୩ କୋଟିରୁ ଅଧିକ ସରକାରୀ ଟଙ୍କା ହଡ଼ପ ଅଭିଯୋଗ, ଡିଜିଟାଲ୍ ଟ୍ରାକିଂରେ ଧରାପଡ଼ିଲେ ଫେରାର ରାଜସ୍ୱ ସହାୟକ

କଟକ,୧୨।୧୧(ପ୍ରଭୁକଲ୍ୟାଣ ପାଲ୍): HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ।ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏହି ଅର୍ଥ ହଡ଼ପର ପରିମାଣ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ବୋଲି ତଦନ୍ତରୁ ଜଣାପଡ଼ିଛି।

ଖବର ଅନୁସାରେ, ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଅନୁଗୋଳରୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଅଭିଯୁକ୍ତ ଶଶିକାନ୍ତ ରଣା ଦୁଇଟି ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସରକାରୀ ଅର୍ଥ ହଡ଼ପ କରିଥିଲେ। ସେ ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ଦାୟିତ୍ୱରେ ଥିବାବେଳେ କର୍ମଚାରୀଙ୍କ ଦରମା, ବକେୟା ଦରମା ଓ ପେନସନ୍ ଆଦି ବିଲ୍ ପ୍ରକ୍ରିୟାକରଣ କରୁଥିଲେ। ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ରାଜକନିକା ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।

ସେହିପରି ଜାନୁଆରୀ ୨୦୨୫ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଡେରାବିଶ ବ୍ଲକ ରେ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି ।ଅଭିଯୁକ୍ତ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ଦାବି ପ୍ରସ୍ତୁତ କରି ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଓ ପେନସନ୍ ଟଙ୍କା ଉଠାଉଥିଲେ । ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ବଦଳରେ ନିଜର ଏବଂ ପରିବାର ସଦସ୍ୟଙ୍କ ସମେତ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ନମ୍ବର ଦେଇ ଏହି ଟଙ୍କା ସ୍ଥାନାନ୍ତର କରୁଥିଲେ । ଏଥିପାଇଁ SBI, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କର ଖାତା ବ୍ୟବହାର ହୋଇଥିବା ଜଣାପଡ଼ିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ବିରଜାଙ୍କ ଦର୍ଶନ ପାଇଁ ଆସି ବୈତରଣୀରେ ବୁଡ଼ିଗଲେ ଆନ୍ଧ୍ର ଦମ୍ପତି

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି…

ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ…

ଶନିଙ୍କ କୃପାରେ ମାଲାମାଲ ହେବେ ୬ ରାଶି, ୪ ମାସ ଯାଏ ଧନବର୍ଷା! ଆସିବ ଚାକିରିର ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଶନି ବ୍ୟକ୍ତିର କର୍ମ…

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ…

ୟୁପି ନିର୍ବାଚନ ୨୦୨୭: ଓଓ୍ବାଇସିଙ୍କ ସହ ହାତ ମିଳାଇଲେ ଚନ୍ଦ୍ରଶେଖର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌…

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

ମୁଁ ସୁନ୍ଦର ନୁହେଁ, ମୁଁ ମରିଯିବାକୁ ଚାହେଁ, ଏମିତି କହି ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି NEET ଛାତ୍ରୀ, ପୂରା ଘଟଣା ଜାଣିଲେ…

ଲକ୍ଷ୍ନୌ,୧୨ା୧୧: ଉତ୍ତରପ୍ରଦେଶର ଗୋରଖପୁରରେ ରହୁଥିବା ଜଣେ ୧୯ ବର୍ଷୀୟା ଛାତ୍ରୀ, ଯିଏ କି ଡାକ୍ତରୀ ପ୍ରବେଶିକା ପରୀକ୍ଷା (NEET) ପାଇଁ ପ୍ରସ୍ତୁତ ହେଉଛନ୍ତି, ନିଜର ରୂପକୁ ନେଇ…

ଟିମ ଇଣ୍ଡିଆ ପାଇଁ ବଡ଼ ଖୁସିଖବର: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଫିଟ୍‌ ଘୋଷିତ ହେଲେ ଏହି ଷ୍ଟାର୍‌ ଖେଳାଳି

ନୂଆଦିଲ୍ଲୀ, ୧୨।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ରୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଆଇସିସି ୱାଲର୍‌ଡ ଟେଷ୍ଟ ଚାମ୍ପିୟନସିପ (WTC) ଦୃଷ୍ଟିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?