ଭୁବନେଶ୍ୱର,୮।୭: ଅନ୍ତଃରାଷ୍ଟ୍ରୀୟ ଜିଙ୍କ୍ ଆସୋସିଏଶନ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର କର୍ମଶାଳାର ଆୟୋଜନ କରାଯାଇଥିଲା। ବିଶେଷକରି ଭାରତୀୟ ରେଲଓ୍ବେର ବିଶାଳ ରେଳ ନେଟ୍ଓ୍ବାର୍କରେ ବିସ୍ତାରିତ ହୋଇଥିବା ରେଳ ଟ୍ରାକ୍ର ସୁରକ୍ଷା ଓ ଅବକ୍ଷୟ ରୋକିବା ଦିଗରେ ଜିଙ୍କ୍ ଆବୃତ୍ତ ରେଳ ଲାଇନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି।
ଏ ସମ୍ପର୍କରେ ଅନ୍ତର୍ଜାତୀୟ ଜିଙ୍କ୍ ଆସୋସିଏସନର ନିର୍ଦ୍ଦେଶକ ରାହୁଲ ଶର୍ମା କହିଛନ୍ତି, ବିଭିନ୍ନ କାରଣରୁ ରେଳ ଟ୍ରାକ୍ କ୍ଷୟ ଯୋଗୁ ରେଳବାଇ ବାର୍ଷିକ ବହୁ କ୍ଷତି ସହିଥାଏ। ଏପରିକି ଯାତ୍ରୀଙ୍କ ସୁରକ୍ଷା ପାଇଁ ମଧ୍ୟ ବିଶେଷ କ୍ଷତିକାରକ ଏବଂ ଟ୍ରେନର ଗତି ହ୍ରାସ ହୋଇଥିବାରୁ ଦୈନିକ ଯାତ୍ରା ଉପରେ ମଧ୍ୟ ବେଶ୍ ପ୍ରଭାବ ପକାଇଥାଏ। ସେହିଭଳି ଏହା ମଧ୍ୟ ନିରାପତ୍ତା ଦକ୍ଷତା ଉପରେ ବେଶ୍ ପ୍ରଭାବ ପକାଇଥାଏ ଏବଂ କାର୍ଯ୍ୟଦକ୍ଷତାକୁ ମଜଭୁତ କରିବା ଉଦ୍ଦେଶ୍ୟରେ ମୁଖ୍ୟତଃ କ୍ଷତିକାରକ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଳବାଇ ବୋର୍ଡ ଜିଙ୍କ୍ ଆବୃତ୍ତ ରେଳ ବ୍ୟବହାର ପାଇଁ ଆଗୁଆ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଆମେରିକା,ଚାଇନା ଏବଂ ରୁଷିଆ ପରେ ଭାରତୀୟ ରେଳର ବୃହତ୍ ରେଳ ନେଟ୍ୱାର୍କ ରହିଛି। ଏପରିକି ଏହାର ସମୁଦାୟ ଟ୍ରାକ୍ ୧,୧୪,୯୦୭ କିଲୋମିଟର ଲମ୍ବ ହୋଇଥିତ୍ବାବେଳେ ୨୧,୬୪୮ରୁ ଅଧିକ ଟ୍ରେନ୍ ଏବଂ ପ୍ରତିଦିନ ୨୨ନିୟୁତ ଯାତ୍ରୀଙ୍କ ସହିତ ୩.୩୨ନିୟୁତ ଟନ୍ ମାଲ ପରିବହନ କରିଥାଏ। ବିଶେଷ କରି ଉଚ୍ଚମାନର ଟ୍ରାକ୍ ଏବଂ ରକ୍ଷଣାବେକ୍ଷଣରେ ଏହାର ଯଥେଷ୍ଟ ବିନିଯୋଗ ଆବଶ୍ୟକ କରିଥାଏ। ଗାଲଭାନାଇଜ୍ଡ୍ ଷ୍ଟିଲର କ୍ଷୟ ପ୍ରତିରୋଧ ଏବଂ ସ୍ଥାୟିତ୍ୱ ରେଳ ଟ୍ରାକ୍ ପାଇଁ ରକ୍ଷଣାବେକ୍ଷଣ ଆବଶ୍ୟକତା ହ୍ରାସ କରିଥାଏ।
ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ
ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍ରରେ ସର୍ଟସର୍କିଟ…
ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ
ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…
ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…
ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…
ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ
ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…
ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ
ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…
ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ
କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…
ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ
ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…
ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ
ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

