Posted inଜାତୀୟ

ବିବାଦରେ ଜୋମାଟୋ ବିଜ୍ଞାପନ

ନୂଆଦିଲ୍ଲୀ,୨୨।୮: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ଦ୍ୱାରା କରାଯାଇଥିବା ଜୋମାଟୋ ଆଡ୍‌କୁ ମଧ୍ୟପ୍ରଦେଶ ଉଜୈନ ମହାକାଳେଶ୍ୱର ମନ୍ଦିର ପୂଜକ ବିରୋଧ କରିଛନ୍ତି। ମହାକାଳରୁ ଖାଇବା ଅର୍ଡର କରୁଥିବାର ହ୍ରିତିକ୍‌ ଏହି ଆଡ୍‌ରେ କହୁଛନ୍ତି। ତେବେ ଏଥିରେ ବ୍ୟବହୃତ ମହାକାଳ ଶବ୍ଦ ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଉଥିବା ମହାକାଳେଶ୍ୱର ମନ୍ଦିର ପୂଜକ ଦାବି କରିଛନ୍ତି। କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଲାଗି ପୂଜକମାନେ ଉଜୈନ ଜିଲାପାଳ ଆଶିଷ ସିଂଙ୍କୁ ଅନୁରୋଧ କରିଛନ୍ତି। ଆଶିଷ ସିଂ ମହାକାଳ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ଆଡ୍‌କୁ ବିରୋଧ କରାଯିବା ପରେ ଜମାଟୋ କମ୍ପାନୀ କ୍ଷମା ମାଗିବା ସହ ଏହାକୁ ତୁରନ୍ତ ହଟାଇ ଦିଆଯିବ ବୋଲି କହିଛନ୍ତି। କମ୍ପାନୀ ମତରେ ବିଜ୍ଞାପନରେ ଯେଉଁ ମହାକାଳ ଶବ୍ଦ ବ୍ୟବହାର କରାଯାଇଛି ତାହା ସ୍ଥାନୀୟ ଅଞ୍ଚଳରେ ଥିବା ମହାକାଳ ରେଷ୍ଟୁରାଣ୍ଟ ଉଦ୍ଦେଶ୍ୟରେ କୁହାଯାଇଛି। କୌଣସି ଧର୍ମୀୟ ବିଶ୍ୱାସକୁ ଆଘାତ ଦେବା ଆମ ଉଦ୍ଦେଶ୍ୟ ନୁହେଁ ବୋଲି ଜୋମାଟୋ କହିଛି। ତେବେ ଏ ମାମଲାର ତଦନ୍ତ କରିବା ପାଇଁ ପୋଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୬ ମେ’ରୁ ଭାରତରେ ବନ୍ଦ ହେବ କି ଫେସବୁକ୍‌-ଟୁଇଟର-ଇନଷ୍ଟାଗ୍ରାମ୍‌ …

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତରେ କାରବାର କରୁଥିବା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ପାଇଁ କେତେକ ନିୟମ ପାଳନ କରିବା ଲାଗି ମାର୍ଗଦର୍ଶିକା ଜାରି ହୋଇଥିଲା।...

ତାମିଲନାଡୁରେ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ଚେନ୍ନାଇ,୧୩।୪: କରୋନା ସଂକ୍ରମଣ ଏବେବି ବିଭିନ୍ନ ରାଜ୍ୟରେ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଲକ୍‌ଡାଉନ ଅବଧିକୁ ୩୦...

କର୍ନାଟକ ମେଡିକାଲ ଦୁର୍ନୀତି: ୧୦୯ କୋଟିର ଅଘୋଷିତ ଆୟ

ବେଙ୍ଗାଲୁରୁ, ୧୩ା୧୦: କର୍ନାଟକରେ ଆୟକର ବିଭାଗର ଚଢ଼ାଉ ପରେ ୧୦୯ କୋଟି ଟଙ୍କାର ଅଘୋଷିତ ଆୟ ଧରାପଡ଼ିଛି। କଂଗ୍ରେସର ବରିଷ୍ଠ ନେତା ଜି. ପରମେଶ୍ୱର ଓ...

ପାଶ୍ଚାତ୍ୟ-ମଧ୍ୟପ୍ରାଚ୍ୟ ସଙ୍କଟ: ଭାରତ ଶାନ୍ତି ପ୍ରସ୍ତାବ ଦେଲେ ସ୍ବାଗତ କରିବ ଇରାନ

ନୂଆଦିଲ୍ଲୀ,୮।୧: ପାଶ୍ଚାତ୍ୟ ମଧ୍ୟପ୍ରାଚ୍ୟ ମଧ୍ୟରେ ସଙ୍କଟ ବଢ଼ିଚାଲିଛି। ଆମେରିକା ବାଗଦାଦ୍‌ ଉପରେ କରିଥିବା ଆକ୍ରମଣର ଜବାବ୍‌ ଇରାନ୍‌ ବୁଧବାର ଦେଇଛି। ଇରାନ୍‌ର କ୍ଷେପଣାସ୍ତ୍ର ମାଡ଼ରେ ପଶ୍ଚିମ...

ଚାଷୀଙ୍କ ଖାତାକୁ ଗଲା ନବମ କିସ୍ତିର ୨୦୦୦ ଟଙ୍କା..

ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ୯.୭୫ କୋଟି ଚାଷୀଙ୍କ ଖାତାକୁୁ କୃଷକ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ନବମ କିସ୍ତିର...

୪୮ କିଲୋ ଗୋବର କିଣିଲେ ମୁଖ୍ୟମନ୍ତ୍ରୀ

ରାୟପୁର, ୨୧।୭: ଛତିଶଗଡ଼ ସରକାରଙ୍କ ପକ୍ଷରୁ ଗୋଧନ ନ୍ୟାୟ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଯୋଜନା ଦ୍ୱାରା ଚାଷୀଙ୍କ ବିକାଶ ସମ୍ଭବ ହୋଇପାରିବ l ଯୋଜନା...

କର୍ନାଟକ ବିଧାନସଭାରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ

ବେଙ୍ଗାଲୁରୁ, ୨୨ା୯: କର୍ନାଟକ ବିଧାନସଭାରେ ବୁଧବାର ବିରୋଧୀ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହଟ୍ଟଗାଳ ମଧ୍ୟରେ ଧର୍ମାନ୍ତରୀକରଣ ନିରୋଧୀ ବିଲ୍‌ ଗୃହୀତ ହୋଇଛି। ଗତ ସପ୍ତାହରେ ସାମାନ୍ୟ...

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି।...

Advertisement
Archives

Model This Week