇଛି ସେ ନେଇ ପଚାରି ବୁଝିବା ପରେ ହିଁ କହିହେବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଯବାନଙ୍କ ସହ ଗୁଳି ବିନିମୟ, ଜଣେ ମାଓବାଦୀ ମୃତ, ଅନେକ ଆହତ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନପାତ୍ର): ମାଲକାନଗିରି ଜିଲା ସୀମାନ୍ତ ସୁକ୍‌ମା ଜିଲାରେ ସୋମବାର ଡିଆର୍‌ଜି ଯବାନଙ୍କ ସହ ଗୁଳି ବିନିମୟରେ ଜଣେ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନେକେ ଆହତ...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

ଅତାବିରାରେ ଶକ୍ତି ବଢ଼ାଉଛି ଭାଜପା

ଭେଡେନ,୨୯।୪(ସୁଦନ ମହାକୁର): ବରଗଡ଼ ଜିଲା ଭେଡେନ ରଞ୍ଜିତା ମିନି ଷ୍ଟାଡିୟମରେ ଭେଡେନ ବ୍ଲକ ଭାଜପା କର୍ମୀ ସମ୍ବିଳନୀ ଏବଂ ମିଶ୍ରଣ ପର୍ବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

ବାଲିଗୁଡ଼ା ଆସନ ପାଇଁ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ଦାଖଲ କଲେ ପ୍ରାର୍ଥିପତ୍ର

ବାଲିଗୁଡା,୨୯।୪:(ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରବଳ ଖରା ସତ୍ତ୍ୱେ ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri